କନଷ୍ଟେବଲଙ୍କୁ ସୁରକ୍ଷା ଦେଉଛି ପୋଲିସ ବିଭାଗ

ସମ୍ବଲପୁର,୨୨।୨(ବ୍ୟୁରୋ): ପୁଣି ବିବାଦ ଘେରକୁ ଆସିଛି ଝାରସୁଗୁଡା ଜିଲା ପୋଲିସ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସ୍‌ଆଇ ଗୋପାଳ ଦାସ ହତ୍ୟା କରିବା ଘଟଣାରେ ପୋଲିସର ଅବହେଳା ଏବଂ ଗୋଇନ୍ଦା ବିଭାଗର ବିଫଳତା ପଦାରେ ପଡ଼ିଥିଲା। ଉକ୍ତ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ଏବେ ଆଉ ଏକ ଘଟଣାରେ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି। ନିକଟରେ ଝାରସୁଗୁଡ଼ା ଜିଲା କୋଲାବିରା ଥାନା ପରିସରରେ କାର୍ଯ୍ୟରତ କନଷ୍ଟେବଲ ସରୋଜ ଦାସ କରିଥିବା ତୁମୂଳକାଣ୍ଡକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ହେ ବିଫଳ ହୋଇଛି। କନଷ୍ଟେବଲ ସରୋଜ ସୁଯୋଗ ମିଳିଲେ ବ୍ରଜରାଜନଗରର ଜଣେ ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ଘଟଣା ସମୟରେ ସରୋଜଙ୍କ ନିକଟରେ ଉପସ୍ଥିତ ପୋଲିସ କର୍ମଚାରୀ ତାଙ୍କୁ ପ୍ରଥମେ ବୁଝାଶୁଝା କରିଥିଲେ। ପରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଏସ୍‌ପି ଏସ୍‌.ପର୍‌ମାରଙ୍କ ନିକଟରେ ଅଭିଯୋଗ କରିବା ପରେ ସମ୍ପୃକ୍ତ କନଷ୍ଟେବଲଙ୍କୁ କାବୁ କରାଯାଇଥିଲା। ଏପରି କି ଏହି ଘଟଣା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ମଧ୍ୟ ପହଞ୍ଚତ୍ ଥିଲା। ଏପରି କି କନଷ୍ଟେବଲଙ୍କ ହାତରୁ ଏକ ବନ୍ଧୁକ ଜବତ କରାଯିବା ଆଲୋଚନା ହୋଇଥିଲା। ହେଲେ ଏତେ ସବୁ ଘଟଣା ଘଟିଥିଲେ ହେଁ, ପୋଲିସ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରି ମାମଲା ମଧ୍ୟ ରୁଜୁ କରିଲା ନାହିଁ।
ଏସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏସ୍‌ପି ପରମାର ଘଟଣାକୁ ସ୍ବୀକାର କରିବା ସହ ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପୋଲିସ କନଷ୍ଟେବଲଙ୍କ ବିରୋଧରେ ଆଉ ଜଣେ ପୋଲିସ ଅଧିକାରୀ କିଭଳି ରିପୋର୍ଟ ଦେବେ ଓ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଜଣେ ସାଧାରଣ ଲୋକ ଗାଳିଗୁଲଜ କିମ୍ବା ଅସାମାଜିକ କାର୍ଯ୍ୟ କଲେ ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏପରି କି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରୁଛି। ହେଲେ କନଷ୍ଟେବଲଙ୍କ ପକ୍ଷରେ ବିଭିନ୍ନ ବାହାନା କରି ସୁରକ୍ଷା ଦେବାରେ ପୋଲିସ ପୁରା ଲାଗିପଡ଼ିଥିବା କୁହାଯାଉଛି। ଘଟଣା ଉପରେ ଏପର୍ଯ୍ୟନ୍ତ ଆଇନଗତ କିମ୍ବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। କୋଲାବିରା ଥାନା ଭିତରେ ଓ ଚତୁଃପାର୍ଶ୍ୱରେ ସିସି ଟିଭି ଲାଗିଛି। ଘଟଣା ଦିନର ସିସି ଟିଭି ଯାଞ୍ଚ କରିଲେ ସତ କଥା ବାହାରକୁ ଆସିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଘଟଣାରେ ଏସ୍‌ପି ପର୍‌ମାର କହିଛନ୍ତି ଯେ, ଘଟଣାକୁ ନେଇ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ସିସି ଟିଭି ମଧ୍ୟ ଯାଞ୍ଚ କରାଯିବ। ରିପୋର୍ଟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରୋଜ ଥାନାରେ ବିଶୃଙ୍ଖଳ ଆଚରଣ କରୁଥିବା ନେଇ ଅଭିଯୋଗ ହେବା ପରେ କିଛି ଦିନ ପୂର୍ବରୁ ଜିଲା ପୋଲିସ ମୁଖ୍ୟାଳୟରେ ତାଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି ପ୍ରମାଣ ମିଳେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ବ୍ରଜରାଜନଗରର ପୂର୍ବତନ ବିଧାୟକ ଭାବେ ଏବେ ଅନୁପ ସାଏ ଓ ରାଧାରାଣୀ ପଣ୍ଡା ଅଛନ୍ତି। ରାଧାରାଣୀ ଉକ୍ତ କନଷ୍ଟେବଲଙ୍କୁ ଜାଣି ନ ଥିବା ଓ କାହା ସାଥୀରେ ତାଙ୍କ ଶତ୍ରୁତା ନ ଥିବା କହିଥିଲେ। ଅନ୍ୟପଟେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ସାଏ ଅଭିଯୁକ୍ତ। ତେଣୁ କାହା ଉଦ୍ଦେଶ୍ୟରେ କନଷ୍ଟେବଲ କହିଛନ୍ତି ଓ କାହିଁକି ହତ୍ୟା ଧମକ ଦେଲେ ସେନେଇ ତଦନ୍ତ କରାଯାଇ କାରଣ ବାହାର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?