ନୟାଗଡ଼ ଅଫିସ,୫।୧୨: ଏସ୍ଆଇଟି (ସ୍ପେଶାଲ ଇନ୍ଭେଷ୍ଟିଗେଶନ୍ ଟିମ୍) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ୪ଦିନ ଭିତରେ ଟିମ୍ ୨ଥର ଯଦୁପୁରରେ ପହଞ୍ଚତ୍ ଘଟଣାର ତନାଘନା ଚଳାଇଛି। ପୋଲିସ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍ ଶୁକ୍ରବାର ପରୀର ମୃତଦେହ ମିଳିଥିବା ସ୍ଥାନ ପୋଖରୀ କୂଳକୁ ଯାଇ ତଦନ୍ତ କରିଥିଲେ। ବାଲୁଗଁା ରାଜସ୍ବ ବିଭାଗର ଆର୍ଆଇ ଓ ଅନ୍ୟ କର୍ମଚାରୀଙ୍କ ସହାୟତାେରେ ମ୍ୟାପ ଦେଖି ତଦନ୍ତକୁ ତ୍ୱରାନ୍ବିତ କରିଥିଲେ।
ହତ୍ୟା ଘଟଣାର ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲା ନାୟକଙ୍କ ଘରକୁ ଯାଇ ପୋଲିସ ଆଇଜି ପଚରାଉଚୁରା କରିଥିଲେ। ଟାଉନ ଥାନା ଓ ଅନ୍ୟ ଥାନାର ପୋଲିସ ସହାୟତାରେ ଟିମ୍ ସଦସ୍ୟ ଯଦୁପୁର ଗଁାର ବିଭିନ୍ନ ଲୋକଙ୍କ ଘରକୁ ଯାଇ ପଚାରି ବୁଝିଥିଲେ। ଅନ୍ୟପକ୍ଷେ ଭୟ ଓ ରୋଜଗାର ହରାଇ ପରୀର ଅଜା ଘରେ ରହୁଥିବା ମା’ ସୌଦାମିନୀ ଓ ବାପା ଅଶୋକ ସାହୁ କୁହନ୍ତି, ପରୀର ହତ୍ୟାକାରୀ କିଏ ଆମେ ଜାଣି ନ ଥିଲୁ। ବାବୁଲା ନାୟକଙ୍କ ଚାଲିଚଳଣି ଦେଖି ଆମେ ସନ୍ଦେହ କଲୁ। ଏହାଛଡା ଗଁାରେ କଙ୍ଗାରୁ କୋର୍ଟ ବସାଇବା, ଘରେ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆମକୁ ଆକ୍ରମଣ ସହ ହତ୍ୟା ଧମକ ଦେବା ପରେ ସନ୍ଦେହ ବଢ଼ିଲା। ପୂର୍ବରୁ ସେ ଗଞ୍ଜେଇ ଓ ପରେ ବ୍ରାଉନସୁଗାର ବ୍ୟବସାୟ କଲେ। ପିଲାଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି ବ୍ୟବସାୟ ବି ତାଙ୍କର ରହିଛି। ବାବୁଲା ଆମର ଶତ୍ରୁ ନୁହେଁ। ତାଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ନିର୍ଯାତନା ବଢ଼ିବା ଓ ଆମ ଅଟୋ ଭାଙ୍ଗି ଦିଆଯିବା ପରେ ରୋଜଗାର ହରାଇ ଆମେ ଅକ୍ଟୋବର ଶେଷ ସପ୍ତାହରୁ ଗଁା ଛାଡି ପରୀର ଅଜା ଘରେ ରହୁଛୁ। ପୋଲିସ ଆଇଜି ବୋଥ୍ରା ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ହତ୍ୟାକାରୀକୁ ଧରି ନ୍ୟାୟ ଦେବେ। ଏଣୁ ଆମେ ସହଯୋଗ ଜାରି ରଖିଛୁ। ନଚେତ୍ ସିବିଆଇକୁ କେସ୍ ଦେଇଦେବେ କହିଛନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ୭ଜଣ ପୋଲିସ ଗୁରୁବାରଠାରୁ ଯୋଗିଆପଲ୍ଲୀରେ ଆମକୁ ସୁରକ୍ଷା ଦେଉଛନ୍ତି। ବାବୁଲା ନାୟକ କୁହନ୍ତି, ଆଜି ମୋତେ ପୋଲିସ ଆଇଜି ବୋଥ୍ରା ପଚରାଉଚୁରା କଲେ। ପରୀ ହତ୍ୟାକାରୀଙ୍କୁ ଧରିବାରେ ସହଯୋଗ କରୁଛି ଓ କରିବି ବୋଲି କହିଛି। ଦୋଷ ନ ଥାଇ ମୋତେ ଅଯଥାରେ ଛନ୍ଦି ଦିଆଯାଇଥିବାରୁ ମୋର ରୋଜଗାର ଠପ୍ ହୋଇଗଲାଣି।
Posted inHome Left, ଆମ ଜିଲା ଖବର, ନୟାଗଡ଼, ରାଜ୍ୟ View All
ସରକାରଙ୍କ ବଡ଼ ଘୋଷଣା: ସରକାରୀ କାମରେ ବିଳମ୍ବ କଲେ ଗଣିବେ ଜରିମାନା
ନୂଆଦିଲ୍ଲୀ, ୯।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ବଢ଼ାଇବା ଏବଂ ସାଧାରଣ ଲୋକଙ୍କୁ ସରକାରୀ ସେବା…
ଫୋନରେ କଥା ହେଲେ ଜେଲେନସ୍କି-ମୋଦି: ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯୁଦ୍ଧ ଶେଷ ପାଇଁ …
ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନରେ ଜାରି…
ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା
ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ…
ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ
ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍ର ଲାଇବ୍ରେରୀ ହଲ୍ଠାରେ ଜାତୀୟ ଆଇନ ସେବା…
ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର
ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…
IPL ୨୦୨୭ ଟ୍ରେଡ୍କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…
WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ
ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି।…
ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…
ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

