ବିଧାୟକଙ୍କ ବିରୋଧରେ ଏମ୍‌ପି କରୁଛନ୍ତି ଷଡ଼ଯନ୍ତ୍ର

ପାଲଲହଡା,୧୯ା୩(ଡି.ଏନ.ଏ.)

ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଷଡ଼ଯନ୍ତ୍ର କରୁଥିବା ପାଲଲହଡ଼ା ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଜିତ୍‌ ଗୁରୁବାର ଅଭିଯୋଗ କରିଛନ୍ତି। ଏମ୍‌ପିଙ୍କ ଏପରି କାର୍ଯ୍ୟକୁ ବ୍ଲକ ବିଜେଡି ପକ୍ଷରୁ ନିନ୍ଦା କରାଯିବା ସହ ନିର୍ବାଚନମଣ୍ଡଳୀବାସୀ ଆଗାମୀ ଦିନରେ ଏହାର ଜବାବ ଦେବେ ବୋଲି ସଭାପତି ଜିତ୍‌ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ପାଲଲହଡ଼ାସ୍ଥିତ ଜାତୀୟ ରାଜପଥ ଡାକବଙ୍ଗଳାଠାରେ ଖବରଦାତା ସମ୍ମିଳନୀରେ ସଭାପତି ଜିତ୍‌ କହିଛନ୍ତି ଯେ, ବିଧାୟକ ପାଲଙ୍କ ନେତୃତ୍ୱରେ ସାଙ୍ଗଠନିକ ଏବଂ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। କିନ୍ତୁ ଏମ୍‌ପି ସାହୁ ଜାଣିଶୁଣି ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ କରିଥିବା କେତେଜଣ ନେତା ଏବଂ କର୍ମୀଙ୍କ ସହ ହାତ ମିଳାଇ ପାଲଲହଡା ନିର୍ବାଚନମଣ୍ଡଳୀରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ବିଧାୟକଙ୍କ ବିରୋଧରେ ଅପପ୍ରଚାର ଆରମ୍ଭ କରିଛନ୍ତି। ଏହାକୁ ବ୍ଲକ ବିଜେଡି ଘୋର ନିନ୍ଦା କରୁଛି। ଦଳୀୟ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଏମ୍‌ପିଙ୍କ ଦେଖା ମିଳୁ ନ ଥିବାବେଳେ ତାଙ୍କର ଏପରି ଦଳ ବିରୋଧୀ କାର୍ଯ୍ୟ ଓ ବିଧାୟକଙ୍କ ବିରୋଧରେ ଷଡ଼ଯନ୍ତ୍ରର ଜବାବ ଜନସାଧାରଣ ଦେବେ। ଏମ୍‌ପିଙ୍କ ନାମ ନ ନେଇ ଅଞ୍ଚଳର ଜଣେ ପେଟ୍ରୋଲ ପମ୍ପ ମାଲିକ ଦଳୀୟ ସଙ୍ଗଠନକୁ ଦୁଇ ଭାଗ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଏମ୍‌ପି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସମର୍ଥନ ଦେଇ ଚାଲିଛନ୍ତି। ଯଦି ଏପରି ଦଳ ବିରୋଧୀ କାର୍ଯ୍ୟରୁ ଏମ୍‌ପି ନିବୃତ ନ ରୁହନ୍ତି, ତା’ହେଲେ ବ୍ଲକ ବିଜେଡି ପକ୍ଷରୁ ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିତ୍‌ ପ୍ରକାଶ କରିଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ପାଲଲହଡା ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ନିଜିଗଡ଼ ସମିତି ସଭ୍ୟ ଦିଲୀପ କୁମାର ଉଦାଳ, ବିଧାୟକଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ଭୁକ୍ତା, ବରିଷ୍ଠ ନେତା ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏମ୍‌ପି ସାହୁଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ଅଭିଯୋଗ ସମ୍ପର୍କରେ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri