Posted inଜାତୀୟ

୪୦ ପଇସା ପାଇଁ ୪ ହଜାର ତଣ୍ଡ

ବେଙ୍ଗାଲୁରୁ,୧୫।୩:ଦୋକାନରୁ କୌଣସି ଜିନିଷ କିଣିଲେ ଆମେ ସାଧାରଣତଃ ସମ୍ପୂର୍ଣ୍ଣ ମୂଲ୍ୟ ପୈଠ କରିଥାଉ। ଉଦାହରଣ ସ୍ବରୂପ ଯଦି ଗୋଟିଏ ଜିନିଷର ଦାମ୍‌ ୨୪ଟଙ୍କା ୫୫ ପଇସା ତେବେ ଆମେ ସାଧାରଣତଃ ବିନା ପ୍ରଶ୍ନରେ ଦୋକାନୀଙ୍କୁ ସମ୍ପୂର୍ଣ୍ଣ ୨୫ ଟଙ୍କା ଦେଇଥାଉ। କିନ୍ତୁ ବେଙ୍ଗାଲୁରୁର ଜଣେ ଗ୍ରାହକଙ୍କଠାରୁ ହୋଟେଲ କର୍ମଚାରୀ ଅଧିକ ୪୦ ପଇସା ନେଇଯିବାରୁ ସେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ହେଲେ ମାତ୍ର ୪୦ ପଇସା ପାଇଁ ଅଦାଲତର ସମୟ ନଷ୍ଟ କରିଥିବାରୁ ଓଲଟା ଅଦାଲତ ତାଙ୍କୁ ୪ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
ଟି. ନରସିହ୍ମା ମୂର୍ତ୍ତି ନାମକ ଜଣେ ବ୍ୟକ୍ତି ବେଙ୍ଗାଲୁରୁରେ ଥିବା ଏମ୍ପାୟାର ହୋଟେଲରୁ ଖାଇବା ଅର୍ଡର କରିଥିଲେ। ଅର୍ଡର କରିଥିବା ଖାଦ୍ୟର ମୂଲ୍ୟ ୨୬୪.୬୦ ପଇସା ହୋଇଥିବାବେଳେ ହୋଟେଲ ଅଧିକାରୀ ତାଙ୍କଠାରୁ ୨୬୫ଟଙ୍କା ନେଇଥିଲେ। ହୋଟେଲ ଅଧିକାରୀ କ’ଣ ପାଇଁ ୪୦ ପଇସା ଅଧିକ ନେଲେ ବୋଲି ମୂର୍ତ୍ତି ପ୍ରଶ୍ନ କରିଥିଲେ ହେଁ ହୋଟେଲ ପକ୍ଷରୁ କୌଣସି ଜବାବ୍‌ ମିଳି ନ ଥିଲା; ଯାହାପରେ ମୂର୍ତ୍ତି କଞ୍ଜୁମର କୋର୍ଟରେ ଅଭିଯୋଗ କରିଥିଲେ। ହୋଟେଲ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଥିଲା। ମୂର୍ତ୍ତି ପେସାରେ ଜଣେ ଓକିଲ ହୋଇଥିବାରୁ ସେ ନିଜେ କୋର୍ଟରେ ଏହି ମାମଲା ଲଢୁଥିବାବେଳେ ଅଂଶୁମାନ. ଏମ୍‌ ଏବଂ ଆଦିତ୍ୟ ଏମ୍ବ୍ରୋସ୍‌ ହୋଟେଲ ପକ୍ଷରୁ ମାମଲା ଲଢୁଥିଲେ।
ମାର୍ଚ୍ଚ ୪ ତାରିଖରେ କୋର୍ଟ ପକ୍ଷରୁ କରାଯାଇଥିବା ଶୁଣାଣିରେ ଅଭିଯୋଗକାରୀଙ୍କ ଉପରେ କୋର୍ଟ ୪୦୦୦ ଟଙ୍କା ଜରିମାନା ଲଗାଇଛନ୍ତି। ଭାରତ ସରକାରଙ୍କ ନିୟମ ଅନୁସାରେ ଯଦି କୌଣସି ଜିନିଷର ମୂଲ୍ୟ ୫୦ ପଇସାରୁ ଅଧିକ ହୁଏ ତେବେ ତାକୁ ୧ ଟଙ୍କା ବୋଲି ହିସାବ କରାଯାଏ। ସେହିପରି କୌଣସି ଜିନିଷର ମୂଲ୍ୟରେ ୫୦ ପଇସାରୁ କମ୍‌ ହେଲେ ତାକୁ ଅଣଦେଖା କରାଯାଇପାରିବ। ଅଭିଯୋଗ ଅନୁସାରେ ମୂର୍ତ୍ତିଙ୍କ ଅଭିଯୋଗକ୍ରମେ ୨୬୪.୬୦ ପଇସା ବିଲ୍‌ ହେବା ପରେ ହୋଟେଲ କର୍ତ୍ତୃପକ୍ଷ ୨୬୫ ଟଙ୍କା ନେବା କୌଣସିମତେ ଅପରାଧ ନୁହେଁ। ଅଭିଯୋଗକାରୀ ଉଭୟ ହୋଟେଲ ଏବଂ ଅଦାଲତର ସମୟର ନଷ୍ଟ କରିଥିବାରୁ ଜଜ୍‌ ମୂର୍ତ୍ତିଙ୍କ ଉପରେ ବର୍ଷିଥିଲେ। ଏ ନେଇ ଅଭିଯୋଗକାରୀଙ୍କୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ୨ ହଜାର ଏବଂ କୋର୍ଟକୁ ୨ ହଜାର ଜରିମାନା ଦେବାକୁ ପଡ଼ିବ। ତେବେ ଏହି ଟଙ୍କା ମୂର୍ତ୍ତିଙ୍କୁ ୩୦ ଦିନ ଭିତରେ ଦେବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri