ଅଧିକାରୀଙ୍କ ଅଦଳବଦଳ

Dillip Cherian

ନିର୍ଦ୍ଦିଷ୍ଟ ଅଧିକାରୀ ଓ କେତେଜଣ ମନ୍ତ୍ରୀଙ୍କ ବିରୋଧରେ ଅନେକ ବଡ଼ ଅଭିଯୋଗ ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ସରକାର ତାହାର ପ୍ରଶାସନିକ ଟିମ୍‌ରେ ପରିବର୍ତ୍ତନ କରିବା ପାଇଁ ବେଶ୍‌ ସକ୍ରିୟତା ପ୍ରକାଶ କରିଥିବା ଜଣାପଡ଼ୁଛି। ଆଇଏଏସ୍‌ ଅଧିକାରୀମାନଙ୍କ ଏହି ସବୁ ବଦଳି କେତେ ବ୍ୟବସ୍ଥିତ ତାହା ବି ସ୍ପଷ୍ଟହୋଇଛି। ଗତ ସପ୍ତାହରେ, ଉତ୍ତରପ୍ରଦେଶ ସରକାର ୧୦ ଜଣ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଓ ସିଡିଓଙ୍କ ସମେତ ୧୩ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅଦଳବଦଳ କରି ତତ୍‌କ୍ଷଣାତ କାର୍ଯ୍ୟକାରୀ କରିବାକୁ କହିଥିଲେ। ଏହାସହ ରାଜ୍ୟ ସରକାର ୨୦ ଜଣ ପ୍ରୋଭିଜନାଲ ସିଭିଲ ସର୍ଭିିସ୍‌(ପିସିଏସ୍‌) ଅଧିକାରୀଙ୍କୁ ମଧ୍ୟ ବଦଳି କରିଥିଲେ। ବିଚିତ୍ର କଥା ହେଉଛି, ଅଧିକାରୀମାନଙ୍କର ବଦଳି ନିର୍ଦ୍ଦେଶଗୁଡ଼ିିକ ଜାରି କରିବାର ପାଖାପାଖି ୨୪ ଘଣ୍ଟା ପରେ ସରକାର ସେଥି ମଧ୍ୟରୁ ଦୁଇ ଜଣଙ୍କର ନିର୍ଦ୍ଦେଶ ରଦ୍ଦ କରିଥିଲେ। ଶେଷରେ ବାରାଣସୀର ଡିଷ୍ଟ୍ରିକ୍ଟ ମାଜିଷ୍ଟେଟ କୁଶଲ ରାଜ ଶର୍ମା ତାଙ୍କ ପଦବୀରେ ରହିବେ। ତାଙ୍କୁ ପ୍ରଥମେ ପ୍ରୟାଗରାଜର କମିଶନର ଭାବେ ବଦଳି କରାଯାଇଥିଲା। ସେହିଭଳି ପ୍ରଥମେ ବାରାଣସୀ ବଦଳି କରାଯାଇଥିବା କୁଶିନଗରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଏସ୍‌. ରାଜଲିଙ୍ଗମ ପୂର୍ବବତ୍‌ ତାଙ୍କ ପଦବୀରେ ରହିବେ। ଫଳରେ ସରକାରଙ୍କର ଏଭଳି ମତ ପରିବର୍ତ୍ତନରେ ରବୀନ୍ଦ୍ର କୁମାର ପ୍ରଥାମ୍‌ ଯାହାଙ୍କୁ ରାଜଲିଙ୍ଗମଙ୍କ ଉତ୍ତରାଧିକାରୀ ହେବାକୁ କୁହାଯାଇଥିଲା, ସେ ଏବେ ଫୁଡ୍‌ ଆଣ୍ଡ୍‌ ସିଭିଲ ସପ୍ଲାଇଜ ଡିପାର୍ଟମେଣ୍ଟର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱରେ ରହିବେ। ଏହି ସମୟରେ କେନ୍ଦ୍ର ମଧ୍ୟ ସଂଖ୍ୟାଲଘୁ ବ୍ୟାପାର ସଚିବ ରେଣୁକା କୁମାରଙ୍କୁ ତାଙ୍କ ମୂଳ ଉତ୍ତରପ୍ରଦେଶ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କରିବାକୁ ସ୍ବୀକୃତି ପ୍ରଦାନ କରିଛି। ତଥାପି ଯୋଗୀ ସେଭଳି ବଡ଼ ଧରଣର ଅଦଳବଦଳ କରି ନ ଥିବାରୁ ଏବେ ସେମିତି କିଛି ଘଟିବାର ସମ୍ଭାବନା ନାହିଁ।
ବ୍ୟୟବହୁଳ ଗସ୍ତ
ବିଦେଶରେ ହେଉଥିବା ସମ୍ମିଳନୀଗୁଡ଼ିକରେ ଯୋଗଦେବାକୁ ବିମାନରେ ଯାଉଥିବା ସଉକିଆ ବାବୁମାନେ ମନଇଛା କରଦାତାଙ୍କ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଗାଇଡଲାଇନ୍‌ ସ୍ପଷ୍ଟଭାବେ ଉଲ୍ଲେଖ କରିଛି ଯେ, ଅନ୍ତଃରାଷ୍ଟ୍ରୀୟ ମେଳା ହେଉ କିମ୍ବା ପ୍ରଦର୍ଶନୀ ଅବା କର୍ମଶାଳା ଓ ସମ୍ମିଳନୀରେ ଅଧିକାରୀମାନେ ଯୋଗଦେବା ଧାରାକୁ ରୋକିବା ଉଚିତ ଏବଂ ଯଦି ଯିବା ଅତି ଆବଶ୍ୟକ ବୋଲି ବିଚାର କରାଯାଏ ତେବେ ସେହି ବିଷୟ ସହ ସିଧାସଳଖ ଜଡିତ ଅଧିକାରୀଙ୍କୁ ପଠାଯିବ। କିନ୍ତୁ ମିଡିଆରେ ଏ ସଂକ୍ରାନ୍ତରେ ଯାହା ରିପୋର୍ଟ ପ୍ରକାଶ ପାଉଛି ସେଥିରୁ ଜଣାପଡ଼ିଛି ଯେ ଡିଓପିଟି ଗାଇଡଲାଇନ୍‌କୁ ଖୋଲାଖୋଲି ଉଲ୍ଳଂଘନ କରାଯାଉଛି। ଏକ ଆର୍‌ଟିଆଇ ଆବେଦନରୁ ପ୍ରାପ୍ତ ସୂଚନାକୁ ଭିତ୍ତିକରି ଏହି ରିପୋର୍ଟ ଦର୍ଶାଇଛି ଯେ, ୨୦୧୫ରେ ପ୍ୟାରିସରେ ତିନିଦିନିଆ ବୈଠକରେ ଯୋଗଦେବାକୁ ୭ଦିନିଆ ଗସ୍ତରେ ଯାଇଥିଲେ ଚଣ୍ଡିଗଡ଼ର ତନି ଜଣ ଅମଲାତନ୍ତ୍ରୀ। ଆଧିକାରିକ ସ୍ତରରେ ଦିଆଯାଇଥିବା ଭତ୍ତାଠାରୁ ସେମାନେ ଅନାବଶ୍ୟକ ଭାବେ ବହୁ ଅଧିକ ଖର୍ଚ୍ଚ କରିଥିଲେ। ଏହି ଅଧିକାରୀମାନେ ହେଉଛନ୍ତି, ୟୁଟି ଆଡ୍‌ଭାଇଜର ବିଜୟ ଦେବ, ସ୍ବରାଷ୍ଟ୍ର ସଚିବ ଅନୁରାଗ ଅଗ୍ରଓ୍ବାଲ ଏବଂ କାର୍ମିକ ସଚିବ ବିକ୍ରମ ଦତ୍ତ। ଏମାନେ ଉଚ୍ଚମାନର ରହଣି ପାଇଁ ପ୍ୟାରିସରେ ଏକ ପଞ୍ଚତାରକା ହୋଟେଲ ପରିବର୍ତ୍ତନ କରି ଏକ ଲକ୍‌ଜୁରି ହୋଟେଲ ନେଇଥିଲେ। ସେମାନେ ମଧ୍ୟ ରିଟର୍ନ ଟିକେଟକୁ ବିଜ୍‌ନେସ କ୍ଲାସ୍‌କୁ ପରିବର୍ତ୍ତନ କରିଥିଲେ। ଏହାଦ୍ୱାରା ସେମାନେ ସେମାନଙ୍କୁ ମିଳିଥିବା ଭତ୍ତାଠାରୁ ଅଧିକ ୪୦% ବ୍ୟୟ କରିଥିଲେ। ଏକ ବିଳାସପୂର୍ଣ୍ଣ ଗସ୍ତକୁ ଶେଷ ସ୍ପର୍ଶ ଦେବାକୁ ଯାଇ ଏହି ତିନି ଅଧିକାରୀ ପ୍ୟାରିସ ଗସ୍ତର ଏକ ମାସ ପରେ ସଂଶୋଧିତ ଅର୍ଡର ମାଧ୍ୟମରେ ପରସ୍ପରକୁ ସୁହାଇବା ଭଳି ଅତିରିକ୍ତ ବ୍ୟୟକୁ ମଞ୍ଜୁରୀ ଦେଇଥିଲେ। ଦେବ ଏବେ ଦିଲ୍ଲୀର ରାଜ୍ୟ ନିର୍ବାଚନ କମିଶନର ଥିବାବେଳେ ଦତ୍ତ ଏୟାର ଇଣ୍ଡିଆ ଆସେଟ ହୋଲ୍ଡିଂ ଲିମିଟେଡର ସିଏମ୍‌ଡି ଓ ଅଗ୍ରଓ୍ବାଲ ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।
ଆକସ୍ମିକ ଇସ୍ତଫା
କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଯୁଥିକା ପଟଙ୍କର ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ବାବୁ ପରିସରରୁ ଜଣା ପଡ଼ିଛି ଯେ, ଏହି ୧୯୮୮ ବ୍ୟାଚ ୟୁପି କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କୁ ନିକଟରେ ଦିଆଯାଇଥିବା ଦାୟିତ୍ୱକୁ ନେଇ ସେ ଖୁସି ନ ଥିଲେ । ଯେଉଁମାନେ ଉକ୍ତ ଘଟଣା ସମ୍ପର୍କରେ ଅବଗତ ସେମାନେ କହନ୍ତି ଯେ, ବ୍ୟକ୍ତିଗତ କାରଣ ସହ ସିଆଇସିରେ ତାଙ୍କ ଦାୟିତ୍ୱ ଅଧିକ ପ୍ରୋତ୍ସାହକ ନ ଥିବା ପଟଙ୍କର ଲକ୍ଷ୍ୟ କରିଥିଲେ ଏବଂ ଏହା ତାଙ୍କ କ୍ୟାରିୟରର ଶେଷ ବୋଲି ବି ଅନୁଭବ କରିଥିଲେ। ଗତ ବର୍ଷ ଯେତେବେଳେ ପଟଙ୍କରଙ୍କୁ ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଦରୁ ମୂଳ କ୍ୟାଡରକୁ ଫେରାଇ ଅଣାଗଲା ସେତେବେଳେ ତାଙ୍କ ଅସନ୍ତୋଷର କାରଣ ଠାବ କରାଯିବାର ସମ୍ଭାବନା ଥିଲା। କିନ୍ତୁ ୨୦୨୧ରେ ତାଙ୍କୁ ସଚିବ ସମକକ୍ଷ ପଦବୀ ପାଇଁ ନିଯୁକ୍ତି ତାଲିକାଭୁକ୍ତ କରାଯିବା ପରେ କେନ୍ଦ୍ର ତା’ ନିଷ୍ପତ୍ତି ପ୍ରତ୍ୟାହାର କରିନେଲା ଏବଂ ପରେ ତାଙ୍କୁ ସିଆଇସିର ସଚିବ ଭାବେ ନିଯୁକ୍ତି ଦେଲା। ମୋଦି ସରକାରରେ ଜଣେ ବରିଷ୍ଠ ଅମଲାତନ୍ତ୍ରୀ ସେବା ନିବୃତ୍ତିର ବର୍ଷେ କି ଦେଢ଼ ବର୍ଷ ପୂର୍ବରୁ ସଚିବ ସ୍ତରରେ ଇସ୍ତଫା ଦେବା ଏକ ସକାରାମତ୍କ ସଙ୍କେତ ଦେଉନାହିଁ। ସରକାରଙ୍କ ଉପର ସ୍ତରରେ ସବୁ କିଛି ଠିକ୍‌ ହୋଇ ନ ପାରେ ବୋଲି ଉକ୍ତ ଘଟଣା ଦର୍ଶଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?