ଶକ୍ତିକେନ୍ଦ୍ରକୁ ଜାରି ରହିବ କୋଇଲା ଯୋଗାଣ

ତାଳଚେର, ୩।୭(ନି.ପ୍ର.): ବର୍ଷା ଋତୁରେ ଶକ୍ତିକେନ୍ଦ୍ରରେ କୋଇଲା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍‌ ଇଣ୍ଡିଆର ଅଂଶୀଦାର ମହାନଦୀ କୋଲ୍‌ଫିଲ୍ଡ ଲିମିଡେଟ୍‌ (ଏମ୍‌ସିଏଲ୍‌)। କମ୍ପାନୀ ଅଧିକୃତ ସମସ୍ତ କୋଇଲା ଖଣି ତଥା ରେଲଓ୍ବେ ସାଇଡିଂରେ ପର୍ଯ୍ୟାପ୍ତ ପରିମାଣଣ କୋଇଲା ଗଚ୍ଛିତ ରଖିବା, ଯୋଗାଣ ଶୃଙ୍ଖଳ ପରିଚାଳନା, ମନିଟରିଂ କରାଯାଉଛି। କୋଇଲା ଏବଂ ରେଳ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯାଉଛି। ଏମସିଏଲ୍‌ ସିଏମ୍‌ଡି, କାର୍ଯ୍ୟକାରିଣୀ ନିର୍ଦ୍ଦେଶକ ଏବଂ ବରିଷ୍ଠ ପଦାଧିକାରୀମାନେ ଉତ୍ପାଦନ ଏବଂ ନଜର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଶାସନିକ ସହାୟତା ପ୍ରଦାନ କରିବା ପାଇଁ ଶୀର୍ଷ ମ୍ୟାନେଜମେଣ୍ଟର ଆଭିମୁଖ୍ୟ କମ୍ପାନୀର କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଛି।
କମ୍ପାନୀ ସୂଚନା ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ କୋଇଲା ଉତ୍ପାଦନରେ ୩୫.୪% ଏବଂ ଡେସ୍‌ପ୍ୟାଚରେ ୨୨.୧% ଅଭିବୃଦ୍ଧି ରହିଛି। କମ୍ପାନୀର ସମସ୍ତ କୋଇଲା ଖଣି ଏବଂ ରେଲୱେ ସାଇଡିଂରେ ପର୍ଯ୍ୟାପ୍ତ କୋଇଲା ଷ୍ଟକ୍‌ ରହିଛି। ତାଳଚେର କୋଲଫିଲ୍ଡସରେ ଦୈନିକ ୭୦ ର଼୍ୟାକ ପ୍ରେରଣ/ଲୋଡ୍‌ କ୍ଷମତା ରହିଥିବା ବେଳେ ୫୬ ର଼୍ୟାକ ରେଲ ଡେସପ୍ୟାଚ ବଜାୟ ରହିଛି। ଶୀର୍ଷ କ୍ଷମତା ବଜାୟ ରଖିବା କଷ୍ଟକର ହୋଇଥିଲେ ମଧ୍ୟ ରେଲଓ୍ବେ ଏଥିପାଇଁ ଉଦ୍ୟମ କରୁଛି। ଇବ୍‌ ଭ୍ୟାଲି କୋଲଫିଲ୍ଡସରେ ମଧ୍ୟ ଅନୁରୂପ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଏଠାରେ ଦୈନିକ ୩୭.୭୩ ର଼୍ୟାକ ଯୋଗାଇ ଦିଆଯାଉଥିବାବେଳେ ଜୁନ୍‌ ୨୨ରେ ଏହାର ପରିମାଣ ୪୨ ର଼୍ୟାକ କ୍ଷମତାକୁ ବୃଦ୍ଧି ପାଇଛି।
ଗତ ୩୦ ଏବଂ ୧ ତାରିଖରେ କୋଲକାତାସ୍ଥିତ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏନ୍‌.ଏସ୍‌. ମଣ୍ଡଳ, ତାଙ୍କ ଟିମ୍‌ ସଦସ୍ୟ, ଏମ୍‌ସିଏଲର ଜିଏମ୍‌ (ଏମ ଆଣ୍ଡ ଏସ୍‌) ଏବଂ ଏରିଆ ଟିମ ସହିତ ଇବ ଭ୍ୟାଲି ଏବଂ ତାଳଚେର କୋଲଫିଲ୍ଡସ ପରିଦର୍ଶନ କରି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି। ସେହିପରି ବସୁନ୍ଧରା ଏବଂ ଲଖନପୁର କ୍ଷେତ୍ରରେ ମାଇନ୍ସ ଷ୍ଟକ ଏବଂ ସାଇଡ୍‌ ମଧ୍ୟ ବୁଲି ଦେଖିଛନ୍ତି। ସେହିପରି ୧ ଏବଂ ୨ ତାରିଖରେ ତାଳଚେର ସ୍ଥିତ ଜଗନ୍ନାଥ, ଭରତପୁର, ଲିଙ୍ଗରାଜ ଓ ହିଙ୍ଗୁଳା କ୍ଷେତ୍ର ସାଇଡିଂ ବୁଲି ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଶକ୍ତିକେନ୍ଦ୍ରକୁ ଉତ୍ତମ ଗୁଣବତାପୂର୍ଣ୍ଣ କୋଇଲା ଯୋଗାଣ ବୃଦ୍ଧି ପାଇଁ ଏମସିଏଲ୍‌ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୭୬ ମିଲିୟନ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏମ୍‌ସିଏଲ୍‌ ଏହାକୁ ପୂରଣ କରିବା ପାଇଁ ଉଦ୍ୟମ କରିବ ବୋଲି ଟିମ୍‌ ସଦସ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri