Posted inଜାତୀୟ

୪୦ ପଇସା ପାଇଁ ୪ ହଜାର ତଣ୍ଡ

ବେଙ୍ଗାଲୁରୁ,୧୫।୩:ଦୋକାନରୁ କୌଣସି ଜିନିଷ କିଣିଲେ ଆମେ ସାଧାରଣତଃ ସମ୍ପୂର୍ଣ୍ଣ ମୂଲ୍ୟ ପୈଠ କରିଥାଉ। ଉଦାହରଣ ସ୍ବରୂପ ଯଦି ଗୋଟିଏ ଜିନିଷର ଦାମ୍‌ ୨୪ଟଙ୍କା ୫୫ ପଇସା ତେବେ ଆମେ ସାଧାରଣତଃ ବିନା ପ୍ରଶ୍ନରେ ଦୋକାନୀଙ୍କୁ ସମ୍ପୂର୍ଣ୍ଣ ୨୫ ଟଙ୍କା ଦେଇଥାଉ। କିନ୍ତୁ ବେଙ୍ଗାଲୁରୁର ଜଣେ ଗ୍ରାହକଙ୍କଠାରୁ ହୋଟେଲ କର୍ମଚାରୀ ଅଧିକ ୪୦ ପଇସା ନେଇଯିବାରୁ ସେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ହେଲେ ମାତ୍ର ୪୦ ପଇସା ପାଇଁ ଅଦାଲତର ସମୟ ନଷ୍ଟ କରିଥିବାରୁ ଓଲଟା ଅଦାଲତ ତାଙ୍କୁ ୪ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
ଟି. ନରସିହ୍ମା ମୂର୍ତ୍ତି ନାମକ ଜଣେ ବ୍ୟକ୍ତି ବେଙ୍ଗାଲୁରୁରେ ଥିବା ଏମ୍ପାୟାର ହୋଟେଲରୁ ଖାଇବା ଅର୍ଡର କରିଥିଲେ। ଅର୍ଡର କରିଥିବା ଖାଦ୍ୟର ମୂଲ୍ୟ ୨୬୪.୬୦ ପଇସା ହୋଇଥିବାବେଳେ ହୋଟେଲ ଅଧିକାରୀ ତାଙ୍କଠାରୁ ୨୬୫ଟଙ୍କା ନେଇଥିଲେ। ହୋଟେଲ ଅଧିକାରୀ କ’ଣ ପାଇଁ ୪୦ ପଇସା ଅଧିକ ନେଲେ ବୋଲି ମୂର୍ତ୍ତି ପ୍ରଶ୍ନ କରିଥିଲେ ହେଁ ହୋଟେଲ ପକ୍ଷରୁ କୌଣସି ଜବାବ୍‌ ମିଳି ନ ଥିଲା; ଯାହାପରେ ମୂର୍ତ୍ତି କଞ୍ଜୁମର କୋର୍ଟରେ ଅଭିଯୋଗ କରିଥିଲେ। ହୋଟେଲ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଥିଲା। ମୂର୍ତ୍ତି ପେସାରେ ଜଣେ ଓକିଲ ହୋଇଥିବାରୁ ସେ ନିଜେ କୋର୍ଟରେ ଏହି ମାମଲା ଲଢୁଥିବାବେଳେ ଅଂଶୁମାନ. ଏମ୍‌ ଏବଂ ଆଦିତ୍ୟ ଏମ୍ବ୍ରୋସ୍‌ ହୋଟେଲ ପକ୍ଷରୁ ମାମଲା ଲଢୁଥିଲେ।
ମାର୍ଚ୍ଚ ୪ ତାରିଖରେ କୋର୍ଟ ପକ୍ଷରୁ କରାଯାଇଥିବା ଶୁଣାଣିରେ ଅଭିଯୋଗକାରୀଙ୍କ ଉପରେ କୋର୍ଟ ୪୦୦୦ ଟଙ୍କା ଜରିମାନା ଲଗାଇଛନ୍ତି। ଭାରତ ସରକାରଙ୍କ ନିୟମ ଅନୁସାରେ ଯଦି କୌଣସି ଜିନିଷର ମୂଲ୍ୟ ୫୦ ପଇସାରୁ ଅଧିକ ହୁଏ ତେବେ ତାକୁ ୧ ଟଙ୍କା ବୋଲି ହିସାବ କରାଯାଏ। ସେହିପରି କୌଣସି ଜିନିଷର ମୂଲ୍ୟରେ ୫୦ ପଇସାରୁ କମ୍‌ ହେଲେ ତାକୁ ଅଣଦେଖା କରାଯାଇପାରିବ। ଅଭିଯୋଗ ଅନୁସାରେ ମୂର୍ତ୍ତିଙ୍କ ଅଭିଯୋଗକ୍ରମେ ୨୬୪.୬୦ ପଇସା ବିଲ୍‌ ହେବା ପରେ ହୋଟେଲ କର୍ତ୍ତୃପକ୍ଷ ୨୬୫ ଟଙ୍କା ନେବା କୌଣସିମତେ ଅପରାଧ ନୁହେଁ। ଅଭିଯୋଗକାରୀ ଉଭୟ ହୋଟେଲ ଏବଂ ଅଦାଲତର ସମୟର ନଷ୍ଟ କରିଥିବାରୁ ଜଜ୍‌ ମୂର୍ତ୍ତିଙ୍କ ଉପରେ ବର୍ଷିଥିଲେ। ଏ ନେଇ ଅଭିଯୋଗକାରୀଙ୍କୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ୨ ହଜାର ଏବଂ କୋର୍ଟକୁ ୨ ହଜାର ଜରିମାନା ଦେବାକୁ ପଡ଼ିବ। ତେବେ ଏହି ଟଙ୍କା ମୂର୍ତ୍ତିଙ୍କୁ ୩୦ ଦିନ ଭିତରେ ଦେବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକଟ: ୧୧।୧୦: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ଖୋଳିବାରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?