କନଷ୍ଟେବଲଙ୍କୁ ସୁରକ୍ଷା ଦେଉଛି ପୋଲିସ ବିଭାଗ

ସମ୍ବଲପୁର,୨୨।୨(ବ୍ୟୁରୋ): ପୁଣି ବିବାଦ ଘେରକୁ ଆସିଛି ଝାରସୁଗୁଡା ଜିଲା ପୋଲିସ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସ୍‌ଆଇ ଗୋପାଳ ଦାସ ହତ୍ୟା କରିବା ଘଟଣାରେ ପୋଲିସର ଅବହେଳା ଏବଂ ଗୋଇନ୍ଦା ବିଭାଗର ବିଫଳତା ପଦାରେ ପଡ଼ିଥିଲା। ଉକ୍ତ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ଏବେ ଆଉ ଏକ ଘଟଣାରେ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି। ନିକଟରେ ଝାରସୁଗୁଡ଼ା ଜିଲା କୋଲାବିରା ଥାନା ପରିସରରେ କାର୍ଯ୍ୟରତ କନଷ୍ଟେବଲ ସରୋଜ ଦାସ କରିଥିବା ତୁମୂଳକାଣ୍ଡକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ହେ ବିଫଳ ହୋଇଛି। କନଷ୍ଟେବଲ ସରୋଜ ସୁଯୋଗ ମିଳିଲେ ବ୍ରଜରାଜନଗରର ଜଣେ ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ଘଟଣା ସମୟରେ ସରୋଜଙ୍କ ନିକଟରେ ଉପସ୍ଥିତ ପୋଲିସ କର୍ମଚାରୀ ତାଙ୍କୁ ପ୍ରଥମେ ବୁଝାଶୁଝା କରିଥିଲେ। ପରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଏସ୍‌ପି ଏସ୍‌.ପର୍‌ମାରଙ୍କ ନିକଟରେ ଅଭିଯୋଗ କରିବା ପରେ ସମ୍ପୃକ୍ତ କନଷ୍ଟେବଲଙ୍କୁ କାବୁ କରାଯାଇଥିଲା। ଏପରି କି ଏହି ଘଟଣା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ମଧ୍ୟ ପହଞ୍ଚତ୍ ଥିଲା। ଏପରି କି କନଷ୍ଟେବଲଙ୍କ ହାତରୁ ଏକ ବନ୍ଧୁକ ଜବତ କରାଯିବା ଆଲୋଚନା ହୋଇଥିଲା। ହେଲେ ଏତେ ସବୁ ଘଟଣା ଘଟିଥିଲେ ହେଁ, ପୋଲିସ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରି ମାମଲା ମଧ୍ୟ ରୁଜୁ କରିଲା ନାହିଁ।
ଏସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏସ୍‌ପି ପରମାର ଘଟଣାକୁ ସ୍ବୀକାର କରିବା ସହ ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପୋଲିସ କନଷ୍ଟେବଲଙ୍କ ବିରୋଧରେ ଆଉ ଜଣେ ପୋଲିସ ଅଧିକାରୀ କିଭଳି ରିପୋର୍ଟ ଦେବେ ଓ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଜଣେ ସାଧାରଣ ଲୋକ ଗାଳିଗୁଲଜ କିମ୍ବା ଅସାମାଜିକ କାର୍ଯ୍ୟ କଲେ ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏପରି କି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରୁଛି। ହେଲେ କନଷ୍ଟେବଲଙ୍କ ପକ୍ଷରେ ବିଭିନ୍ନ ବାହାନା କରି ସୁରକ୍ଷା ଦେବାରେ ପୋଲିସ ପୁରା ଲାଗିପଡ଼ିଥିବା କୁହାଯାଉଛି। ଘଟଣା ଉପରେ ଏପର୍ଯ୍ୟନ୍ତ ଆଇନଗତ କିମ୍ବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। କୋଲାବିରା ଥାନା ଭିତରେ ଓ ଚତୁଃପାର୍ଶ୍ୱରେ ସିସି ଟିଭି ଲାଗିଛି। ଘଟଣା ଦିନର ସିସି ଟିଭି ଯାଞ୍ଚ କରିଲେ ସତ କଥା ବାହାରକୁ ଆସିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଘଟଣାରେ ଏସ୍‌ପି ପର୍‌ମାର କହିଛନ୍ତି ଯେ, ଘଟଣାକୁ ନେଇ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ସିସି ଟିଭି ମଧ୍ୟ ଯାଞ୍ଚ କରାଯିବ। ରିପୋର୍ଟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରୋଜ ଥାନାରେ ବିଶୃଙ୍ଖଳ ଆଚରଣ କରୁଥିବା ନେଇ ଅଭିଯୋଗ ହେବା ପରେ କିଛି ଦିନ ପୂର୍ବରୁ ଜିଲା ପୋଲିସ ମୁଖ୍ୟାଳୟରେ ତାଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି ପ୍ରମାଣ ମିଳେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ବ୍ରଜରାଜନଗରର ପୂର୍ବତନ ବିଧାୟକ ଭାବେ ଏବେ ଅନୁପ ସାଏ ଓ ରାଧାରାଣୀ ପଣ୍ଡା ଅଛନ୍ତି। ରାଧାରାଣୀ ଉକ୍ତ କନଷ୍ଟେବଲଙ୍କୁ ଜାଣି ନ ଥିବା ଓ କାହା ସାଥୀରେ ତାଙ୍କ ଶତ୍ରୁତା ନ ଥିବା କହିଥିଲେ। ଅନ୍ୟପଟେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ସାଏ ଅଭିଯୁକ୍ତ। ତେଣୁ କାହା ଉଦ୍ଦେଶ୍ୟରେ କନଷ୍ଟେବଲ କହିଛନ୍ତି ଓ କାହିଁକି ହତ୍ୟା ଧମକ ଦେଲେ ସେନେଇ ତଦନ୍ତ କରାଯାଇ କାରଣ ବାହାର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri