ଭୁବନେଶ୍ୱରରେ ମୋ ଇ-ବସ୍‌, ଇ-ରିକ୍ସା ସେବା ଆରମ୍ଭ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଭୁବନେଶ୍ବରରେ ମୋ ଇ-ବସ୍‌ ଓ ମୋ ଇ-ରାଇଡ୍‌ (ଇ-ରିକ୍ସା) ସେବା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏୟାରପୋର୍ଟ ରୋଡ୍‌ ନବୀନ ନିବାସ ସମ୍ମୁଖରୁ ଏହି ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବିଦ୍ୟୁତ୍‌ ଦ୍ୱାରା ଚାର୍ଜ ହେଉଥିବା ତଥା ବ୍ୟାଟେରି ଚାଳିତ ଉଭୟ ଇ-ବସ୍‌ ଓ ଇ-ଅଟୋ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସହରରେ ବାୟୁ ପ୍ରଦୂଷଣ କମ୍‌ କରିବା ପାଇଁ ଏପରି ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ଟି ଇ-ରିକ୍ସା ଚଳାଚଳ କରିବ। ଆଗାମୀ ଦିନରେ ୫୦ଟି ଇ-ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ଲିଙ୍ଗ ସମାନତା ଉପରେ ଗୁରୁତ୍ୱ ଦିଆଯାଇ କ୍ରୁଟ ପକ୍ଷରୁ ଇ-ବସ୍‌ରେ ଗାଇଡ୍‌ ଭାବରେ ୫୦ ପ୍ରତିଶତ ମହିଳା ଏବଂ ମୋ ଇ-ରିକ୍ସାରେ ଶତପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥୀ ଭାବରେ ନିଯୁକ୍ତି ଦିଆଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ବସରେ ୩୦ଟି ସିଟ୍‌ ରହିଥିବାବେଳେ ମହିଳାଙ୍କ ପାଇଁ ସଂରକ୍ଷିତ ଆସନଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଚାଳକମାନଙ୍କୁ ଚାବି ହସ୍ତାନ୍ତର କରିଥିଲେ।
ଇ-ବସ୍‌ଗୁଡ଼ିକ ‘ମୋ ବସ୍‌’ର ୪ଟି ରୁଟ୍‌ରେ ହିଁ ଗତି କରିବ। ସମସ୍ତ ଇ-ବସ୍‌ରେ ଏସି ସୁବିଧା ରହିଛି। ଏହି ନୂତନ ସେବାର ଶୁଭାରମ୍ଭ ଉପଲକ୍ଷେ ସାଧାରଣ ଯାତ୍ରୀମାନେ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ବିନା ଟିକେଟ୍‌ରେ ପ୍ରଦୂଷଣ ବିହୀନ ଇ-ବସ୍‌ ଯାତ୍ରାର ଅନୁଭବ ନେଇପାରିବେ। ସେହିପରି ଏହି ସେବା ଦ୍ବାରା ୫୦୦ରୁ ଊଦ୍ଧର୍‌ବ ରୋଜଗାର ସୃଷ୍ଟି ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇ-ବସ୍‌ର ଟିକେଟ ମୂଲ୍ୟ ସାଧାରଣ ଏସି ବସ୍‌ ଟିକେଟ୍‌ ମୂଲ୍ୟ ସହିତ ସମାନ ରହିଛି। ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବସ୍‌ ଟିକେଟ୍‌ ମୂଲ୍ୟରେ ରିହାତି ପୂର୍ବଭଳି ସମାନ ରହିଛି। ମୋ ଇ-ରିକ୍ସା ଭୁବନେଶ୍ବରର ପଟିଆ, ପାତ୍ରପଡ଼ା ଓ ପୋଖରିପୁଟ ଅଞ୍ଚଳର ବିଭିନ୍ନ ରୁଟ୍‌ରେ ଗଡ଼ିବା ସହିତ ଏହାର ଟିକେଟ୍‌ ମୂଲ୍ୟ ଫ୍ଲାଟ୍‌ ୧୦ ଟଙ୍କା ରହିଛି। ଏ ସମ୍ପର୍କରେ ସୂଚନା ଦେଇ କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ବର୍ତ୍ତମାନ ସମୟକୁ ଲକ୍ଷ୍ୟ କଲେ ବୈଦ୍ୟୁତିକ ଯାନର ଆବଶ୍ୟକତା ଅଧିକ ରହିଛି। କ୍ରୁଟ୍‌ ପକ୍ଷରୁ ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପଗୁଡ଼ିକ ସର୍ବଦା ଅଧିକ ଲୋକପ୍ରିୟତା ହାସଲ କରିଆସୁଛି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ, ମେୟର ସୁଲୋଚନା ଦାଶ, ଡେପୁଟି ମେୟର ମଞ୍ଜୁଲତା କଅଁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?