ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ

କେନ୍ଦୁଝର,୨୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତଠାରେ ବ୍ଲକ ପ୍ରଶାସନଙ୍କ ଦାରା ରାଶନକାର୍ଡ ହିତାଧିକାରୀଙ୍କ ନିମନ୍ତେ ୨ଟି ବ୍ୟାଗ୍‌ ଓ ୧ ହଜାର ଟଙ୍କା ଦିଆଯାଉଛି। ପଞ୍ଚାୟତ ଅଧୀନରେ ଥିବା ଗ୍ରାମର ସମସ୍ତ ହିତାଧିକାରୀ ଏକ ସଙ୍ଗରେ ଆସି ପଞ୍ଚାୟତ କାର୍ଯ୍ୟାଳୟରେ ଶହ ଶହ ରାଶନକାର୍ଡ ଜମା ଦେଉଛନ୍ତି ଏବଂ ଉକ୍ତ ବ୍ୟାଗ୍‌ ଓ ଟଙ୍କା ଟିପଚିହ୍ନ ଦ୍ୱାରା ଦିଆଯାଉଛି। ବହୁ ସମୟରେ ନେଟ୍‌ଓ୍ବର୍କ ରହୁ ନ ଥିବା ବେଳେ ଟିପଚିହ୍ନ ସମସ୍ୟା ଯୋଗୁ ପଞ୍ଚାୟତରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି। ହିତାଧିକାରୀମାନେ କାମଧନ୍ଦା ଛାଡ଼ି ୪/୫ ଦିନ ପଞ୍ଚାୟତକୁ ଯାଇ ସକାଳରୁ ସଞ୍ଜ ଅପେକ୍ଷା କରୁଥିଲେ ମଧ୍ୟ ସଠିକ୍‌ ସମୟରେ ବ୍ୟାଗ୍‌ ଓ ଟଙ୍କା ପାଇ ପାରୁନାହାନ୍ତି। ଭୋକ ଉପବାସରେ ଅପେକ୍ଷା କରି କରି ବିରକ୍ତି ହୋଇ ବହୁ ସମୟରେ ଯୋଗାଣ କରୁଥିବା ଲୋକଙ୍କ ସହିତ ହିତାଧିକାରୀମାନେ ଯୁକ୍ତି ତର୍କ, ପାଟି ତୁଣ୍ଡ କରୁଥିବା ଅଭିଯୋଗ ହୋଇଛି। ସେମାନଙ୍କ ବସିବା ଓ ଖରା ଦାଉରୁ ରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଣୁ ବ୍ଲକ ପ୍ରଶାସନ ଗୋବର୍ଦ୍ଧନ ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତଗୁଡ଼ିକରେ କିପରି ରାଶନକାର୍ଡ ହିତାଧିକାରୀମାନେ ହଇରାଣ ହରକତ ନ ହୋଇ ସୂଚାରୁ ରୂପେ ସରକାରଙ୍କ ଯୋଜନାରେ ମିଳୁଥିବା ବ୍ୟାଗ୍‌,ଚାଉଳ,ଟଙ୍କା ଆଦି ପାଇ ପାରିବେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ଉପସଭାପତି ଜୟକୃଷ୍ଣ ନାଏକ,ସାଧାରଣ ସମ୍ପାଦକ ଶୈଳବାଳା ପରିଡ଼ା,ପୁଷ୍ପାଞ୍ଜଳି ବେହେରା,ସରୋଜ କୁମାର ସାହୁ,ପ୍ରଦୀପ ବେହେରା,ମୋହନ ପାତ୍ର ଓ ପଞ୍ଚାୟତବାସୀ ପ୍ରମୁଖ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି। ପୂର୍ବରୁ ମକର ପର୍ବ ସମୟରେ ହିତାଧିକାରୀମାନେ ୮/୧୦ ଦିନ ପଞ୍ଚାୟତକୁ ଦଉଡ଼ି ଥିଲେ ମଧ୍ୟ ବହୁ କଷ୍ଟରେ ୪ ମାସର ଚାଉଳ ପାଇ ଥିବା ସ୍ଥାନୀୟ ପଞ୍ଚାୟତବାସୀ ହାଡୁବନ୍ଧୁ ନାଏକ,ଶମ୍ଭୁନାଥ ନାଏକ, ଜଗନ୍ନାଥ ନାଏକ,ହିରନ୍ୟ ମହାକୁଡ଼ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri