ଅଧିକାଂଶ ଅଫିସରେ ଏମିତି ଦୁର୍ନୀତିଗ୍ରସ୍ତ ଅଫିସର ଅଛନ୍ତି: ଏମ୍‌ପି ପ୍ରତାପ

ବାଲେଶ୍ୱର,୮।୧୧(ବାଞ୍ଛାନିଧି ଦେ): ବାଲିଆପାଳର ସବ୍‌ ରେଜିଷ୍ଟ୍ରାର ମନୀଷା ମିଶ୍ର ଭିଜିଲାନ୍ସ ଟିମ୍‌ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେବା ଜାଣି ଏମ୍‌ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଖୁସିବ୍ୟକ୍ତ କରିଛନ୍ତି। ଏନେଇ ସେ ନିଜ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ, ଅଧିକାଂଶ ଅଫିସ୍‌ରେ ଏପରି ଦୁର୍ନୀତିଗସ୍ତ ଅଫିସର୍‌ ଥିବା ସତ୍ତ୍ୱେ ଅନେକ ଧରା ନ ପଡ଼ିବା ଦୁର୍ଭାଗ୍ୟଜନକ। ଲୋକମାନେ ସଂଗଠିତ ହୋଇ ଏମାନଙ୍କୁ ଧରାଇ ଦେବା ଉଚିତ୍‌। ଲାଞ୍ଚ ନେବା ଆଉ ଦେବା ଉଭୟ ଜଘନ୍ୟ ଅପରାଧ। ଯେଉଁମାନେ କହନ୍ତି ଯେ, ଯୁବକମାନେ ଭ୍ରଷ୍ଟାଚାର କରନ୍ତି ନାହିଁ ସେମାନେ ଏହି ଦୁର୍ନୀତିଗସ୍ତ ଯୁବ ଅଫିସର୍‌ଙ୍କୁ ଦେଖିଲେ ନିଶ୍ଚୟ ଧାରଣା ବଦଳାଇବେ। ୨ ବର୍ଷ ତଳେ ନିଯୁକ୍ତ ବୟସ କମ୍‌, ଉଚ୍ଚ ଶିକ୍ଷିତା ଦେଶର ଦରିଦ୍ର କରଦାତାଙ୍କ ପଇସାରେ ବଢିଆ ଦରମା ପାଇ ବିଳାସବ୍ୟଶନରେ ଅଛନ୍ତି। ତଥାପି ସେହି ଅନ୍ନଦାତାଙ୍କୁ ଲୁଟ୍‌ ଚାଲିଛି। ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଜନସାଧାରଣ ନିର୍ଭୀକ ଭାବରେ ଏବଂ କୌଶଳ ପୂର୍ବକ ଏହି ଭ୍ରଷ୍ଟାଚାରୀମାନଙ୍କୁ ଧରାଇ ଦିଅନ୍ତୁ। ତାହା ହେଲେ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ବିରୋଧରେ ଏକ ଜନଜାଗରଣ ହେବ ଓ ଦୁର୍ନୀତିଗସ୍ତ ଲୋକେ ଭୟଭୀତ ହେବେ ବୋଲି ସେ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏମ୍‌ପିଙ୍କ ଏହି ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ସହ ପ୍ରଶଂସାର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୮।୧୧: ବରିଷ୍ଠ କ୍ରିକେଟର ସୁନୀଲ ଗାଭାସ୍କର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମର୍ଥନରେ ଆସିଛନ୍ତି। ୱେଲିଂଟନରେ ୧୩୫ ରନର ଲକ୍ଷ୍ୟକୁ ପିଛା କରିବା ସମୟରେ,…

କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ: ନବୀନ

ଶେରଗଡ଼/ହିଞ୍ଜିଳିକାଟୁ/ସୋରଡା/ ଆସିକା,୮୧୧(ସୂର୍ଯ୍ୟ ନାରାୟଣ ଦାଶ/ ଦ୍ୱିତୀକୃଷ୍ଣ ପଣ୍ଡା/ରଜନୀ ମହାପାତ୍ର/ସୁରେନ୍ଦ୍ର ନାଥ ସାହୁ) ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ବାତ୍ୟା ଅର୍ଣ୍ଣବ…

ଏହି ୨୦ ଜଣ ଖେଳାଳିଙ୍କ ମଧ୍ୟରୁ ଚୟନ କରାଯିବ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଯେଉଁଥିରୁ ସ୍ଥାନ ପାଇବେ କେବଳ…

ନୂଆଦିଲ୍ଲୀ,୮।୧୧: ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ଦିନିକିଆ ବିଶ୍ୱକପ ଆସନ୍ତା ବର୍ଷ ଅକ୍ଟୋବର ୨ରୁ ଆରମ୍ଭ ହେବ। ଦଳଗୁଡ଼ିକ…

କ୍ୟାମେରାରେ କଏଦ ହେଲା ବିରାଟ କୋହଲିଙ୍କ ରାଗ; ଆଙ୍ଗୁଠି ଦେଖାଇ ପ୍ରଶଂସକଙ୍କୁ ଇଙ୍ଗିତ କରି କହିଲେ…

ନୂଆଦିଲ୍ଲୀ,୮।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ଏପରି ଏକ ଘଟଣା ଘଟିଲା, ଯେଉଁଥିରେ ବିରାଟ କୋହଲିଙ୍କ ଏକ ଅତ୍ୟନ୍ତ ଗମ୍ଭୀର…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ

ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ କଳକାରାଖାନା ସହ ଗାଡିମୋଟର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ବାୟୁମଣ୍ଡଳରେ ଧୂଆଁ ଆସ୍ତରଣ ଓ ଅଙ୍ଗାରକାମ୍ଳ…

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?