୪ ମାସ ପରେ ଥାନାରେ ଆତ୍ମସମର୍ପଣ କଲେ ଶୁଚିସ୍ମିତା

ଭବାନୀପାଟଣା,୨୨।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଲକ୍ଷାଧିକ ଟଙ୍କା ହଡ଼ପ କରି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ହେବ ଫେରାର ଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଭବାନୀପାଟଣା ଟାଉନ ଥାନାକୁ ହଠାତ ଆସି ସେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଏସ୍‌ଡିଜେଏମ୍‌ ଶୁଚିସ୍ମିତାଙ୍କୁ ରିମାଣ୍ଡରେ ନେଇ ପରେ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୋଲିସଠାରୁ ସୂଚନା ମିଳିଛି।
ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ୩୯ ଲକ୍ଷରୁ ଅଧିକ ଟଙ୍କା ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ଟଙ୍କା ହଡ଼ପ କରିଥିଲେ। ଏକ୍ସକ୍ୟାଡରମାନଙ୍କ ଦରମା ଓ ଶିକ୍ଷକଙ୍କ ବିଭିନ୍ନ ଅନୁଦାନ ହଡ଼ପ କରିଥିଲେ। ଭବାନୀପାଟଣା ବିଇଓ ଠାକୁର ଚରଣ ସାହୁ ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଅଭିଯାଗ କରିଥିଲେ। ଥାନାରେ ମାମଲା ରୁଜୁ ହେବା ପୂର୍ବରୁ ଶୁଚିସ୍ମିତା ସୁଆର ଫେରାର ହୋଇଥିଲେ। ଏହି ଘଟଣାରେ ପୋଲିସ ପୂର୍ବରୁ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତଦନ୍ତ ସମୟରେ ଶୁଚିସ୍ମିତା ଆକ୍ସିସ ବ୍ୟାଙ୍କରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ୨ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ଏପରିକି ଭିଜିଲାନ୍ସ ବିଭାଗ ମଧ୍ୟ ଏହି ଘଟଣା ନେଇ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ଶୁଚିସ୍ମିତାଙ୍କ ଅନେକ ସ୍ଥାନରେ ଥିବା ପ୍ଲଟ, କୋଠା, କାଗଜ ପତ୍ର ଆଦି ବାହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ସଜନାଗଡ, ୨୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡ଼ିହା ପାଦଦେଶ ଗରଡ଼ିହି ପଞ୍ଚାୟତ ଅଧୀନ ଟିକାକଟା ଚାଇନ୍ଦର ଗ୍ରାମ ୧୨ନମ୍ବର ୱାର୍ଡ଼ର ୱାର୍ଡ଼ମେମ୍ବର ସୁଦାମ ସିଂ (୩୫)...

ନିୟନ୍ତ୍ରଣ କକ୍ଷକୁ ଆସିଛି ୮,୫୬୨ କଲ୍‌

ପୁରୀ ଅଫିସ,୧୬ା୪: ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ପୁରୀ କେୟାର୍ସ ଅଭିଯାନ ସଫଳତା ସହ ଲୋକମାନଙ୍କ ପାଖରେ ପହଞ୍ଚିପାରିଛି। କରୋନା ମୁକାବିଲା ପାଇଁ ହଠାତ୍‌ ଲକ୍‌ଡାଉନ...

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ

ଅନୁଗୋଳ ଅଫିସ, ୧୭।୪- ବଅଁରପାଳ ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପଜିଲାପାଳ ବାସୁଦେବ ଶତପଥୀ ପରିଦର୍ଶନ...

ବାଲେଶ୍ୱର ଜିଲା: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୧୫୦୩ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୬।୭: ଚଳିତବର୍ଷ ବାଲେଶ୍ୱର ଜିଲାରେ ୩୨,୭୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଏ-୧ ଗ୍ରେଡରେ ୧୫୦୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା...

ପୂଜ୍ୟପୂଜାଙ୍କୁ ଅସମ୍ମାନ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ଜିଲାରେ ପୂଜ୍ୟପୂଜାଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ମହାପୁରୁଷଙ୍କ ଜୟନ୍ତୀ, ତିରୋଧାନ ଦିବସରେ ସହରରେ ସ୍ଥାପିତ ପ୍ରତିମୂର୍ତ୍ତିରେ ନାମକୁ ମାତ୍ର ଫୁଲମାଳ...

ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୧୦।୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି...

ଆବାସ ଯୋଜନା ଅଭିଯୋଗ ପାଇଁ ହିତାଧିକାରୀଙ୍କ ଭିଡ଼

ଏରସମା,୨୫ା୧(ସ୍ବ.ପ୍ର.): ଏରସମା ବ୍ଲକ ପରିସରରେ ମଙ୍ଗଳବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଅଭିଯୋଗକାରୀଙ୍କ ଭିଡ଼ ଜମିଥିଲା। ଶିବିରରେ ଅଧିକାଂଶ ଅଭିଯୋଗ...

ବରଗଡ଼ରେ ସିଟି ହସ୍ପିଟାଲ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ,୨।୨: ବରଗଡ଼ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିିଟାଲ ଘୋଷଣା ଦାବି ଜୋର ଧରିଛି। ସହରବାସୀ ଏହି ଦାବିରେ ଆନ୍ଦୋଳନକୁ...

Advertisement
Archives

Model This Week