ପଟ୍ଟାମୁଣ୍ଡାଇ ବାଇପାସ ଛକରେ ସ୍ପିଡ୍‌ ବ୍ରେକର ପାଇଁ ଦାବି

ପଟ୍ଟାମୁଣ୍ଡାଇ, ୬।୮(ସ୍ବ.ପ୍ର.): କଟକ-ଚାନ୍ଦବାଲି ରାସ୍ତା ରାଜ୍ୟ ରାଜପଥର ମାନ୍ୟତା ପାଇଥିବାରୁ ଏହା ବ୍ୟସ୍ତ ବହୁଳରେ ପରିଣତ ହୋଇଛି। ଏହି ରାସ୍ତା ଉପରେ କଟକ-ଚୌଦ୍ୱାର, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ରାଜନଗର, ଆଳି ଓ ଚାନ୍ଦବାଲି ଆଦି ୮ଟି ନିର୍ବାଚନମଣ୍ଡଳୀର ଲୋକ ନିର୍ଭର କରୁଛନ୍ତି। ଦୁର୍ଘଟଣା ରୋକିବାକୁ ସରକାର ଅନେକ ପଦକ୍ଷେପ ନେବା ସହ ବିଭିନ୍ନ ଜାଗାରେ ଗାଡିର ଗତି ନିୟନ୍ତ୍ରଣ ପାଇଁ ହମ୍ପସ ଓ ସ୍ପିଡ ବ୍ରେକର ନିର୍ମାଣ କରାଯାଇଛି। ବହୁ ଜାଗାରେ ହମ୍ପସ ପୂର୍ବରୁ କୌଣସି ସଂକେତ ନ ଥିବାରୁ ଅସୁବିଧା ହେଉଛି। ଏହା ଛଡା କଟକ-ଚାନ୍ଦବାଲି ରାସ୍ତାର ବହୁ ଜନଗହଳି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ନାହିଁ। ଫଳରେ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି। କଟକ-ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଏବେ ଏକ ବ୍ୟସ୍ତ ବହୁଳ ଛକରେ ପରିଣତ ହୋଇଛି। ଏଠାରେ ସ୍ପିଡ ବ୍ରେକର ଲଗାଇବାକୁ ସାଧାରଣରେ ଦାବି ହେଉଛି।
ଏହା ପଟ୍ଟାମୁଣ୍ଡାଇ ସହରର ପ୍ରବେଶ ପଥ ହୋଇଥିବାରୁ ଏହି ଛକର ଗୁରୁତ୍ୱ ବଢ଼ିଯାଇଛି। ଏଥିସହ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଦେଇ ବସ, ଟ୍ରକ୍‌, ଟ୍ରେକର ଆଦି ବିଭିନ୍ନ ଯାନବାହାନ ଆଳି, ରାଜନଗର ଓ ରାଜକନିକା ଅଞ୍ଚଳକୁ ଯାତାୟାତ କରିଥାଏ। ବିଜୁ ପଟ୍ଟନାୟକ ଛକ ରାସ୍ତାର ଉଭୟ ପାଶର୍‌ବରେ ପଟ୍ଟାମୁଣ୍ଡାଇ ଆଳି, ରାଜନଗର ଓ ଚୌଦକୁଲାଟ ରାସ୍ତା ସଂଯୋଗ ରହିଛି। ଫଳରେ ଆଳି, ରାଜନଗର ଆଦି ଅଞ୍ଚଳରୁ ଆସୁଥିବା ବିଭିନ୍ନ ଯାତ୍ରୀ ଓ ମାଲବାହୀ ଗାଡି ଓ ପଟ୍ଟାମୁଣ୍ଡାଇ ସହର ମଧ୍ୟରୁ ଆସୁଥିବା ଗାଡି କୌଣସି ସଂକେତ ନ ପାଇ ପ୍ରାୟ ସମୟରେ ମୁହାଁମୁହିଁ ହେବା ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। କଟକ-ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ବାଇପାସ୍‌ ବିଜୁ ପଟ୍ଟନାୟକ ଛକଠାରେ ଦୁର୍ଘଟଣା ରୋକିବା ପାଇଁ ଏକ ସ୍ପିଡ଼ ବ୍ରେକର ଲଗାଇବା ନିମନ୍ତେ ଉକତ୍ଳମଣି ଯୁବକ ସଂଘ ପକ୍ଷରୁ ସରକାରଙ୍କଠାରେ ଦାବି କରାଯାଇଛି। ଉକତ୍ଳ ମଣି ଯୁବକ ସଂଘ ଉପସଭାପତି ଗୁଡ଼ୁ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଏ ଦିଗରେ ସରକାରୀ ସ୍ତରରେ ଆଲୋଚନା କରି ଯଥା ସମ୍ଭବ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?