Posted inଜାତୀୟ

ଭଡ଼ାଘରେ ରହୁଥିବା ଲୋକଙ୍କୁ ଉପହାର, ଏଗ୍ରିମେଣ୍ଟ ଷ୍ଟାମ୍ପ୍‌ ଡ୍ୟୁଟି ଛାଡ କରିବେ ଯୋଗୀ ସରକାର…

ଲକ୍ଷ୍ନୌ, ୧୬।୭ : ଉତ୍ତରପ୍ରଦେଶରେ ଭଡ଼ାଘରେ ରହୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହାର ଦେବାକୁ ଯାଉଛନ୍ତି। ୧୦ ହଜାର ପର୍ଯ୍ୟନ୍ତ ଘରଭଡ଼ା ଦେଉଥିବା ଲୋକଙ୍କ ଏଗ୍ରିମେଣ୍ଟରେ ବାର୍ଷିକ ୨୦୦ ଟଙ୍କାର ଛାଡ ପ୍ରଦାନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ଯଦିଓ ସରକାର ଏପର୍ଯ୍ୟନ୍ତ ଏନେଇ କୌଣସି ଘୋଷଣା କରିନାହାଁନ୍ତି, କିନ୍ତୁ ଏହି ଶୁଳ୍କ ଛାଡ କରିବାକୁ ସମସ୍ତ ପ୍ରସ୍ତୁତି ଚାଲିଥିବା ସୂତ୍ରରୁ ପ୍ରକାଶ। ଉତ୍ତରପ୍ରଦେଶ ସହରୀ ପ୍ରିମିୟର୍ସ ଟେନିସି ରେଗୁଲେଶନ ଅର୍ଡିନାନ୍ସ -୨୦୨୧ ଅନୁସାରେ ଭଡାଘର ଦେବା ଏବଂ ଭଡ଼ା ରହିବା ପାଇଁ ଏକ ଏଗ୍ରିମେଣ୍ଟ କରିବା ବାଧ୍ୟତାମୂଳକ କରାଯାଇଛି। ଷ୍ଟାମ୍ପ ଡ୍ୟୁଟି ଯାଗୁ କିଛି ଲୋକ ଏଗ୍ରିମେଣ୍ଟ କରିବାକୁ ଚାହୁଁ ନଥିଲେ। ଏହାକୁ ଆଧାର କରି ଷ୍ଟାମ୍ପ ଏବଂ ପଞ୍ଜୀକରଣ ବିଭାଗ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି।

ଯଦି ଏଗ୍ରିମେଣ୍ଟ ପୁଣି ଏକ ବର୍ଷ ପାଇଁ ହୁଏ ତେବେ ଏକ ବର୍ଷର ଅବଧି ପରେ ପ୍ରସ୍ତାବିତ ଛାଡ ପ୍ରଦାନ କରାଯିବ। ବଡ ବିଲଡିଂ, ବାଣିଜି୍ୟକ କୋଠା କିମ୍ବା ପୁରୁଣା କ୍ଷେତ୍ରରେ ଏହି ଛାଡ ଦିଆଯିବ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହି ଛାଡ ଛଅ ମାସ ପାଇଁ ଦିଆଯିବ। ଏହି ଅବଧିରେ ଏହାର ଲାଭ ଦେଖିବା ପରେ, ଏହାକୁ ଆଗକୁ ବୃଦ୍ଧି କରାଯିବ। ଯେଉଁଠାରେ ଭଡା ଦଶ ହଜାର ଟଙ୍କାରୁ ଅଧିକ, ଏହି କ୍ଷେତ୍ରରେ ଏହି ସୁବିଧା ଦିଆଯିବ ନାହିଁ। ସେମାନଙ୍କଠାରୁ ହଜାରେ ଟଙ୍କା ୨୦ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯିବ। ଯଦି ଏହି ଭଡା ୨୦,୦୦୦ଟଙ୍କା ତେବେ ଚୁକ୍ତିନାମା କରିବା ପାଇଁ ବାର୍ଷିକ ୪୦୦ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?