ବିଧାୟକଙ୍କ ବିରୋଧରେ ଏମ୍‌ପି କରୁଛନ୍ତି ଷଡ଼ଯନ୍ତ୍ର

ପାଲଲହଡା,୧୯ା୩(ଡି.ଏନ.ଏ.)

ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଷଡ଼ଯନ୍ତ୍ର କରୁଥିବା ପାଲଲହଡ଼ା ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଜିତ୍‌ ଗୁରୁବାର ଅଭିଯୋଗ କରିଛନ୍ତି। ଏମ୍‌ପିଙ୍କ ଏପରି କାର୍ଯ୍ୟକୁ ବ୍ଲକ ବିଜେଡି ପକ୍ଷରୁ ନିନ୍ଦା କରାଯିବା ସହ ନିର୍ବାଚନମଣ୍ଡଳୀବାସୀ ଆଗାମୀ ଦିନରେ ଏହାର ଜବାବ ଦେବେ ବୋଲି ସଭାପତି ଜିତ୍‌ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ପାଲଲହଡ଼ାସ୍ଥିତ ଜାତୀୟ ରାଜପଥ ଡାକବଙ୍ଗଳାଠାରେ ଖବରଦାତା ସମ୍ମିଳନୀରେ ସଭାପତି ଜିତ୍‌ କହିଛନ୍ତି ଯେ, ବିଧାୟକ ପାଲଙ୍କ ନେତୃତ୍ୱରେ ସାଙ୍ଗଠନିକ ଏବଂ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। କିନ୍ତୁ ଏମ୍‌ପି ସାହୁ ଜାଣିଶୁଣି ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ କରିଥିବା କେତେଜଣ ନେତା ଏବଂ କର୍ମୀଙ୍କ ସହ ହାତ ମିଳାଇ ପାଲଲହଡା ନିର୍ବାଚନମଣ୍ଡଳୀରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ବିଧାୟକଙ୍କ ବିରୋଧରେ ଅପପ୍ରଚାର ଆରମ୍ଭ କରିଛନ୍ତି। ଏହାକୁ ବ୍ଲକ ବିଜେଡି ଘୋର ନିନ୍ଦା କରୁଛି। ଦଳୀୟ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଏମ୍‌ପିଙ୍କ ଦେଖା ମିଳୁ ନ ଥିବାବେଳେ ତାଙ୍କର ଏପରି ଦଳ ବିରୋଧୀ କାର୍ଯ୍ୟ ଓ ବିଧାୟକଙ୍କ ବିରୋଧରେ ଷଡ଼ଯନ୍ତ୍ରର ଜବାବ ଜନସାଧାରଣ ଦେବେ। ଏମ୍‌ପିଙ୍କ ନାମ ନ ନେଇ ଅଞ୍ଚଳର ଜଣେ ପେଟ୍ରୋଲ ପମ୍ପ ମାଲିକ ଦଳୀୟ ସଙ୍ଗଠନକୁ ଦୁଇ ଭାଗ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଏମ୍‌ପି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସମର୍ଥନ ଦେଇ ଚାଲିଛନ୍ତି। ଯଦି ଏପରି ଦଳ ବିରୋଧୀ କାର୍ଯ୍ୟରୁ ଏମ୍‌ପି ନିବୃତ ନ ରୁହନ୍ତି, ତା’ହେଲେ ବ୍ଲକ ବିଜେଡି ପକ୍ଷରୁ ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିତ୍‌ ପ୍ରକାଶ କରିଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ପାଲଲହଡା ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ନିଜିଗଡ଼ ସମିତି ସଭ୍ୟ ଦିଲୀପ କୁମାର ଉଦାଳ, ବିଧାୟକଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ଭୁକ୍ତା, ବରିଷ୍ଠ ନେତା ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏମ୍‌ପି ସାହୁଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ଅଭିଯୋଗ ସମ୍ପର୍କରେ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri