ଶକ୍ତିକେନ୍ଦ୍ରକୁ ଜାରି ରହିବ କୋଇଲା ଯୋଗାଣ

ତାଳଚେର, ୩।୭(ନି.ପ୍ର.): ବର୍ଷା ଋତୁରେ ଶକ୍ତିକେନ୍ଦ୍ରରେ କୋଇଲା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍‌ ଇଣ୍ଡିଆର ଅଂଶୀଦାର ମହାନଦୀ କୋଲ୍‌ଫିଲ୍ଡ ଲିମିଡେଟ୍‌ (ଏମ୍‌ସିଏଲ୍‌)। କମ୍ପାନୀ ଅଧିକୃତ ସମସ୍ତ କୋଇଲା ଖଣି ତଥା ରେଲଓ୍ବେ ସାଇଡିଂରେ ପର୍ଯ୍ୟାପ୍ତ ପରିମାଣଣ କୋଇଲା ଗଚ୍ଛିତ ରଖିବା, ଯୋଗାଣ ଶୃଙ୍ଖଳ ପରିଚାଳନା, ମନିଟରିଂ କରାଯାଉଛି। କୋଇଲା ଏବଂ ରେଳ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯାଉଛି। ଏମସିଏଲ୍‌ ସିଏମ୍‌ଡି, କାର୍ଯ୍ୟକାରିଣୀ ନିର୍ଦ୍ଦେଶକ ଏବଂ ବରିଷ୍ଠ ପଦାଧିକାରୀମାନେ ଉତ୍ପାଦନ ଏବଂ ନଜର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଶାସନିକ ସହାୟତା ପ୍ରଦାନ କରିବା ପାଇଁ ଶୀର୍ଷ ମ୍ୟାନେଜମେଣ୍ଟର ଆଭିମୁଖ୍ୟ କମ୍ପାନୀର କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଛି।
କମ୍ପାନୀ ସୂଚନା ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ କୋଇଲା ଉତ୍ପାଦନରେ ୩୫.୪% ଏବଂ ଡେସ୍‌ପ୍ୟାଚରେ ୨୨.୧% ଅଭିବୃଦ୍ଧି ରହିଛି। କମ୍ପାନୀର ସମସ୍ତ କୋଇଲା ଖଣି ଏବଂ ରେଲୱେ ସାଇଡିଂରେ ପର୍ଯ୍ୟାପ୍ତ କୋଇଲା ଷ୍ଟକ୍‌ ରହିଛି। ତାଳଚେର କୋଲଫିଲ୍ଡସରେ ଦୈନିକ ୭୦ ର଼୍ୟାକ ପ୍ରେରଣ/ଲୋଡ୍‌ କ୍ଷମତା ରହିଥିବା ବେଳେ ୫୬ ର଼୍ୟାକ ରେଲ ଡେସପ୍ୟାଚ ବଜାୟ ରହିଛି। ଶୀର୍ଷ କ୍ଷମତା ବଜାୟ ରଖିବା କଷ୍ଟକର ହୋଇଥିଲେ ମଧ୍ୟ ରେଲଓ୍ବେ ଏଥିପାଇଁ ଉଦ୍ୟମ କରୁଛି। ଇବ୍‌ ଭ୍ୟାଲି କୋଲଫିଲ୍ଡସରେ ମଧ୍ୟ ଅନୁରୂପ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଏଠାରେ ଦୈନିକ ୩୭.୭୩ ର଼୍ୟାକ ଯୋଗାଇ ଦିଆଯାଉଥିବାବେଳେ ଜୁନ୍‌ ୨୨ରେ ଏହାର ପରିମାଣ ୪୨ ର଼୍ୟାକ କ୍ଷମତାକୁ ବୃଦ୍ଧି ପାଇଛି।
ଗତ ୩୦ ଏବଂ ୧ ତାରିଖରେ କୋଲକାତାସ୍ଥିତ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏନ୍‌.ଏସ୍‌. ମଣ୍ଡଳ, ତାଙ୍କ ଟିମ୍‌ ସଦସ୍ୟ, ଏମ୍‌ସିଏଲର ଜିଏମ୍‌ (ଏମ ଆଣ୍ଡ ଏସ୍‌) ଏବଂ ଏରିଆ ଟିମ ସହିତ ଇବ ଭ୍ୟାଲି ଏବଂ ତାଳଚେର କୋଲଫିଲ୍ଡସ ପରିଦର୍ଶନ କରି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି। ସେହିପରି ବସୁନ୍ଧରା ଏବଂ ଲଖନପୁର କ୍ଷେତ୍ରରେ ମାଇନ୍ସ ଷ୍ଟକ ଏବଂ ସାଇଡ୍‌ ମଧ୍ୟ ବୁଲି ଦେଖିଛନ୍ତି। ସେହିପରି ୧ ଏବଂ ୨ ତାରିଖରେ ତାଳଚେର ସ୍ଥିତ ଜଗନ୍ନାଥ, ଭରତପୁର, ଲିଙ୍ଗରାଜ ଓ ହିଙ୍ଗୁଳା କ୍ଷେତ୍ର ସାଇଡିଂ ବୁଲି ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଶକ୍ତିକେନ୍ଦ୍ରକୁ ଉତ୍ତମ ଗୁଣବତାପୂର୍ଣ୍ଣ କୋଇଲା ଯୋଗାଣ ବୃଦ୍ଧି ପାଇଁ ଏମସିଏଲ୍‌ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୭୬ ମିଲିୟନ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏମ୍‌ସିଏଲ୍‌ ଏହାକୁ ପୂରଣ କରିବା ପାଇଁ ଉଦ୍ୟମ କରିବ ବୋଲି ଟିମ୍‌ ସଦସ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri