ଗୋଠଛଡ଼ା ଗଜ ପାଇଁ ସ୍ଥିତି ଗମ୍ଭୀର

ଅନୁଗୋଳ ଅଫିସ,୮।୧: ଢେଙ୍କାନାଳରୁ ଅନୁଗୋଳ ବନଖଣ୍ଡକୁ ଚାଲି ଆସିଥିବା ୨୫ ହାତୀ ମଧ୍ୟରୁ ଗୋଟିଏ ଗୋଠଛଡ଼ା ମାଈ ହାତୀ ଅନୁଗୋଳ ସଦର ଥାନା ଓ ବଅଁରପାଳ ଥାନା ଅଞ୍ଚଳରେ ଶନିବାର ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଭୋର୍‌ ସମୟରେ ଏହି ମାଈ ହାତୀ ଅନୁଗୋଳ ବନଖଣ୍ଡ ଛେଳିଆପଡ଼ାର ସୁବାସ ସାହୁ, ଅଙ୍ଗାରବନ୍ଧର ଅନିରୁଦ୍ଧ ସାହୁ, ବାରସିଂହାର ରମେଶ ଚନ୍ଦ୍ର ସ୍ବାଇଁ ଓ ବଅଁରପାଳ ଥାନା ଗଡ଼ସନ୍ତ୍ରୀ ଗାଁର ଅଜୟ ସାମଲଙ୍କ ଜୀବନ ନେଇ ଏକପ୍ରକାର ଆତଙ୍କିତ ପରିବେଶ ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ, ଏହି ୪ ଗଁା ଲୋକଙ୍କ ସହ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି। ଦିନ ତମାମ ଲୋକେ ଘରୁ ବାହାରକୁ ଯିବାକୁ ଡରୁଥିବା ବେଳେ ସନ୍ଧ୍ୟା ନ ହେଉଣୁ କବାଟ କିଳି ଦେଇଥିବା ଜଣାପଡ଼ିଛି।
ଗୋଟିଏ ଦିନରେ ହାତୀ ଏତେ ଜୀବନ ନେବା ଅନୁଗୋଳ ଜିଲା ପାଇଁ ଦ୍ୱିତୀୟ ଘଟଣା। ପୂର୍ବରୁ ୨୦୧୯ ଏପ୍ରିଲ ୧୯ ଭୋର୍‌ ସମୟରେ ତାଳଚେରରେ ୫ ଜଣଙ୍କ ଜୀବନ ନେଇ ଏପରି ମୃତ୍ୟୁର ତାଣ୍ଡବ ଖେଳାଇଥିଲା ଢେଙ୍କାନାଳରୁ ବ୍ରାହ୍ମଣୀ ନଦୀ ପାର ହୋଇ ଚାଲି ଆସିଥିବା ନରହନ୍ତା ରାକେଶ। ପୂର୍ବରୁ ୧୬ ଜଣଙ୍କ ଜୀବନ ନେଇଥିବା ରାକେଶ ତାଳଚେର ପୌରାଞ୍ଚଳର ଷଣ୍ଢ ଗାଁରେ ପଶି ସେଠାରେ ରହୁଥିବା ପାଲଲହଡା ଗୋବିନ୍ଦପୁର ଅଞ୍ଚଳର କାଳିଆ ସିଂ (୨୫), ଦେଢ଼ବର୍ଷର ଝିଅ ଅନିଷା ଓ ସାରଥି ସିଂ (୧୬)ଙ୍କୁ ଦଳି ଦେଇଥିଲା। ପରେ କାଳିଆଙ୍କ ଘର ନିକଟରେ ରହୁଥିବା ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ସୁନିତା ସେଠ (୩୫)ଙ୍କ ଜୀବନ ନେଇଥିଲା। ଏହାପରେ ସେଠାରୁ ୨ କି.ମି. ଦୂର ସନ୍ଥପଡା ଗ୍ରାମରେ ପଶି ଭ୍ରମରବର ସାମଲ (୭୦)ଙ୍କୁ ଆକ୍ରମଣ କରି ମାରିଦେଇଥିଲା। ଏହି ଘଟଣା ସେତେବେଳେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୁଣି ଅନୁଗୋଳ ଜିଲାରେ ଶନିବାର ହାତୀ ୪ ଗଁାରେ ପଶି ୪ଜଣଙ୍କ ଜୀବନ ନେବା ଚର୍ଚ୍ଚାର ବିଷୟ ହୋଇଛି।

 

ଅପାରଗ ବନ ବିଭାଗ
ବନ ବିଭାଗ ଓ ପ୍ରଶାସନର ଅପାରଗତା ପାଇଁ ହାତୀ ଆକ୍ରମଣରେ ଜିଲାରେ ଗୋଟିଏ ପରେ ଗୋଟିଏ ଜୀବନହାନି ହେଉଛି। ୪ରୁ ୫ ମାସ ହେଲା ଢେଙ୍କାନାଳରୁ ଆସିଥିବା ଉକ୍ତ ହାତୀ ପଲ ଅନୁଗୋଳରେ ଉପଦ୍ରବ କରୁଛନ୍ତି। କିନ୍ତୁ ବନ ବିଭାଗ ଲୋକଙ୍କୁ ସଚେତନ କି ସତର୍କ କରୁନାହିଁ। ଲୋକେ ମଲା ପରେ ଆସି ଟଙ୍କା ବାଣ୍ଟିଲେ କି ସମବେଦନା ଜଣାଇଲେ କିଛି ଲାଭ ନାହିଁ। କେତେଜଣ ରାଜନେତା ବନ ବିଭାଗ ସହ ସମ୍ପର୍କ ରଖି କେବଳ ଠିକା କାମ କରୁଥିବା ବେଳେ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଉନାହାନ୍ତି।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା
ଗଁାକୁ ସୁରକ୍ଷିତ ରଖାଯାଉ
ଛେଳିଆପଡ଼ାକୁ ପୂର୍ବରୁ କେବେ ହାତୀ ପଶି ନ ଥିଲେ। ହେଲେ ଏବେ ହାତୀ ପଶି ଧନଜୀବନ ହାନି କରୁଥିବାରୁ ଗଁାକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଉ। ନ ହେଲେ ବାରମ୍ବାର ଏପରି ଅଘଟଣ ଘଟିବାର ଆଶଙ୍କା ରହିଛି।
-ବଳରାମ ସାହୁ, ଛେଳିଆପଡା
ହାତୀକୁ ନିଅଣ୍ଟ ହେଉଛି ଜଙ୍ଗଲ
ହାତୀଙ୍କ ସଂଖ୍ୟା ବଢ଼ୁଛି। ହେଲେ ସେମାନଙ୍କ ଚଲାବୁଲା ପାଇଁ ପର୍ଯ୍ୟାପ୍ତ ହେଉନାହିଁ ଜଙ୍ଗଲ। ତେଣୁ ଖାଦ୍ୟାଭାବର ଶିକାର ହେଉଥିବା ହାତୀ ଗାଁ ମୁହାଁ ହେଉଛନ୍ତି। ଧାନ, ପରିବା ଓ ଆଖୁ ଆଦି ଫସଲ ନଷ୍ଟ କରିବା ସହ ଜୀବନହାନି ଘଟାଉଛନ୍ତି। ଅଭିଯୋଗ କଲେ ବି ବନ ବିଭାଗ ଶୁଣୁନାହିଁ।
-ପବନା ସାହୁ, ଗ୍ରାମବାସୀ
ଭୟରେ କବାଟ ଦେଇଦେଲୁ
ଆମ ଗଁାକୁ ହାତୀ ଆସନ୍ତିନି। କେବେ ବି ଏମିତି ଆତଙ୍କର ସମ୍ମୁଖୀନ ହୋଇ ନ ଥିଲୁ। ହେଲେ ଶନିବାର ହଠାତ୍‌ ହାତୀ ପଶିଆସି ଜଣଙ୍କର ଜୀବନ ନେଇଯିବା ଆମକୁ ଆତଙ୍କିତ କରି ଦେଇଛି। ଭୟରେ କବାଟ କିଳିଦେଇଥିଲେ ବି ଆଗକୁ କେମିତି ରହିବୁ ତାହା ଚିନ୍ତା କରୁଛୁ।
-ତିଳ ସାହୁ, ଛେଳିଆପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?