Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ଇଷ୍ଟ ବେଙ୍ଗଲ

ମାର୍ଗାଓ,୧୦।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଇଷ୍ଟ ବେଙ୍ଗଲ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ବେଙ୍ଗାଲୁରୁ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ବେଙ୍ଗାଲୁରୁ ଏଥିସହିତ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ଏହି ମ୍ୟାଚର ଫଳାଫଳ ପଏଣ୍ଟ ତାଲିକାରେ କୌଣସି ପରିବର୍ତ୍ତନ ଆଣିପାରିନାହିଁ। ଏଥିସହ ବେଙ୍ଗାଲୁରୁ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ, ୩ ଡ୍ର ଓ ୪ଟି ପରାଜୟ ସହ ୧୨ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୧୦ଟି ମ୍ୟାଚ ଖେଳି ୨ ବିଜୟ, ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୧୦ ପଏଣ୍ଟ ପାଇ ତାଲିକାର ନବମ ସ୍ଥାନରେ ରହିଛି।
ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଇଷ୍ଟବେଙ୍ଗଲ ଗୋଲ ସ୍କୋର କରି ଅଗ୍ରଣୀ ହାସଲ କରିଥିଲା। ୨୦ତମ ମିନିଟ୍‌ରେ ଦଳ ତରଫରୁ ଜର୍ମାନୀ ସେଣ୍ଟ୍ରାଲ ମିଡ୍‌ଫିଲ୍ଡର ଭିଲେ ମାଟି ଷ୍ଟେଇନ୍‌ମ୍ୟାନ ଇଷ୍ଟବେଙ୍ଗଲ ପାଇଁ ଏକ ସୁନ୍ଦର ଗୋଲ ସ୍କୋର କରିଥିଲେ। ଏଥିସହିତ ଷ୍ଟେଇନ୍‌ମ୍ୟାନ ଚିଳିତ ସେସନରେ ତାଙ୍କର ତୃତୀୟ ଗୋଲ ସ୍କୋର କରିଥିଲେ। ଦାସଙ୍କଠାରୁ ମିଳିଥିବା ପାସ୍‌କୁ ସେ ସୁନ୍ଦର ଭାବେ ଗୋଲରେ ପରିଣତ କରିଥିଲେ। ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ଇଷ୍ଟ ବେଙ୍ଗଲ ଅପେକ୍ଷାକୃତ ଏକ ଦୃଢ ଦଳ ବିପକ୍ଷରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଇଷ୍ଟବେଙ୍ଗଲ ୧-୦ରେ ଅଗ୍ରଣୀ ରହିଥିଲା।
ସାରା ମ୍ୟାଚରେ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଏଫ୍‌ସି ଗୋଲ ପରିଶୋଧ କରିବାକୁ ଯଥେଷ୍ଟ ପ୍ରୟାସ କରିଥିଲା। କିନ୍ତୁ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଅବଶ୍ୟ ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲା। ମ୍ୟାଚରେ କିନ୍ତୁ ଇଷ୍ଟ ବେଙ୍ଗଲ ଅପେକ୍ଷାକୃତ ଅଧିକ ଭଲ ପ୍ରଦର୍ଶନ କରିଥିଲା। ମ୍ୟାଚ ଶେଷ ପର୍ଯ୍ୟନ୍ତ ଏହି ଇଷ୍ଟ ବେଙ୍ଗଲ ଅଗ୍ରଣୀ ବଜାୟ ରଖି ବିଜୟୀ ହୋଇଥିଲା। ଇଷ୍ଟ ବେଙ୍ଗଲ ଖେଳାଳିମାନେ ଅଧିକ ସମୟ ବଲକୁ ନିଜ ପାଖରେ ରଖିବାରେ ସମର୍ଥ ହୋଇଥିଲେ। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ବେଙ୍ଗାଲୁରୁ ପଛରେ ପଡିଥିଲା। ଏହି ବିଜୟ ଇଷ୍ଟ ବେଙ୍ଗଲ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ବ୍ୟାକ୍‌ରେ ବେଙ୍ଗାଲୁରୁ ସଂଘର୍ଷ କରୁଥିବା ଦେଖାଯାଇଥିଲା ଓ ଆଟାକ ମଧ୍ୟ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri