ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ, ୧ା୨: ହାଇକୋର୍ଟରେ ସୋମବାର ଢିଙ୍କିଆ ବିବାଦ ମାମଲାର ଶୁଣାଣି ହୋଇଛି। ଏ ନେଇ ହାଇକୋର୍ଟରେ ଦାଏର ହୋଇଥିବା ୩ଟି ଯାକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି। ପ୍ରତିଜବାବ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୧୬ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଜାନୁୟାରୀ ୩୧ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଭୟରେ ଢିଙ୍କିଆ ଗ୍ରାମର ଲୋକେ ଉପଯୁକ୍ତ ଚିକିତ୍ସା ପାଇପାରୁ ନ ଥିବା ନେଇ ଆବେଦନକାରୀ ସତ୍ୟପାଠରେ ଦର୍ଶାଇଥିଲେ। ସୂଚନାଯୋଗ୍ୟ, ଢିଙ୍କିଆ ମାମଲା ନେଇ ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଏବଂ କବିରାଜ ପ୍ରଧାନ ପୃଥକ ଭାବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଆହତଙ୍କୁ ମାଗଣାରେ ଚିକିତ୍ସା କରାଇବା, ଜମି ଅଧିଗ୍ରହଣ ନିୟମ ଠିକ୍‌ ଭାବେ ପାଳନ କରିବା, ନିରପେକ୍ଷ ତଦନ୍ତ, ପୋଲିସ ମୁତୟନ ପ୍ରତ୍ୟାହାର ଏବଂ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପାନବରଜ ଭଙ୍ଗା ନ ଯିବା, ଲୋକଙ୍କୁ ବିସ୍ଥାପିତ କରା ନ ଯିବା ନେଇ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ଜେଏସ୍‌ଡବ୍ଲ୍ୟୁ, ପୋଲିସ ଡିଜି, ଜଗତସିଂହପୁର ଏସ୍‌ପି ଏବଂ ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ, ରାୟଗଡ଼ାରେ ଗଲା ୩ ଜୀବନ

ଭଞ୍ଜନଗର(ଡି.ଏନ.ଏ)/ ରାୟଗଡ଼ା(ସ୍ବ.ପ୍ର.), ୨୯।୧:ଗଞ୍ଜାମ ଏବଂ ରାୟଗଡ଼ା ଜିଲାର ପୃଥକ୍‌ ସ୍ଥାନରେ ଶନିବାର ସଡ଼କ ଦୁର୍ଘଟଣା ଘଟି ୩ ଜୀବନ ଯାଇଛି। ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି।...

ପାନୀୟଜଳ ଓ ବିଦ୍ୟୁତ୍‌ ସେବା ଉପରେ ଗୁରୁତ୍ୱ

ବୌଦ୍ଧ,୨୮ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।...

ଆସନ୍ତାକାଲିଠୁ ଖୋଲିବ ମା’ ତାରିଣୀ ମନ୍ଦିର: ମାନିବାକୁ ପଡ଼ିବ ଏସବୁ ନିୟମ

କେନ୍ଦୁଝର,୨ା୩(ସ୍ବ.ପ୍ର.): କୋଭିଡ୍‌ ଆଇନରେ କୋହଳ ହେବା ପରେ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୩ରୁ ଘଟଗାଁ ମା’ ତାରିଣୀ ପୀଠ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ପାଇଁ...

କାଶୀପୁର ଗସ୍ତ କରି ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା ଅଫିସ,୨୧।୭: ରାୟଗଡ଼ା ଜିଲାରେ ଭିବ୍ରିଓ କଲେରା ବ୍ୟାପି ୭ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ...

ବେଆଇନ ଗଚ୍ଛିତ କାଠ ଗୋଦାମରେ ଚଢ଼ାଉ

ଭଦ୍ରକ ଅଫିସ,୧୨।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଇଚ୍ଛାପୁର ଗାଁର ଏକ କାଠ ଗୋଦାମରେ ଶନିବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ...

୧୦ ବର୍ଷ ପରେ ହଜିଲା ପୁଅଙ୍କୁ ପାଇଲେ ମା’

କୋଦଳା,୩୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳକ ୧୦ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ। ଗତ ଶୁକ୍ରବାର ହଜିଲା ପୁଅ ତାଙ୍କ...

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩,୮୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଓଡ଼ିଶାରୁ ମଙ୍ଗଳବାର ୩ ହଜାର ୮୧୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ରୁଚିକାଙ୍କ ମା’ଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି...

Advertisement
Archives

Model This Week