ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଭୀଷିକାରେ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଆଜି ଅନିଶ୍ଚିତତା ମଧ୍ୟରେ ଗତି କରୁଛି ା ୟୁକ୍ରେନ ଫେରନ୍ତା ଓଡ଼ିଶାର ଛାତ୍ରୀଛାତ୍ର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି।

ଓଡ଼ିଶାର ବିଭିନ୍ନ ସ୍ଥାନରୁ ୟୁକ୍ରେନ୍‌ରେ ୪୭୦ ଜଣ ମେଡିକାଲ ଛାତ୍ରୀଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କର ଏକ ପ୍ରତିନଧି ଦଳ ଇତିମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଭେଟି ତାଙ୍କର ଅସୁବିଧା ଜଣାଇବା ସହ କିଭଳି ନିଜର ପାଠ୍ୟକ୍ରମ ଜାରି ରଖି ପାରିବେ ସେ ସମ୍ପର୍କରେ ସହାୟତା ଲୋଡ଼ିଛନ୍ତି। ପରେ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖି ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି, ୟୁକ୍ରେନ ଯୁଦ୍ଧର ଭୟାବହତା ସମୟରେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ ପଢ଼ୁଥିବା ଡାକ୍ତରୀ ଛାତ୍ରମାନଙ୍କୁ ନିରାପଦ ଭାବରେ ଉଦ୍ଧାର କରି ଦେଶକୁ ଆଣିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ଯୁଦ୍ଧକାଳୀନ ପରିସ୍ଥିତିରେ ଏହି ନିକଟ ଭବିଷ୍ୟତରେ ପୁନରୁଦ୍ଧାର ସମ୍ଭବ ନୁହେଁ। ଏହା ମଧ୍ୟରେ ଛାତ୍ରୀଛାତ୍ର କରିଥିବା ଆବେଦନ ବିଚାର ନିମନ୍ତେ ଅନୁରୋଧ ଜଣାଇଛନ୍ତି। ନବ ଦାସ କହିଛନ୍ତି, ସ୍ଥିତିକୁ ହୃଦୟଙ୍ଗମ କରି ମାନବିକତାର ସହ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଦେବା ସହ ସମାଧାନର ବାଟ ସ୍ଥିର କରନ୍ତୁ। ଫଳରେ ଛାତ୍ରୀଛାତ୍ର ଉପକୃତ ହୋଇ ପାରିବେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି: ପିକ୍‌ଅପ୍‌ ଜବତ, ପୋଲିସ ୨ ଜଣଙ୍କୁ ଗିରଫ କରି…

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ କାରିପାଙ୍ଗା ଗ୍ରାମର ଅରୁଣ ପ୍ରଧାନଙ୍କ ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼…

ପୁରୀରୁ କୋରାପୁଟକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌, ନୋଟସ ଜାରି କରି ପୂର୍ବତଟ ରେଳ ବିଭାଗ କହିଲା ଆସନ୍ତା…

କୋରାପୁଟ,୪ା୭(ଅମିତାଭ ବେହେରା): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ୬ ଜୁଲାଇରେ ପୁରୀ-କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ଉଦ୍‌ଘାଟନୀ ଯାତ୍ରା ଆରମ୍ଭ ହେବ। ଏହି ଅବସରରେ ୦୮୪୦୯ ପୁରୀ-କୋରାପୁଟ…

IND vs ENG T20 : ଟସ୍‌ ଜିତିଲା ଭାରତ: ସଞ୍ଜୁ ସାମସନ ଆଉଟ୍‌, ବୈଭବ କରିବେ ଓପନିଂ

ମ୍ୟାଞ୍ଚେଷ୍ଟର,୪।୭:ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଓଲ୍ଡ ଟ୍ରାଫୋର୍ଡ, ମ୍ୟାଞ୍ଚେଷ୍ଟରଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍…

କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟିକଲେ ବିଚାରପତି

ଝରିଗାଁ,୪ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ କୋର୍ଟ ପରିସରରେ ଶନିବାର ୭୭ତମ ବନ ମହୋତ୍ସବ ସପ୍ତାହ ଅବସରରେ ଝରିଗାଁ କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri