Posted inଫୁରସତ

ବିଶ୍ୱର ସବୁଠୁ ଦାମୀ ଘର

ପ୍ୟାରିସ୍‌: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ ଫ୍ରାନ୍ସ ଗସ୍ତରେ ଥିବାବେଳେ ମାତ୍ର ଗୋଟିଏ ରାତି ସଲମାନ୍‌ ବିଶ୍ୱର ସବୁଠାରୁ ଦାମୀ ଘରେ ରହିବା କଥା ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ଲୋଭେସିନ୍ନସ୍‌ର ଛାଟିୟୁ ଲୁଇସ୍‌ ଚର୍ତୁଦଶ ବିଶ୍ୱର ସବୁଠାରୁ ଦାମୀ ଘର ମଧ୍ୟରୁ ଗୋଟିଏ।
୭ ହଜାର ସ୍କୋୟାର ମିଟର ପରିମିତ ଅଞ୍ଚଳରେ ଏହି ବିରାଟ ବଙ୍ଗଳା ଅବସ୍ଥିତ। ତେବେ ଏହାର ମାଲିକ ହେଉଛନ୍ତି ନିଜେ ପ୍ରିନ୍ସ ସଲମାନ। ୨୦୧୫ରେ ଏହାକୁ ୨୭୫ ମିଲିୟନ୍‌ ୟୁରୋରେ ସେ କିଣିଥିଲେ। ୨୦୦୮ରୁ ୨୦୧୧ ମଧ୍ୟରେ ଏହି ବିଶାଳ ଘର ନିର୍ମାଣ କରାଯାଇଥିଲା। ପ୍ରପର୍ଟିି ଡେଭଲପର୍‌ ଇମାଦ ଖାଶୋଗ୍ଗିଙ୍କ କମ୍ପାନୀ ଏହାର ନିର୍ମାଣ କରିଥିଲା। ଏହା ଏକ ରାଜପ୍ରାସାଦ ହୋଇଥିଲେ ହେଁ ଯଦି କୌଣସି ବ୍ୟକ୍ତି ଏଠାରେ ସମୟ କାଟିବାକୁ ଚାହାନ୍ତି ତେବେ ସେ ଉପଯୁକ୍ତ ଦେୟ ଦେଇ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହାର ଇନ୍‌ଡୋର୍‌ ଓ ଆଉଟ୍‌ଡୋର୍‌ରେ ରିଭର୍ସିବଲ୍‌ ଏୟାର କଣ୍ଡିସନିଙ୍ଗ୍‌ର ସବୁଧା ରହିଛି। ଏଠାରେ ମ୍ୟୁଜିକ୍‌ର ସୁବିଧା ଥିବା ସହ ସ୍ବତନ୍ତ୍ର ସ୍ପିକର୍‌ ସାହାଯ୍ୟରେ ଏହାର ସାଉଣ୍ଡକୁ ନିୟନ୍ତ୍ରଣ କରାଯିବାର ସୁବିଧା ମଧ୍ୟ ଉପଲବ୍ଧ। ୨୩ ହେକ୍ଟର ପରିମିତ ସ୍ଥାନ କେବଳ ପାର୍କିଂ ବ୍ୟବସ୍ଥାକ ପାଇଁ ରଖାଯାଇଛି। ସପ୍ତଦଶ ଶତାବ୍ଦୀରେ ଏହାର ନିର୍ମାଣ କରାଯାଇଥିଲା। ବିଶେଷ ପ୍ରକାର ମାର୍ବଲ ଓ ସିଲ୍‌କ ଏଥିରେ ବ୍ୟବହାର କରାଯାଇଛି। ବାସ୍ତୁକଳା ପ୍ରତି ଥିବା ରାଜାଙ୍କ ରୁଚି ଅନୁସାରେ ଏହି ପ୍ରାସାଦର ନାମକରଣ ଛାଟିୟୁ ଲୁଇସ୍‌ ଚର୍ତୁଦଶ ରଖାଯାଇଥିବା କୁହାଯାଉଛି।
ପ୍ରାସାଦରେ ନାଇଟ୍‌ କ୍ଲବ ଏବଂ ସିନେମା ଘରର ସୁବିଧା ରହିଛି। ଏଥିସହ ପାଣିତଳେ ଏକ କାଚ ଘର ମଧ୍ୟ ରହିଛି। ଧଳା ଚମଡ଼ାରେ ତିଆରି ଫର୍ନିଚର ରଖାଯାଇଥିବାବେଳେ ଏଠାରେ ଧଳା ଓ ସୁନେଲି ରଙ୍ଗକୁ ବହୁଳ ଭାବେ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri