Posted inଜାତୀୟ

ମୋଦିଙ୍କ ବାୟୋପିକ୍‌ ନିର୍ମାତାଙ୍କ ଡ୍ରଗ୍ସ ଲିଙ୍କ: ସିଂଘଭି

ନୂଆଦିଲ୍ଲୀ, ୩୦।୮-ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ସହ ଡ୍ରଗ୍‌ର ସମ୍ପର୍କ ଥିବା ନେଇ ତଦନ୍ତ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ନିର୍ମାତା ସନ୍ଦିପ୍‌ ସିଂଙ୍କ ବିରୋଧରେ ଡ୍ରଗ୍‌ କାରବାର ଅଭିଯୋଗ ଆସିଛି। ସନ୍ଦିପ୍‌ଙ୍କର ଭାଜପା ଏବଂ ଗୁଜରାଟ ସରକାରଙ୍କ ସହ ସମ୍ପର୍କ ରହିଛି। ନିକଟରେ ତାଙ୍କୁ ଗୁଜରାଟ ସରକାର ବହୁ କୋଟି ଟଙ୍କାର ଠିକା ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଭାଜପାରୁ କିଏ ସନ୍ଦିପ୍‌ଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ସିଂଘଭି ପ୍ରଶ୍ନ କରିଛନ୍ତି। ସୁଶାନ୍ତ ସିଂଙ୍କର ଘନିଷ୍ଠ ସହଯୋଗୀ ବୋଲି ଦାବି କରୁଥିବା ଏହି ଚଳଚ୍ଚିତ୍ର ନିର୍ମାତା ଗତ କିଛି ମାସ ମଧ୍ୟରେ ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟକୁ ୫୩ ଥର ଫୋନ୍‌ କରିଥିବା ସିଂଘଭି କହିଛନ୍ତି। ସିବିଆଇ ତଦନ୍ତ ପାଇଁ ତତ୍ପରତା ଦେଖାଇବା ପଛରେ ସନ୍ଦିପ୍‌ ରହିଛନ୍ତି କି? ଭାଜପା ଏଭଳି ଲୋକଙ୍କ ସହ କ’ଣ ପାଇଁ ସମ୍ପର୍କ ରଖିଛି ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ସେ କ’ଣ ପାଇଁ ବାରମ୍ବାର ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟକୁ ଫୋନ୍‌ କରୁଥିଲେ ବରିଷ୍ଠ ନେତା ଦେବେନ୍ଦ୍ର ଫଡ୍‌ନଭିସ ଏବଂ ନୀତୀନ ଗଡ଼କରୀ ଏହାର ଉତ୍ତର ଦେବାକୁ ସିଂଘଭି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଭାଙ୍ଗିଲା ମେଣ୍ଟ: ଏକାକି ନିର୍ବାଚନ ଲଢ଼ିବ ‘ହମ୍‌ ପାର୍ଟି’

ପାଟନା,୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ହୋଇଥିବା ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝୀଙ୍କ ଦଳ ‘ହମ୍‌’, କଂଗ୍ରେସ...

ଏଲ୍‌ଓସିର ସୁରକ୍ଷା ଦାୟିତ୍ୱ ଏବେ ମହିଳା ଅଫିସରଙ୍କ ହାତରେ…

ଶ୍ରୀନଗର, ୫।୮: ଏବେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା(ଏଲ୍‌ଓସି)ର ସୁରକ୍ଷା ଦାୟିତ୍ୱ ମହିଳା ଅଫିସରଙ୍କ ହାତରେ ରହିଛି। ଏଠାରେ ଆସାମ ରାଇଫଲ୍ସ୍‌ର...

ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କୁ କରୋନା

ଲକ୍ଷ୍ନୌ,୨।୮-ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କ ରବିବାର କରୋନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ପ୍ରାଥମିକ...

ଟିକେଟ୍‌ ଦେବା ସତ୍ତ୍ୱେ ଭାଜପାରେ ମିଶିବାକୁ ମନା କଲେ ତୃଣମୂଳ କଂଗ୍ରେସ ନେତ୍ରୀ

କୋଲକାତା,୧୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରାର୍ଥୀ ଚୟନ ଚାଲିଛି। ଏବେ ଦଳଳେ ମିଶି ନ ଥିବା ଦୁଇ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇ ଚର୍ଚ୍ଚାକୁ...

ବିଦା ହେବେ କୋଶିୟାରୀ: କଲରାଜ ହେବେ ମହାରାଷ୍ଟ୍ର ରାଜ୍ୟପାଳ

ନୂଆଦିଲ୍ଲୀ,୨୭ା୧୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ବିଦା କରାଯିବ। ତାଙ୍କ ସ୍ଥାନରେ ରାଜସ୍ଥାନ ରାଜ୍ୟପାଳଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରରେ କ୍ଷମତାଯୁଦ୍ଧ ପରିପ୍ରେକ୍ଷୀରେ...

କଙ୍ଗନାଙ୍କ ଅଫିସ୍‌ ଭଙ୍ଗା ଉପରେ ପ୍ରଶ୍ନ ଉଠାଇଲା ଭାଜପା, ଏନ୍‌ସିପି

ମୁମ୍ବାଇ,୯।୯:ଅଭିନେତ୍ରୀ କଙ୍ଗନା କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ବିଏମସିର କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା ଏବଂ ଏନ୍‌ସିପି। ଏନ୍‌ସିପି ନେତା ଶରଦ ପାଓ୍ବାର କହିଛନ୍ତି, ବିଏମସି...

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ...

ଅତ୍ୟାବଶ୍ୟକ ତାଲିକାରେ ୩୯ ନୂଆ ଔଷଧ…

ନୂଆଦିଲ୍ଲୀ,୪।୯: ଅତ୍ୟାବଶ୍ୟକ ଔଷଧ ତାଲିକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ଆଣାଯାଇଛି। ଏହା ସହିତ ୩୯ ଟି ନୂଆ ଔଷଧକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।...

Advertisement
Archives

Model This Week