ରାସ୍ତାକାମ ନିମ୍ନମାନର, ହାତମାରିଲେ ଉଠିଯାଉଛି ପିଚୁ

ଥୁଆମୂଳ ରାମପୁର, ୩୧ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଡାକକୋଟା ଭାରତ ଯାତ୍ରାଠାରୁ ତୁକଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାକାମ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ମାତ୍ର ଦିନ କେଇଟା ମଧ୍ୟରେ ହାତ ମାରିଲେ ରାସ୍ତାରୁ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି। ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ୫ କି.ମି. ଦୀର୍ଘ ରାସ୍ତାର ଉନ୍ନତୀକରଣ ଓ ମରାମତି ପାଇଁ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ଏହି ରାସ୍ତା ଉପରେ ଆଖପାଖ ତୁନାପାରି, ଭଟାଗୁଡ଼ା, ଥୁଆମୂଳ, ଖମାରପଦର, ମର୍ଦିଗୁଡ଼ା, ଗୁଞ୍ଜିଗୁଡ଼ା ଆଦି ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ନିମ୍ନମାନର କାମ ନେଇ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପିଚୁ ପକାଇବା ପରେ ଠିକ୍‌ ଭାବରେ ରୋଲର ଚଳାଯାଉ ନାହିଁ। ଫଳରେ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ମନୋଜ ନାୟକଙ୍କୁ ପଚାରିବାରୁ ୫ କି.ମି. ରାସ୍ତାର ମରାମତି ବାବଦକୁ ୭୦ ଲକ୍ଷ ଟଙ୍କା ଆସିଛି। ତାଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ୧ ଇଞ୍ଚ ଲେଖା ପିଚୁ ପଡୁଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଯଦି କୌଣସି ସ୍ଥାନରେ ଖରାପ କାମ ହୋଇଛି ତେବେ ପୁନର୍ବାର କାମ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିପି ପରିବର୍ତ୍ତନ କଲେ ମୋଦି-ଶାହା: ପାକିସ୍ତାନକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ,୭।୫: ଆଜି ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂରର ପ୍ରଥମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ…

ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପରେ ଅନୁପ୍ରବେଶକାରୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା, ଜଳପଥରେ ଆସି…

କେନ୍ଦ୍ରାପଡ଼ା,୭ା୫ (ଜଗନ୍ନାଥ ଧଳ): ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପାଇଛି। ସେହି ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏହା ପୂର୍ବରୁ ସେଠାରେ ଅନୁପ୍ରବେଶ କରିଥିବା…

ତାମିଲନାଡୁରେ ନୂଆ ଟୁଇଷ୍ଟ! ଚାଣକ୍ୟ ହୋଇ ଭାଜପା ଖେଳିଲା ବଡ଼ ଗେମ୍‌, ଚିନ୍ତାରେ ପଡିଲେ ବିଜୟ ,ରାହୁଲ

ଚେନ୍ନାଇ, ୭।୫: ତାମିଲନାଡୁ ରାଜନୀତିରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। ଥଲାପଥି ବିଜୟଙ୍କ ଟିଭିକେ ସରକାର ଗଠନ କରିବାକୁ ଚେଷ୍ଟା କରୁଛି। ଏହାର ସଂଖ୍ୟାଗରିଷ୍ଠତା ନାହିଁ। ତେଣୁ,…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ମହାନଦୀରେ ଉଚ୍ଚ ଜୁଆର, ବିପଦରେ ମତ୍ସ୍ୟଜୀବୀଙ୍କ ହୁଲିଡଙ୍ଗା, ଆଶଙ୍କାରେ…

ମହାକାଳପଡ଼ା, ୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ମତ୍ସ୍ୟଜୀବୀମାନେ ନିଜ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମହାନଦୀରୁ ମାଛ ମାରି ଜୀବିକା ନିର୍ବାହ…

ଭୟରେ ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ: ମା’ ଖୋଲିଦେଲେ ସବୁ ଗୁମର

ଭଦ୍ରକ,୭।୫(ସନାତନ ରାଉତ): ପ୍ରଥମ ନିଟ ପରୀକ୍ଷାରେ ବିଫଳ ହୋଇଥିଲେ। ଦ୍ୱିତୀୟ ଥର ପରୀକ୍ଷା ପରେ ନିଜେ ମାର୍କିଙ୍ଗ କରିଥିଲେ। ପରୀକ୍ଷା ଫଳ ଖରାପ ହେବ ବୋଲି ଭାବି…

ଶପଥ ବିନା ମୁଖ୍ୟମନ୍ତ୍ରୀ ହେଲେ Vijay Thalapathy! ତାମିଲନାଡୁରେ ଚହଳ…

ଚେନ୍ନାଇ,୭।୫: ଥାଲାପତି ବିଜୟଙ୍କ ରାଜନୈତିକ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ତାମିଲନାଡୁ ବିଧାନସଭା ନିର୍ୱାଚନରେ ବିଜୟୀ ହୋଇଛି। ଫଳସୱରୂପ, ଅଭିନେତାଙ୍କୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦ…

ବରଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ: ଗଛମୂଳରେ ପଡ଼ିଛି ଚପଲ-ବ୍ୟାଗ୍‌, ବଢୁଛି ସନ୍ଦେହ

ସୋନପୁର,୭l୫(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା-ସିଲାଟି ରାସ୍ତାରେ ଏକ ବରଗଛ ଡାଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତେବେ ଏହା ଆତ୍ମହତ୍ୟା ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri