ତାଲିକାରୁ କାଟିଦେଲେ ବୃଦ୍ଧଙ୍କ ଗାଁ

କାମାକ୍ଷାନଗର, ୨ ।୪ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ତାଲିକାଭୁକ୍ତ ହିତାଧିକାରୀଙ୍କୁ ବାଦ୍‌ଦେଇ ଚଞ୍ଚକତା କରି ଅନ୍ୟଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏ ନେଇ ୮୦ ବର୍ଷୀୟ ବୃଦ୍ଧ ଗିରିଆ ନାଏକ ବିଡିଓଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଏଥିସହ ଏଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ ଜିଲାପାଳ, ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି।
ଗିରିଆଙ୍କ କହିବା କଥା, ୨୦୧୮-୧୯ବର୍ଷରେ ଆଇଡି ନଂ. ଓଆର୍‌-୩୩୬୮୭୮୭ ଅନୁଯାୟୀ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା। ସେହି ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କ ନାମକୁ କୌଶଳକ୍ରମେ କାଟି ଗ୍ରାମର ଅନ୍ୟଜଣଙ୍କୁ ୨ କିସ୍ତିରେ ଯଥାକ୍ରମେ ୨୦ ହଜାର ଏବଂ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଫଳରେ ଯୋଗ୍ୟତା ଥିବା ସତ୍ତ୍ୱେ ସେ ବାସଗୃହ ପାଇବାରୁ ବଞ୍ଚତ୍ତ ହୋଇଥିବା କହିଛନ୍ତି। ଗିରିଆ ହେଉଛନ୍ତି ଅନୁସୂଚିତ ଜାତିବର୍ଗର। ବୟସର ସାୟାହ୍ନରେ ଘର ନିର୍ମାଣ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ସେ ପରିବାର ଲୋକଙ୍କୁ ନେଇ ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସାମାନ୍ୟ ବର୍ଷା ହେଲେ ତାଙ୍କୁ ପରଦୁଆରେ ଆଶ୍ରୟ ନେବାକୁ ପଡୁଛି। ଦୀର୍ଘ ୪ବର୍ଷ ହେଲା ସେ ବାରମ୍ବାର ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅଧିକାରୀଙ୍କ ଚଞ୍ଚକତା ପାଇଁ ଜଣେ ଯୋଗ୍ୟ ହିତାଧିକାରୀ ହକ୍‌ରୁ ବଞ୍ଚତ୍ତ ହେଉଥିବାବେଳେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗିରିଆ ଏବଂ ତାଙ୍କ ପରିବାର ସଦସ୍ୟ।
ଏ ନେଇ ବିଡିଓ ବୁଲ୍‌ବୁଲ୍‌ ବେହେରା କୁହନ୍ତି, ସେ ନୂତନ ଭାବେ ବ୍ଲକର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଯୋଗଦାନ ପୂର୍ବରୁ ଏହି ଘଟଣା ଘଟିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟଙ୍କା ଫେରାଇବା ପାଇଁ ନୋଟିସ୍‌ କରାଯାଇଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ମିଳୁନି ଋଣ

କେନ୍ଦ୍ରାପଡ଼ା ଅଫିସ/ ପଟ୍ଟାମୁଣ୍ଡାଇ,୨୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବହିରାଗତ ଶିଳ୍ପ ଉପତ୍ାଦ ଅର୍ଥ ଅଞ୍ଚଳକୁ ବିକଶିତ କରେ। ଏଥିତ୍ପାଇଁ କେନ୍ଦ୍ର ସରକାରଙ୍କ...

ଦାୟିତ୍ୱ ନେବାପରେ ଅଧିକାରୀଙ୍କ ସହ ୨ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂଆ ମନ୍ତ୍ରୀ ଭାବେ ରାଜେନ୍ଦ୍ର ଢୋଲକିଆ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ଏକ ବୈଠକ...

କଲେଜ ବାଇପାସ୍‌-ବସ୍‌ଷ୍ଟାଣ୍ଡ ଦୁଇଥାକିଆ ରାସ୍ତା: ମୋହର ଅପେକ୍ଷାରେ ପ୍ରସ୍ତାବ

ଢେଙ୍କାନାଳ ଅଫିସ, ୧୨ା୭:  ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ ଛକଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପ୍ରସ୍ତାବକୁ ମୋହର ବାଜିପାରୁନି। ଏହି ରାସ୍ତାର ଉନ୍ନତୀକରଣ...

କୁନ୍ଦୁଲି ବଳାତ୍କାର ଘଟଣା : କମିଶନଙ୍କ ରିପୋର୍ଟ ନେଇ ବିରୋଧୀ ଗରମ

ଭୁବନେଶ୍ୱର,୫ା୮(ବ୍ୟୁରୋ): କୁନ୍ଦୁଲି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବାପରେ ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର। କାହାକୁ ସୁରକ୍ଷା ଦେବାକୁ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ବିରୋଧୀ...

ଡାଇରିଆ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୩ା୭ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ,ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଶନିବାର କାଶୀପୁର ବ୍ଲକର...

ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

ଭଞ୍ଜନଗର,୨୧।୯(ଡି.ଏନ.ଏ.): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ ସ୍ବାଇଁ। ବେଲ୍‌ କରାଇ ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।...

ଦୁରାରୋଗ୍ୟ ବ୍ୟାଧି ସନ୍ଦେହକରି ମହିଳାଙ୍କୁ ଛାଡ଼ି ସ୍ବାମୀ, ପୁଅ ଫେରାର

ଅମରପାଲି,୮ା୯(ଡି.ଏନ.ଏ.): ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମେତ ପୁଅ ବୋହୁ ଗୁରୁତର ଅବସ୍ଥାରେ ଘରେ ଛାଡି ଫେରାର ହୋଇ...

ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୩।୧୧(ବ୍ୟୁରୋ)-ମହାମାରୀ କରୋନାକୁ ନଜରରେ ରଖି ଆସନ୍ତା ଦୀପାବଳିରେ ବାଣ ବିକ୍ରି ଓ ଫୁଟାକୁ ନିଷିଦ୍ଧ ଘୋଷଣା କରାଯାଇଛି। ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ଏହି...

Advertisement
Archives

Model This Week