୧୮୫ କୋଟିରେ ନିର୍ମାଣ ହେବ ନୂତନ ଜାନିବିଲି ବ୍ୟାରେଜ

ଧରାକୋଟ,୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଲାଇଫ ଲାଇନ ଭାବରେ ପରିଗଣିତ ଜାନିବିଲି ଅନିକଟ। ବ୍ରିଟିଶ ମାନେ ୧୮୯୧ରେ ଜିଲାର ଜଳ ସେଚନ ଓ ବ୍ରହ୍ମପୁର ସହରର ପିଇବା ପାଣି ସକାଶେ ୮୧୦ ଫୁଟ ଦୀର୍ଘର ଜାନିବିଲି ଆନିକଟ ନିର୍ମାଣ କରିଥିଲେ। ଋଷିକୂଲ୍ୟା ନଦୀ ଉପରେ ନିର୍ମିତ ଏହି ଅନିକାଟରୁ ୨୫ ମିଟର ଓସାରର ମୁଖ୍ୟ କେନାଲ ଦ୍ୱାରା ଜଳସେଚନ ଓ ପିଇବା ପାଣି ଯୋଗାଣ ନିର ବଚ୍ଛିନ୍ନ ଭାବରେ ହୋଇ ଆସୁଛି। ଏହା ମଧ୍ୟରେ ବାରମ୍ବାର ବନ୍ୟା ପାଣିରେ ଆନିକଟକ କ୍ଷତିଗ୍ରସ୍ତ ହୋଇଛି। ଏଣୁ ଭଞ୍ଜନଗର ଜଳସେଚନ ବିଭାଗର ଅଧୀନରେ ରହିଥିବା ଏହି ଆନିକଟ ୧୩୧ ବର୍ଷର ପୁରୁଣା ହୋଇ ଥିବାରୁ ବିଭାଗ ତରଫରୁ ପୁରୁଣା ଆନିକଟଠାରୁ ୨୧୦ ମିଟର ତଳସ୍ତର ପଟକୁ ଏକ ନୂତନ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ବୈଷୟିକ କମିଟିର ଅନୁମୋଦନ ଲାଭ କରିଛି । ଏହାର ନିର୍ମାଣରେ ମୋଟ ୧୮୫ କୋଟି ଟଙ୍କା ବ୍ୟୟ ହେବ। ବ୍ୟାରେଜର ଲମ୍ବା ୨୦୦ ମିଟର ହେବା ସହ ଏଥିରେ ୧୨ ଗେଟ ଓ ନୂଆ ହେଡ ନିର୍ମାଣ ହେବ। ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, ଆସିକା, ହିଞ୍ଜିଳି, କୁକୁଡ଼ାଖଣ୍ଡି, ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକର ୫୩ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ବ୍ରହ୍ମପୁର ସହରକୁ ଜଳଯୋଗାଣ ସୁଗମ ହୋଇପାରିବ। ବ୍ୟାରେଜ ଉପରେ ୫ ମିଟର ଚଉଡାର ଏକ ସର୍ଭିସ ବ୍ରିଜ ନିର୍ମାଣ ହେବ। ଫଳରେ ଜାହାଡ଼ା, ସିଙ୍ଗାପୁର ଦେଇ ଭଞ୍ଜନଗର ଓ ସୋରଡ଼ା ସହ ଧରାକୋଟର ସିଧାସଳଖ ସଂଯୋଗ ହୋଇପାରିବ। ଯାହାଦ୍ବାରା ଆର୍ଥିକ ଓ ବ୍ୟବସାୟକ ଦୃଷ୍ଟିରୁ ଅଞ୍ଚଳର ଲୋକେ ବେଶ ଉପକୃତ ହେବେ। ଧରାକୋଟ ସଦମହକୁମାରୁ ଲୋକେ ତ୍ୱରିତ ସେବା ପାଇ ପାରିବେ। ଜାନିବିଲିଠାରୁ ବ୍ରହ୍ମପୁରକୁ ପାଇପ ଲାଇନ ଦ୍ୱାରା ପ୍ରତିଦିନ ୬୭.୫ ଏମ୍‌ଏଲ୍‌ଟି ଜଳ ଯୋଗାଣ ହେଉଛି। ଏହା ମଧ୍ୟ ସୁଗମ ହୋଇଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଗଞ୍ଜାମ ଜିଲାର ପିଇବା ପାଣି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣରେ ବ୍ୟାପକ ସୁଧାର ଆସିବ। ଯାହା ଦ୍ୱାରା ଜିଲାବାସୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ। ଖୁବ ଶୀଘ୍ର ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବରାମ ବେହେରା ଓ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି। ଏଥିସହ ଜାନବିଲିଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଜଳସେଚନ ବିଭାଗର ପରିଦର୍ଶନ ବଙ୍ଗଳାର ମଧ୍ୟ ପୁନରୁଦ୍ଧାର ହେବାର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?