Posted inଖେଳ

୧୦୦ବର୍ଷରେ ପଦାର୍ପଣ କଲେ ଅଲିମ୍ପିକ ଚାମ୍ପିୟନ

ବୁଦାପେଷ୍ଟ, ୧୦ା୧ (ଏପି)-ବିଶ୍ୱରେ ଜୀବିତ ଥିବା ସବୁଠାରୁ ବୟସ୍କା ଅଲିମ୍ପିକ ଚାମ୍ପିୟନ ହେଲେ ଆଗ୍ନିସ କେଲେଟି। ଏବେ ସେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। କେଲେଟି ଜିମ୍ନାଷ୍ଟିକ୍ସରେ ୧୦ ଅଲିମ୍ପିକ ପଦକ ଜିତିଛନ୍ତି। ତନ୍ମଧ୍ୟରେ ୫ ସ୍ବର୍ଣ୍ଣ ରହିଛି। ଶନିବାର ସେ ତାଙ୍କ ଜନ୍ମସ୍ଥାନ ବୁଦାପେଷ୍ଟରେ ତାଙ୍କ ୧୦୦ତମ ଜନ୍ମଦିନ ପାଳିଛନ୍ତି। ସେ କହିଛନ୍ତି ତାଙ୍କ ଜୀବନର ଉପଲବ୍ଧି, ରୋମାଞ୍ଚ ଓ ଦୁଃଖଦ ଘଟଣା ଏକ ଝଲକରେ ଅତିକ୍ରମ କରିଗଲା ଭଳି ମନେହେଉଛି। ବର୍ତ୍ତମାନ ୧୦୦ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ତାଙ୍କୁ ୬୦ବର୍ଷୀୟା ଭଳି ସେ ଅନୁଭବ କରୁଥିବା କେଲେଟି ତାଙ୍କ ଜନ୍ମଦିନ ଅବସରରେ ପ୍ରକାଶ କରିଛନ୍ତି।

ତାଙ୍କ ଜୀବନୀକୁ ନେଇ “ଦି କୁଇନ୍‌ ଅଫ୍‌ ଜିମ୍ନାଷ୍ଟିକ୍ସ: ହଣ୍ଡ୍ରେଡ୍‌ ଇୟର୍ସ ଅଫ୍‌ ଆଗ୍ନିସ କେଲେଟି” ଶୀର୍ଷକ ଏକ ପୁସ୍ତକ ରଚନା ହୋଇଛି। କେଲେଟି ୧୯୨୧ରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ପରେ ୧୯୪୦ ଓ ୧୯୪୪ରେ ଅଲିମ୍ପିକ୍ସ ବାତିଲ ଯୋଗୁ ତାଙ୍କ ଉଜ୍ଜ୍ୱଳ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା। ୧୯୪୧ରେ ତାଙ୍କୁ ଜିମ୍ନାଷ୍ଟିକ୍ସ ଟିମ୍‌ ଛାଡ଼ିବାକୁ ହୋଇଥିଲା। କାରଣ ସେତେବେଳେ ହିଟ୍‌ଲରଙ୍କ ନାଜି ସେନା ଇହୁଦୀମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ। ଏପରିକି ନାଜି ଡେଥ୍‌ କ୍ୟାମ୍ପଗୁଡ଼ିକରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ହଙ୍ଗେରିଆନ ଇହୁଦୀଙ୍କୁ ହତ୍ୟା କରାଯାଇଥିଲା। ଯୁଦ୍ଧ ସମୟରେ ସ୍ବୀଡିଶ କୂଟନୀତିଜ୍ଞ ରାଓଲ ଓ୍ବାଲେନବର୍ଗଙ୍କ ସହାୟତା ଯୋଗୁ ତାଙ୍କ ମା’ ଓ ଭଉଣୀ ବଞ୍ଚତ୍ ଯାଇଥିଲେ। ହେଲେ ତାଙ୍କ ପିତା ଓ ଅନ୍ୟ ବନ୍ଧୁବାନ୍ଧବଙ୍କର ପତ୍ତା ମିଳି ନ ଥିଲା। ସେ ନିଜର ପରିଚୟ ଗୋପନ ରଖି ଜଣେ ପରିଚାରିକା ଭାବେ ଜୀବନ ନିର୍ବାହ କରିଥିଲେ। କେଲେଟି କହିଛନ୍ତି, ସେ ଏହି ପରିଣତ ବୟସରେ ମଧ୍ୟ ଜୀବନକୁ ଭଲ ପାଆନ୍ତି। ବର୍ତ୍ତମାନ ସେ ସୁସ୍ଥ ଜୀବନଯାପନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?