Posted inଖେଳ

୧୦୦ବର୍ଷରେ ପଦାର୍ପଣ କଲେ ଅଲିମ୍ପିକ ଚାମ୍ପିୟନ

ବୁଦାପେଷ୍ଟ, ୧୦ା୧ (ଏପି)-ବିଶ୍ୱରେ ଜୀବିତ ଥିବା ସବୁଠାରୁ ବୟସ୍କା ଅଲିମ୍ପିକ ଚାମ୍ପିୟନ ହେଲେ ଆଗ୍ନିସ କେଲେଟି। ଏବେ ସେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। କେଲେଟି ଜିମ୍ନାଷ୍ଟିକ୍ସରେ ୧୦ ଅଲିମ୍ପିକ ପଦକ ଜିତିଛନ୍ତି। ତନ୍ମଧ୍ୟରେ ୫ ସ୍ବର୍ଣ୍ଣ ରହିଛି। ଶନିବାର ସେ ତାଙ୍କ ଜନ୍ମସ୍ଥାନ ବୁଦାପେଷ୍ଟରେ ତାଙ୍କ ୧୦୦ତମ ଜନ୍ମଦିନ ପାଳିଛନ୍ତି। ସେ କହିଛନ୍ତି ତାଙ୍କ ଜୀବନର ଉପଲବ୍ଧି, ରୋମାଞ୍ଚ ଓ ଦୁଃଖଦ ଘଟଣା ଏକ ଝଲକରେ ଅତିକ୍ରମ କରିଗଲା ଭଳି ମନେହେଉଛି। ବର୍ତ୍ତମାନ ୧୦୦ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ତାଙ୍କୁ ୬୦ବର୍ଷୀୟା ଭଳି ସେ ଅନୁଭବ କରୁଥିବା କେଲେଟି ତାଙ୍କ ଜନ୍ମଦିନ ଅବସରରେ ପ୍ରକାଶ କରିଛନ୍ତି।

ତାଙ୍କ ଜୀବନୀକୁ ନେଇ “ଦି କୁଇନ୍‌ ଅଫ୍‌ ଜିମ୍ନାଷ୍ଟିକ୍ସ: ହଣ୍ଡ୍ରେଡ୍‌ ଇୟର୍ସ ଅଫ୍‌ ଆଗ୍ନିସ କେଲେଟି” ଶୀର୍ଷକ ଏକ ପୁସ୍ତକ ରଚନା ହୋଇଛି। କେଲେଟି ୧୯୨୧ରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ପରେ ୧୯୪୦ ଓ ୧୯୪୪ରେ ଅଲିମ୍ପିକ୍ସ ବାତିଲ ଯୋଗୁ ତାଙ୍କ ଉଜ୍ଜ୍ୱଳ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା। ୧୯୪୧ରେ ତାଙ୍କୁ ଜିମ୍ନାଷ୍ଟିକ୍ସ ଟିମ୍‌ ଛାଡ଼ିବାକୁ ହୋଇଥିଲା। କାରଣ ସେତେବେଳେ ହିଟ୍‌ଲରଙ୍କ ନାଜି ସେନା ଇହୁଦୀମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ। ଏପରିକି ନାଜି ଡେଥ୍‌ କ୍ୟାମ୍ପଗୁଡ଼ିକରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ହଙ୍ଗେରିଆନ ଇହୁଦୀଙ୍କୁ ହତ୍ୟା କରାଯାଇଥିଲା। ଯୁଦ୍ଧ ସମୟରେ ସ୍ବୀଡିଶ କୂଟନୀତିଜ୍ଞ ରାଓଲ ଓ୍ବାଲେନବର୍ଗଙ୍କ ସହାୟତା ଯୋଗୁ ତାଙ୍କ ମା’ ଓ ଭଉଣୀ ବଞ୍ଚତ୍ ଯାଇଥିଲେ। ହେଲେ ତାଙ୍କ ପିତା ଓ ଅନ୍ୟ ବନ୍ଧୁବାନ୍ଧବଙ୍କର ପତ୍ତା ମିଳି ନ ଥିଲା। ସେ ନିଜର ପରିଚୟ ଗୋପନ ରଖି ଜଣେ ପରିଚାରିକା ଭାବେ ଜୀବନ ନିର୍ବାହ କରିଥିଲେ। କେଲେଟି କହିଛନ୍ତି, ସେ ଏହି ପରିଣତ ବୟସରେ ମଧ୍ୟ ଜୀବନକୁ ଭଲ ପାଆନ୍ତି। ବର୍ତ୍ତମାନ ସେ ସୁସ୍ଥ ଜୀବନଯାପନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି; ପ୍ରଥମେ ବୋଲିଂ କରିବ ସିଏସ୍‌କେ

ଦୁବାଇ, ୧୦।୧୦: ଚଳିତ ଆଇପିଏଲ୍‌ର ୨୫ତମ ମୁକାବିଲାରେ ଶନିବାର ସନ୍ଧ୍ୟାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)...

ପ୍ରଶଂସକଙ୍କୁ ଖୁସିଖବର ଦେଲେ ଏହି କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁନୀଲ ନାରିନ୍‌ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ସୁନୀଲଙ୍କ ସ୍ତ୍ରୀ ନନ୍ଦିତା...

ସମସ୍ତଙ୍କ ହୃଦୟ ଜିତିଲେ ସୁମିତ୍‌ ନାଗଲ

ନୂଆଦିଲ୍ଲୀ,୨୭।୮:ଯୁବ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ ଓପନର ପ୍ରଥମ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ସମସ୍ତଙ୍କ...

ମାଇଲଷ୍ଟୋନ ସ୍ପର୍ଶ କଲେ ଓଡ଼ିଆ ଖେଳାଳି ସୁନିତା

ଜିନଚେଓନ(କୋରିଆ),୨୨।୫- ଭାରତୀୟ ମହିଳା ହକି ଦଳର ଅନ୍ୟତମ ବ୍ୟାକଲାଇନ ଖେଳାଳି ସୁନିତା ଲାକ୍ରା ବୁଧବାର ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ...

ଶ୍ରୀଲଙ୍କା ମନା କଲା:ଭାରତରେ ହୋଇପାରେ ଏସିଆ କପ୍‌

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା କ୍ରିକେଟ କାଉନସିଲ(ଏସ୍‌ଏଲ୍‌ସି) ଟି-୨୦ ଏସିଆ କପ୍‌ ୨୦୨୨ କ୍ରିକେଟ ଆୟୋଜନ କରିବାକୁ ମନା କରିଦେଇଛି। ଶ୍ରୀଲଙ୍କା କ୍ରିକେଟ ଏସିଆ କ୍ରିକେଟ ପରିଷଦ (ଏସିସି)କୁ...

ଟାଇସନ ଫ୍ୟୁରିଙ୍କ ଅଭିଳାଷ

ଲଣ୍ଡନ,୨୦ା୫ (ଏଏଫ୍‌ପି)-ୟୁକ୍ରେନ୍‌ର ପୂର୍ବତନ ପ୍ରଫେସନାଲ ବକ୍ସର ଲାଡିମିର କ୍ଲିଚ୍‌କୋଙ୍କ ଆଦର୍ଶ ଅନୁକରଣ କରିବେ ବୋଲି କହିଛନ୍ତି ଟାଇସନ ଫ୍ୟୁରି। ଜଣେ ବ୍ରିଟିଶ ବକ୍ସର ହିସାବରେ ପ୍ରାଧାନ୍ୟ...

୨ ଅଲିମ୍ପିକ୍ସ ଚାମ୍ପିୟନଙ୍କ ବରୋଧରେ ଡୋପିଂ ଅଭିଯୋଗ

ପ୍ୟାରିସ୍‌,୨୮।୩(ଏଏଫ୍‌ପି): ୨ ଅଲିମ୍ପିକ୍‌ ଚାମ୍ପିୟନଙ୍କ ସମେତ ୪ଜଣ ରୁଷୀୟ ଆଥଲେଟଙ୍କ ବିରୋଧରେ ଡୋପିଂ ଅଭିଯୋଗ ଆସିଛି। ଏହି ଆଥଲେଟମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି ବୋଲି...

ଅମ୍ପାୟର ନୋ ବଲ ଦେବାରୁ ଚାଲାକି କଲେ ପୋଲାର୍ଡ

ବିଜୟନଗରମ୍‌,୧୨।୧୧- ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଏଠାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ନିଜ ଚାଲାକିର ନମୁନା ଦେଖାଇଛନ୍ତି। ଆଫଗାନିସ୍ତାନ ଇନିଂସର...

Advertisement
Archives

Model This Week