Posted inଜାତୀୟ

ଏଲଏସିରେ ନିୟନ୍ତ୍ରଣ ହରାଇଛନ୍ତି କେନ୍ଦ୍ର ସରକାର: ଓଓ୍ବାଇସି…

ନୂଆଦିଲ୍ଲୀ,୨୨।୨ : ଏଲଏସି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ବିବୃତ୍ତି ପରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତାମାନେ ସେମାନଙ୍କ ସମାଲୋଚନା ଜାରି ରଖିଛନ୍ତି। ଏହି କ୍ରମରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ମଧ୍ୟ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଉପରେ ଜୟଶଙ୍କରଙ୍କ ଦାବିକୁ ବିଶ୍ୱାସ ଘାତକତା ଏବଂ ପ୍ରତାରଣା ବୋଲି କହିଛନ୍ତି। ଓୱାଇସି ପଚାରିଛନ୍ତି ଯେ ଯଦି ସରକାରଙ୍କର କିଛି ଲୁଚାଇବାକୁ ନାହିଁ ତେବେ ସଂସଦରେ ବିତର୍କରୁ କାହିଁକି ଦୂରେଇ ଯାଉଛନ୍ତି?

ଏହି ପ୍ରସଙ୍ଗରେ ମୋର ପ୍ରଶ୍ନ କାହିଁକି ପ୍ରତ୍ୟାଖ୍ୟାନ କରାଯାଉଛି? ସେଠାରେ ଗଣମାଧ୍ୟମକୁ କାହିଁକି ନିଆଯାଉ ନାହିଁ? ଜୟଶଙ୍କରଙ୍କ ଯୁକ୍ତିକୁ ହାସ୍ୟାସ୍ପଦ ଏବଂ ଅପ୍ରାସଙ୍ଗିକ ବୋଲି ବର୍ଣ୍ଣନା କରି ଓୱାଇସି କହିଛନ୍ତି ଯେ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନା କୋଇ ଘୁସା ଥା ନା କୋଇ ଘୁସା ହୈ ମନ୍ତବ୍ୟକୁ କେବଳ ଅନୁସରଣ କରୁଛନ୍ତି।

ଅନ୍ୟ ଏକ ଟୁଇଟ ଓୱାଇସି ଲେଖିଛନ୍ତି ଯେ ସରକାର ଲଦାଖର ଅଞ୍ଚଳ ଉପରେ ନିୟନ୍ତ୍ରଣ ହରାଇଛନ୍ତି ଏବଂ ତିନି ବର୍ଷ ପୂର୍ବର ସ୍ଥିତାବସ୍ଥାକୁ ଫେରାଇ ଆଣିବାରେ ବିଫଳ ହୋଇଛନ୍ତି। ଏହା ଅନ୍ତତଃ ପକ୍ଷେ ସରକାରଙ୍କଠାରୁ ଏହା ଆଶା କରାଯାଏ ନାହିଁ। ସରକାର ଚାଇନା ସହିତ ଡେପସାଙ୍ଗ ଏବଂ ଡେମୋକୋକ ବିଷୟରେ ଆଲୋଚନା ମଧ୍ୟ କରିପାରିବେ ନାହିଁ।

ଓୱାଇସି କହିଛନ୍ତି ଯେ ଚାଇନ ସହ ଲଦାଖ ସଙ୍କଟ ଏବଂ ଗୁଜରାଟ ଦଙ୍ଗା ଉପରେ ସରକାର ସତ୍ୟକୁ ଭୟ କରୁଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀଙ୍କ ବିଶ୍ୱାସ ଘାତକତା ଏବଂ ପ୍ରତାରଣା ଚାଇନା ସହିତ ସୀମା ସଙ୍କଟର ସମାଧାନ କରି ପାରିବ ନାହିଁ। ଏହି ସତ୍ୟତାକୁ ଗ୍ରହଣ କରିବାକୁ ଏକ ଇଚ୍ଛାଶକ୍ତି ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଶାଳାକୁ ଆର୍ଥତ୍କ ସହାୟତା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ,୧୧ା୩: ଦେଶର ଗୋଶାଳାଗୁଡ଼ିକ ଆର୍ଥତ୍କ ସହାୟତା ଯୋଗାଇଦେବାକୁ ନୀତି ଆୟୋଗ କମିଟି ପ୍ରସ୍ତାବ ଦେଇଛି। ଏପରିକି କୃଷିରେ ବ୍ୟବହାର ପାଇଁ ଗୋବର ଏବଂ ଗୋମୂତ୍ର ପ୍ରସ୍ତୁତ...

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଅରୁଣ ଜେଟଲୀଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ରବିବାର ନିଗମବୋଧ ଘାଟରେ...

୧୭୨ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କଲା ଭାଜପା

ନୂଆଦିଲ୍ଲୀ,୧୩ା୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୭୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଛି। ବର୍ତ୍ତମାନ ବିଧାନ ପରିଷଦ ସଦସ୍ୟ...

ଲକ୍‌ଡାଉନ୍‌ ଦ୍ୱାରା ମହାମାରୀର ହେବନି ସମାଧାନ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୭।୩: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଲକ୍‌ଡାଉନ୍‌ ଜାରି ହେବା ନେଇ ବହୁ ଗୁଜବ ମଧ୍ୟ ଉଠୁଛି। ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ...

ସେନା ପ୍ରତ୍ୟାହାରରେ ସାଲିସ୍‌ ନାହିଁ

ନୂଆଦିଲ୍ଲୀ,୧୯ା୭: ଚାଇନା ସୈନ୍ୟମାନେ ତୁରନ୍ତ ପଙ୍ଗଓଙ୍ଗ ସୋ ଅଞ୍ଚଳ ଖାଲି କରନ୍ତୁ ଓ ମେ’ ୫ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣନ୍ତୁ। ଦୁଇଦେଶର ସେନା କମାଣ୍ଡର...

୨୪ ଘଣ୍ଟା ଷଡଯନ୍ତ୍ର କରୁଛି ଭାଜପା, ଏଏପିର କାହାକୁ ବି ଗିରଫ କରିପାରେ: କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୨୮।୯: ଗୁଜରାଟ ନିର୍ବାଚନରେ ପରାଜୟ ଭୟରେ ଏଏପିକୁ ଦମନ କରିବା ଲାଗି ଭାଜପା ଯଥାସମ୍ଭବ ଚେଷ୍ଟା କରୁଛି। ଏମିତିରେ ମିଥ୍ୟା ଅଭିଯୋଗରେ ଦଳର ଯେକୌଣସି କର୍ମୀଙ୍କୁ...

୧୭ରୁ ସବୁ ଜିଲାରେ ଡେଡିକେଟେଡ ଡେଙ୍ଗୁ ହସ୍ପିଟାଲ, ଛାତ୍ରଙ୍କୁ ଫୁଲ ପ୍ୟାଣ୍ଟ-ସାର୍ଟ ପିନ୍ଧିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ,୧୫ ।୧୧: ଉତ୍ତର ପ୍ରଦେଶରେ ବେଳକୁ ବେଳ ବଢି ଚାଲିଛି ଡେଙ୍ଗୁର ପ୍ରକୋପ । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧୭ରୁ ସମସ୍ତ...

ଟିଏମ୍‌ସି ନେତାଙ୍କୁ ହରାଇଲେ ଝୁମ୍ପୁଡ଼ିରେ ରହୁଥିବା ଏହି ମହିଳା, ହେଲେ ଭାଜପା ବିଧାୟକ

କୋଲକାତା,୩।୫: ପଶ୍ଚିମବଙ୍ଗର ସାଲତୋରା ନିର୍ବାଚନ ମଣ୍ଡଳୀରୁ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଚନ୍ଦନା ବାଉରୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। ୩୦ ବର୍ଷୀୟା ଚନ୍ଦନା...

Advertisement
Archives

Model This Week