ଆସିପାରେ ଦ୍ୱିତୀୟ ପ୍ୟାକେଜ

ନୂଆଦିଲ୍ଲୀ,୨୬।୮: କୋଭିଡ୍‌ ଯୋଗୁ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ସରକାର ଦ୍ୱିତୀୟ ପ୍ୟାକେଜ ଘୋଷଣା କରିପାରନ୍ତି। ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଲୋକଙ୍କ ମନରେ ଏ ନେଇ ଭୟ ମଧ୍ୟ ରହିଛି। କୋଭିଡ୍‌ ସଂକ୍ରମଣ ଥମିଲେ ସରକାର ଦ୍ୱିତୀୟ ପ୍ୟାକେଜ ସମ୍ପର୍କରେ ବିଚାର କରିପାରନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। କରୋନା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ହିତାଧିକାରୀଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ କରିଥିଲେ। ୪୦% ଅର୍ଥ ଲୋକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଥିବା ବେଳେ ଏହା ଲୋକମାନେ ଏହାକୁ ସଞ୍ଚୟ କରି ରଖୁଛନ୍ତି। ଅର୍ଥକୁ ଲୋକମାନେ ଖର୍ଚ୍ଚ କରିବାକୁ ଆଗେଇ ଆସୁ ନ ଥିବା ନଜରକୁ ଆସିଛି। ପ୍ରୋତ୍ସାହନ ପ୍ୟାକେଜର ବିଭିନ୍ନ ପ୍ରସଙ୍ଗକୁ ନେଇ ପୁଣି ଥରେ ବିଚାର କରାଯାଉଥିବା ବେଳେ କେଉଁ ସମୟରେ ଏହାକୁ ଲାଗୁ କରାଯିବା ନେଇ ଠିକ୍‌ ସମୟକୁ କେନ୍ଦ୍ର ସରକାର ଧ୍ୟାନରେ ରଖିବେ ବୋଲି ବ୍ୟୟ ସଚିବ ଟି.ଭି.ସୋମନାଥନ ସୂଚନା ଦେଇଛନ୍ତି।
ମାର୍ଚ୍ଚ ମାସରେ ସରକାର ପ୍ରଥମ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିଲେ। ବିଭିନ୍ନ ପଦକ୍ଷେପ ସହ ଜିଡିପିର ୨% ମଧ୍ୟ ପ୍ୟାକେଜ ମଧ୍ୟରେ ସାମିଲ ହୋଇଥିଲା। ରିଜର୍ଭ ବ୍ୟାଙ୍କ ୨ ଥର ରେପୋ ହ୍ରାସ କରିଥିବା ବେଳେ ଚଳିତ ମାସରେ ଏଥିରେ ବିରତି ଦେଇଛି। କେବଳ ବିଶେଷଜ୍ଞ କହିଛନ୍ତି, ସରକାର ଅନ୍ୟ ପଦକ୍ଷେପ ନେବାର ସମ୍ଭାବନା ଦେଖାଯାଉଛି। ଡନ୍‌ ଏବଂ ବ୍ରାଡ୍‌ଷ୍ଟ୍ରିଟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋମନାଥନ କହିଛନ୍ତି, ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଏକ ଅନିଶ୍ଚିତ ସମୟ ଦେଇ ଗତି କରୁଛି। ସରକାର ଯାହା କଲେ ମଧ୍ୟ ଭୟ ଲୋକଙ୍କ ମନରେ ଭୟ ରହୁଛି। ବର୍ତ୍ତମାନ ଏହା ମଧ୍ୟ ପ୍ରତୀୟମାନ ହେଉଛି ଯେ, ସରକାର ପଦକ୍ଷେପ କିମ୍ବା ଆର୍ଥତ୍କ ପ୍ରୋତ୍ସାହନକୁ ଲୋକମାନେ ମଧ୍ୟ ଆଶା ନ ରଖି ନିଜ ଯୋଜନାକୁ ଆଗେଇ ନେବା ପାଇଁ ଆଗଭର ହେଉଛନ୍ତି। ଏଭଳି କ୍ଷେତ୍ରରେ ବଜାରର ଠିକ୍‌ ଅବସ୍ଥା ଆସିବା ଉପରେ ସବୁ କିଛି ନିର୍ଭର କରୁଛି।
ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସଙ୍କଟ ସ୍ଥିତି ଜାରି ରହିଛି। ସିନେମା ହଲ୍‌, ମଲ୍‌, ରେଷ୍ଟୁରାଣ୍ଟ ଭଳି ଅନ୍ୟ କ୍ଷେତ୍ର ବର୍ତ୍ତମାନ ବଡ ଧରଣର କ୍ଷତିରେ ଚାଲୁଛି। ଲୋକଙ୍କ ମନରେ ଭୟ ରହିଥିବାରୁ ସରକାର କିଛି କଲେ ମଧ୍ୟ ସବୁ କିଛି ସ୍ବାଭାବିକ ହୋଇଯିବ ବୋଲି ମଧ୍ୟ ଠିକ୍‌ ଭାବେ କହିହେଉନାହିଁ। ଲୋକଙ୍କ ମନରୁ ଭୟ କମିଲେ ଯାଇ ଏହି କ୍ଷେତ୍ରଗୁଡିକରେ ସ୍ଥିତି ସୁଧୁରିବ। ଏହି କ୍ଷେତ୍ରଗୁଡିକ ଶୀଘ୍ର ଟ୍ରାକ୍‌କୁ ଫେରିବା ନେଇ ସେ ଆଶାବାଦୀ ରହିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ କରୋନା ଥମିଲେ ଆଉ କିଛି ପଦକ୍ଷେପ ଉପରେ ସରକାର ବିଚାର କରିପାରନ୍ତି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri