Posted inଖେଳ

ବେଲ୍‌ଜିଆନ ଗ୍ରାଁ ପ୍ରି ଜିତିଲେ ହାମିଲଟନ

ସ୍ପା-ଫ୍ରାଙ୍କୋରଚାମ୍ପ୍ସ, ୩୦ା୮ (ଏପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ବେଲ୍‌ଜିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଜିତିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୯ତମ ଟାଇଟଲ। ଫର୍ମୁଲା ଓ୍ବାନ ରେକର୍ଡଧାରୀ ମାଇକେଲ ସୁମାକରଙ୍କଠାରୁ ସେ ଦୁଇଟି ବିଜୟ ପଛରେ ରହିଛନ୍ତି। ବିଶ୍ୱଚାମ୍ପିୟନ ଡ୍ରାଇଭର ପୋଲ ପୋଜିଶନରୁ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ। ସେ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ ଭାଲଟେରୀ ବୋଟାସଙ୍କୁ ୮ ସେକେଣ୍ଡରେ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କ ଠାରୁ ସେ ୧୫ ସେକେଣ୍ଡ ଆଗରେ ରହିଥିଲେ। ରେନଲ୍ଟର ଡାନିଏଲ ରିକାର୍ଡୋ ଚତୁର୍ଥ ହୋଇଥିଲେ। ଦ୍ରୁତତମ ଲାପ୍‌ ପାଇଁ ତାଙ୍କୁ ଅତିରିକ୍ତ ପଏଣ୍ଟ ମିଳିଛି। ଚଳିତ ସିଜନରେ ୭ଟି ରେସ୍‌ରେ ହାମିଲଟନଙ୍କ ଏହା ହେଉଛି ୫ମ ବିଜୟ। ଚାମ୍ପିୟନଶିପ୍‌ ଟେବୁଲ୍‌ରେ ପ୍ରଥମ ସ୍ଥାନରେ ରହିଥିବା ହାମିଲଟନ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭର୍ଷ୍ଟାପେନ୍‌ଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୪୭କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ପାଇଁ ଖୁସି ଖବର

ରାଞ୍ଚି,୨୯।୪: ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀଙ୍କ ମାତାପିତା କରୋନା ଲଢେଇରେ ବାଜିମାତ୍‌ କରିଛନ୍ତି। ଏକ ସପ୍ତାହ ପୂର୍ବରୁ ଧୋନୀଙ୍କ ପିତା ପାନ ସିଂ ଏବଂ...

ଶ୍ରୀଲଙ୍କାର ଦୃଢ ଜବାବ

ପାଲିକେଲ (ଶ୍ରୀଲଙ୍କା), ୨୫ା୪-ସ୍ଥାନୀୟ ପାଲିକେଲ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ବାଂଲାଦେଶର ପ୍ରଥମ ଇନିଂସ ସ୍କୋର ୫୪୧/୭ ଜବାବରେ ଶ୍ରୀଲଙ୍କା ଶନିବାର...

ଟୋକିଓ ଅଲିମ୍ପିକ୍ସ, ନୂଆ ତାରିଖ ନେଇ ସବୁ ବିକଳ୍ପ ରହିଛି: ଆଇଓସି

ଲାଉସାନେ,୨୬।୩ (ଏଏଫ୍‌ପି)-୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବା ବେଳେ ନୂଆ ତାରିଖ ପାଇଁ ସବୁ ବିକଳ୍ପ ଖୋଲା ରହିଛି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌...

ଦୁଇ ଘଣ୍ଟାରୁ କମ୍‌ ସମୟରେ ମାରାଥନ ଦୌଡ଼ିଲେ କିପଚୋଗେ

ଭିଏନା,୧୩।୧୦(ଏଏଫ୍‌ପି)- କେନିଆର ଅଭିଜ୍ଞ ଧାବକ ଇଲିଉଡ କିପଚୋଗେ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଦୁଇ ଘଣ୍ଟାରୁ କମ୍‌ ସମୟ ନେଇ ସେ ମାରାଥନ (୪୨.୨ କି.ମି.)...

ଦୀପକ ବେହେରାଙ୍କ ଅବସର

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଅଲରାଉଣ୍ଡର ଦୀପକ ରଞ୍ଜନ ବେହେରା ପ୍ରଥମ ଶ୍ରେଣୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଗତ ୧୩ ବର୍ଷ ଧରି ସେ...

ନରିନ୍ଦର ବାତ୍ରା ସମ୍ମାନିତ

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.)-କ୍ରୀଡ଼ା ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କୁ ସମ୍ମାନିତ କରାଯାଇଛି। ରବିବାର ବିଶିଷ୍ଟ ବିଚାରପତି...

ପୋଲିସ ହେପାଜତରେ ସ୍ପାନିଶ ଫୁଟ୍‌ବଲ ଖେଳାଳି

ମାଡ୍ରିଡ୍‌,୩୧।୫(ଏଏଫ୍‌ପି)- ମ୍ୟାଚ୍‌ ଫିକ୍ସିଂ ଓ ଅର୍ଥ କାରବାରରେ ଜଡ଼ିତ ହୋଇଥିବାରୁ ପୂର୍ବତନ ସ୍ପାନିଶ ଅନ୍ତର୍ଜାତୀୟ ଖେଳାଳି ରଲ ବ୍ରାଭୋ ଓ ଅବସରପ୍ରାପ୍ତ କାର୍ଲୋସ ଆରାଣ୍ଡାଙ୍କୁ ପୋଲିସ...

ସନ୍ଦେହରେ ଆଇପିଏଲ୍‌ରେ କିଣାଯାଇଥିବା ପେସର ଦିଗବିଜୟଙ୍କ ବୋଲିଂ ଷ୍ଟାଇଲ

ପୁଣେ,୨୫।୧୨- ମହାରାଷ୍ଟ୍ର ପେସର ଦିଗବିଜୟ ଦେଶମୁଖ ଗତ ସପ୍ତାହରେ ଜମ୍ମୁ-କଶ୍ମୀର ବିପକ୍ଷ ରଣ୍‌ଜୀ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ତାଙ୍କୁ ଆଇପିଏଲରେ ନିଲାମ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ...

Advertisement
Archives

Model This Week