ଚିଠିରେ ଭୁଲ୍‌ ଲେଖିଦେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ହାଟଡିହୀ,୨୭ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ସଢା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ଚିଠିରେ ଭୁଲ ଲେଖି ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କର ଚିଠିକୁ ଦେଖିଲେ ଖାମଖିଆଲି ନୀତି ସ୍ପଷ୍ଟ ବାରି ହୋଇପଡୁଛି।
ଖବରରୁ ଜଣାଯାଇଛି ଯେ, ସୂଚନା ଅଧିକାର ନିୟମ ଅନୁସାରେ ଜଣେ ଆବେଦନକାରୀ ସଢ଼ା ଗ୍ରାମପଞ୍ଚାୟତ ସମ୍ପର୍କିତ ସୂଚନା ପାଇଁ ଗତ ତା-୧୬.୧.୨୦୨୪ରେ ହାଟଡିହୀ ବ୍ଲକ କାର୍ଯ୍ୟାଳୟ ଜନ ସୂଚନା ଅଧିକାରୀଙ୍କ ନିକଟରେ ଦରଖାସ୍ତ ଆବେଦନ କରିଥିଲେ। କୌଣସି ସୂଚନା ମିଳି ନ ଥିଲା। ଫଳରେ ପ୍ରଥମ ଅପିଲେଟ ଅଧିକାରୀ ତଥା ବିଡିଓଙ୍କ ନିକଟରେ ତା-୧୯.୨.୨୦୨୪ରେ ଅପିଲ ଦାୟର ହୋଇଥିଲା। ଶୁଣାଣି ପାଇଁ ୨୨.୪.୨୦୨୪କୁତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି ଅର୍ଡର ପ୍ରକାଶିତ ହେବା ବାବଦରେ ଜଣାଯାଇ ନ ଥିଲା। କିନ୍ତୁ ଚିଠି ନଂ ୧୭/୧୮.୬.୨୦୨୪ ରେ ସଢା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହରିହର ସେଠୀ ଏକ ଚିଠି ଆବେଦନକାରୀଙ୍କୁ ପ୍ରଦାନ କରିଛନ୍ତି। ସେ ଚିଠିରେ ଗୋଟିଏ ସ୍ଥାନରେ ଉଲ୍ଲେଖ କରିଛନ୍ତି ଯେ, ଜେରକ୍ସ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଏବଂ ଆଉ ଏକ ସ୍ଥାନରେ ୭ ହଜାର ଟଙ୍କା ଗ୍ରାମ ପଞ୍ଚାୟତରେ ଦାଖଲ କରିବେ l କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ବାବଦରେ କେତେ ଖର୍ଚ୍ଚ ଦେବାକୁ ପଡ଼ିବ ତାହା ତାହା ଉଲ୍ଲେଖ କରିନାହାନ୍ତି। ଯାହାକି ସୂଚନା ଅଧିକାର ଆଇନ ଅନୁସାରେ ଭୁଲ୍‌ ବୋଲି ନିୟମ ରହିଛି। ଏପରି ଭୁଲ୍‌ ଚିଠିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ରାଜ୍ୟ ସୂଚନା କମିଶନଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୩୮ ତମ ବାର୍ଷିକୋତ୍ସବ: ବୃନ୍ଦ ଯୋଗଦେଇ ଥିଲେ …

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ୩୮ତମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ରାଜବାଟି ପରିସରରେ…

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri