ଭୁବନ/ତାଳଚେର/କେନ୍ଦୁଝର/ ପଟ୍ଟାମୁଣ୍ଡାଇ/ବ୍ରହ୍ମପୁର, ୨୫।୮(ବିପିନ ବିହାରୀ ସେଠୀ/ମନୋଜ ନନ୍ଦ/ନରେଶ ଚନ୍ଦ୍ର ପଟ୍ଟନାୟକ/କଳ୍ପତରୁ ନାୟକ/ ସ୍ମୃତିରଞ୍ଜନ ମହାଲିକ): ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ‘ଚନ୍ଦ୍ରାୟନ-୩’ ମିଶନ ସଫଳ ହେବା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନିଆ ଅଭିଯାନ ଆରମ୍ଭ କରିଛି ରୋଭର ପ୍ରଜ୍ଞାନ। ଏହା ପଛରେ ରହିଛି ଇସ୍ରୋରେ କାର୍ଯ୍ୟରତ ଅନେକ ଓଡ଼ିଆ ବୈଜ୍ଞାନିକଙ୍କ ହାତ। ସେମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ଜିଲାର ଶରତ ଚନ୍ଦ୍ର ଦାସ, କେନ୍ଦୁଝରର ଅଟଳକୃଷ୍ଣ ଖଟୁଆ, କେନ୍ଦ୍ରାପଡ଼ାର ସୁଶୀଲ କୁମାର ନାୟକ ଏବଂ ଗଞ୍ଜାମର ଦେବାଶିଷ ମହାପାତ୍ର।

ବୈଦ୍ୟୁତିକ ଉପକରଣ ବିନା ପରିକଳ୍ପନା କରାଯାଇ ନ ପାରେ ‘ଚନ୍ଦ୍ରୟାନ-୩’। ସାମାନ୍ୟ ତ୍ରୁଟି ହେଲେ ମିଶନ ଫେଲ୍‌ ହୋଇଯିବା ଭୟ। ବୈଦ୍ୟୁତିକ ଉପକରଣ ଯାଞ୍ଚ କରିବା, ସେସବୁ ଶତ ପ୍ରତିଶତ ତ୍ରୁଟିରହିତ ବୋଲି ପ୍ରମାଣପତ୍ର ଦେବା ଭଳି ଗୁରୁଦାୟିତ୍ୱ ନିଭାଇଥିବା ଟିମ୍‌ରେ ରହିଥିଲେ ଓଡ଼ିଆ ପୁଅ ତଥା ଢେଙ୍କାନାଳ ଜିଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ବରିଷ୍ଠ ବୈଜ୍ଞାନିକ ଡ. ଶରତ ଚନ୍ଦ୍ର ଦାସ। ଚନ୍ଦ୍ର ଅଭିଯାନର ସଫଳତା ପଛରେ ତାଙ୍କ ଭୂମିକା ରହିଥିବା ଜଣାପଡ଼ିବା ପରେ ପୈତୃକ ଗ୍ରାମରେ ସୃଷ୍ଟି ହୋଇଛି ଖୁସିର ମାହୋଲ।
ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ସୁଲୋଚନା ଦାସଙ୍କ ଚାରି ସନ୍ତାନଙ୍କ ମଧ୍ୟରୁ ଶରତ ହେଉଛନ୍ତି ବଡ଼। ସ୍କୁଲ ଓ କଲେଜ ଶିକ୍ଷା ଶେଷ ପରେ ରାଉରକେଲା ଏନ୍‌ଆଇଟି ଏବଂ ଆସାମ ଗୁଆହାଟୀସ୍ଥିତ ଆଇଆଇଟିରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ଗୋବିନ୍ଦ। ଏହାପରେ ସେ ୧୯୯୯ରୁ ଇସ୍ରୋରେ କାର୍ଯରତ ଅଛନ୍ତି। ଗୋବିନ୍ଦପୁରରେ କେବଳ ପିଉସୀ ନାନୀ ରହୁଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ତାଳଚେର ନବ ମିଶ୍ର କଲୋନୀରେ ରହୁଛନ୍ତି। ତାଙ୍କୁ ଶିକ୍ଷାଦାନ କରିଥିବା ଗୋବିନ୍ଦପୁର ସ୍କୁଲର ଶିକ୍ଷକ ରଞ୍ଜନ କୁମାର ଦାସ କୁହନ୍ତି, ଇସ୍ରୋ ବୈଜ୍ଞାନିକ ଶରତ ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ।
ସେହିପରି ‘ଚନ୍ଦ୍ରୟାନ-୩’ ମିଶନ ଟିମ୍‌ରେ ସାମିଲ ଥିବା ଅନ୍ୟ ଜଣେ ଓଡ଼ିଆ ବୈଜ୍ଞାନିକ ହେଲେ କେନ୍ଦୁଝର ସହର ମାଗୁରଗାଡ଼ିଆ ଅଞ୍ଚଳର ଅଟଳକୃଷ୍ଣ ଖଟୁଆ। ଅମରବର ଖଟୁଆ ଓ ସରୋଜିନୀଙ୍କ ସୁପୁତ୍ର ଅଟଳ କ୍ରାଏଜୋନିକ ଷ୍ଟେଜ୍‌ ଓ ଥର୍ମାଲ ପ୍ରୋଟେକ୍ସନ ସିଷ୍ଟମରେ ସ୍ପେସ୍‌କ୍ରାପ୍ଟ କିପରି ବିଭିନ୍ନ ତାପମାତ୍ରାରେ ଠିକ୍‌ଭାବେ କାର୍ଯ୍ୟ କରିବ ସେହି ଦାୟିତ୍ୱ ତୁଲାଇଥିଲେ। କେନ୍ଦୁଝରଗଡ଼ସ୍ଥିତ ଶିଶୁ ମନ୍ଦିରର ପୂର୍ବତନ ଛାତ୍ର ଅଟଳ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ୨୦୧୨ରୁ ଇସ୍ରୋରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ଅଗସ୍ତୀ କହିଛନ୍ତି, ଅଟଳ ଆମ ସ୍କୁଲ, ଜିଲା ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି।
‘ମିଶନ ମୁନ୍‌’ ଅଭିଯାନରେ ସାମିଲ ଥିଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଞ୍ଚାୟତ ବାଲିଆ ଗ୍ରାମର ଯୁବ ବୈଜ୍ଞାନିକ ସୁଶୀଲ କୁମାର ନାୟକ। ମୁରଲୀଧର ନାୟକଙ୍କ ବଡ଼ପୁଅ ସୁଶୀଲ। ବାପା ପାରାଦୀପରେ ପୋର୍ଟରେ କାର୍ଯ୍ୟ କରୁଥିବା ବେଳେ ସୁଶୀଲ ସେଠାରେ ସ୍କୁଲ ଶିକ୍ଷା ଶେଷ କରିଥିଲେ। ବେସିକ୍‌ ସାଇନ୍ସ କଲେଜରୁ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ସରାଙ୍ଗସ୍ଥିତ ଆଇଜିଆଇଟିରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ପାଠ୍ୟକ୍ରମ ଶେଷ କରିଥିଲେ। ୨୦୦୯ରୁ ୧୪ ବର୍ଷ ଧରି ସେ ଇସ୍ରୋରେ କାର୍ଯ୍ୟରତ ଅଛନ୍ତି। ଚନ୍ଦ୍ରୟାନ-୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସୁଶୀଲ ଏକ ସ୍ବତନ୍ତ୍ର ବିଭାଗର ନେତୃତ୍ୱ ନେଇଥିଲେ। ସୁଶୀଲଙ୍କ ସ୍ତ୍ରୀ ମଧ୍ୟ ଇସ୍ରୋରେ ଡାକ୍ତର ଭାବେ କାର୍ଯ୍ୟରତ ରହିଛନ୍ତି। ଅଭିଯାନରେ ସୁଶୀଲ ସାମିଲ ଥିବା ଜଣାପଡ଼ିବା ପରେ ଭାଜପା ନେତା ଅଜୟ ବେହେରା, ମାଖନ ଦାସ, ସେନ ମହାନ୍ତି, ପ୍ରିୟଙ୍କା ଶତପଥୀ ପହଞ୍ଚତ୍ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଚନ୍ଦ୍ରୟାନ-୩ ମିଶନରେ ଗୁରୁଦାୟିତ୍ୱ ନିଭାଇଥିଲେ ଗଞ୍ଜାମ ଜିଲା ବ୍ରହ୍ମପୁରର ବୈଜ୍ଞାନିକ ଦେବାଶିଷ ମହାପାତ୍ର। ଦେବାଶିଷ ୨୦୦୬ରୁ ଇସ୍ରୋରେ କାର୍ଯ୍ୟ କରୁଛନ୍ତି। ବ୍ରହ୍ମପୁର ଗୋଦାବରୀଶ ନଗର ପ୍ରଥମ ଲେନରେ ଦେବାଶିଷଙ୍କ ଘର। ବାପା ଲଳିତ ମୋହନ ମହାପାତ୍ର ଚିିକିଟି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ। ମା ଆରତୀ ମହାପାତ୍ର ଜଣେ ଗୃହିଣୀ। ସରାଙ୍ଗ ଆଇଜିଆଇଟିରୁ ମେକାନିକାଲ ଇଞ୍ଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଏମ୍‌-ଟେକ୍‌ କରିଥିଲେ। ଏହା ପରେ ପ୍ରବେଶିକା ପରୀକ୍ଷା ଦେଇ ଇସ୍ରୋରେ ନିଯୁକ୍ତି ପାଇଥିଲେ। ଦେବାଶିଷ ୨୦୦୬ରେ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?