ପଟ୍ଟାମୁଣ୍ଡାଇ ବାଇପାସ ଛକରେ ସ୍ପିଡ୍‌ ବ୍ରେକର ପାଇଁ ଦାବି

ପଟ୍ଟାମୁଣ୍ଡାଇ, ୬।୮(ସ୍ବ.ପ୍ର.): କଟକ-ଚାନ୍ଦବାଲି ରାସ୍ତା ରାଜ୍ୟ ରାଜପଥର ମାନ୍ୟତା ପାଇଥିବାରୁ ଏହା ବ୍ୟସ୍ତ ବହୁଳରେ ପରିଣତ ହୋଇଛି। ଏହି ରାସ୍ତା ଉପରେ କଟକ-ଚୌଦ୍ୱାର, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ରାଜନଗର, ଆଳି ଓ ଚାନ୍ଦବାଲି ଆଦି ୮ଟି ନିର୍ବାଚନମଣ୍ଡଳୀର ଲୋକ ନିର୍ଭର କରୁଛନ୍ତି। ଦୁର୍ଘଟଣା ରୋକିବାକୁ ସରକାର ଅନେକ ପଦକ୍ଷେପ ନେବା ସହ ବିଭିନ୍ନ ଜାଗାରେ ଗାଡିର ଗତି ନିୟନ୍ତ୍ରଣ ପାଇଁ ହମ୍ପସ ଓ ସ୍ପିଡ ବ୍ରେକର ନିର୍ମାଣ କରାଯାଇଛି। ବହୁ ଜାଗାରେ ହମ୍ପସ ପୂର୍ବରୁ କୌଣସି ସଂକେତ ନ ଥିବାରୁ ଅସୁବିଧା ହେଉଛି। ଏହା ଛଡା କଟକ-ଚାନ୍ଦବାଲି ରାସ୍ତାର ବହୁ ଜନଗହଳି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ନାହିଁ। ଫଳରେ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି। କଟକ-ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଏବେ ଏକ ବ୍ୟସ୍ତ ବହୁଳ ଛକରେ ପରିଣତ ହୋଇଛି। ଏଠାରେ ସ୍ପିଡ ବ୍ରେକର ଲଗାଇବାକୁ ସାଧାରଣରେ ଦାବି ହେଉଛି।
ଏହା ପଟ୍ଟାମୁଣ୍ଡାଇ ସହରର ପ୍ରବେଶ ପଥ ହୋଇଥିବାରୁ ଏହି ଛକର ଗୁରୁତ୍ୱ ବଢ଼ିଯାଇଛି। ଏଥିସହ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଦେଇ ବସ, ଟ୍ରକ୍‌, ଟ୍ରେକର ଆଦି ବିଭିନ୍ନ ଯାନବାହାନ ଆଳି, ରାଜନଗର ଓ ରାଜକନିକା ଅଞ୍ଚଳକୁ ଯାତାୟାତ କରିଥାଏ। ବିଜୁ ପଟ୍ଟନାୟକ ଛକ ରାସ୍ତାର ଉଭୟ ପାଶର୍‌ବରେ ପଟ୍ଟାମୁଣ୍ଡାଇ ଆଳି, ରାଜନଗର ଓ ଚୌଦକୁଲାଟ ରାସ୍ତା ସଂଯୋଗ ରହିଛି। ଫଳରେ ଆଳି, ରାଜନଗର ଆଦି ଅଞ୍ଚଳରୁ ଆସୁଥିବା ବିଭିନ୍ନ ଯାତ୍ରୀ ଓ ମାଲବାହୀ ଗାଡି ଓ ପଟ୍ଟାମୁଣ୍ଡାଇ ସହର ମଧ୍ୟରୁ ଆସୁଥିବା ଗାଡି କୌଣସି ସଂକେତ ନ ପାଇ ପ୍ରାୟ ସମୟରେ ମୁହାଁମୁହିଁ ହେବା ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। କଟକ-ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ବାଇପାସ୍‌ ବିଜୁ ପଟ୍ଟନାୟକ ଛକଠାରେ ଦୁର୍ଘଟଣା ରୋକିବା ପାଇଁ ଏକ ସ୍ପିଡ଼ ବ୍ରେକର ଲଗାଇବା ନିମନ୍ତେ ଉକତ୍ଳମଣି ଯୁବକ ସଂଘ ପକ୍ଷରୁ ସରକାରଙ୍କଠାରେ ଦାବି କରାଯାଇଛି। ଉକତ୍ଳ ମଣି ଯୁବକ ସଂଘ ଉପସଭାପତି ଗୁଡ଼ୁ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଏ ଦିଗରେ ସରକାରୀ ସ୍ତରରେ ଆଲୋଚନା କରି ଯଥା ସମ୍ଭବ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri