Posted inଫୁରସତ

ପାଣି ଭିତରେ ଓଲଟା ମୁନ୍‌ଓ୍ବାକ୍‌ କଲେ ମଡେଲ, ଭିଡିଓ ଦେଖିଲେ…

ବେଳେବେଳେ ଲୋକମାନେ ଏମିତି କଳାକୌଶଳ ପ୍ରଦର୍ଶନ କରନ୍ତି ଯେ, ଦେଖିଲେ ଆଖି ଲାଖିଯାଏ। ଏମିତି ପ୍ରତିଭା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଆଖିଦୃଶିଆ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମଡେଲ ପାଣି ଭିତରେ ଓଲଟା ମୁନ୍‌ଓ୍ବାକ୍‌ କରୁଛନ୍ତି।

ଇନ୍‌ଷ୍ଟାଗ୍ରାମ kristmakushaରେ ଶେୟାର ହୋଇଥିବା ଭିଡିଓରେ ମଡେଲ ଜଣକ ସୁଇମିଂ ପୁଲରେ ଏପରି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଯାହା ଦେଖିଲେ ଲୋକେ ତାଙ୍କ ପ୍ରେମରେ ପଡ଼ିଯିବେ। ପାଣି ଭିତରେ ସେ ଶରୀରରେ ଜବରଦସ୍ତ ସନ୍ତୁଳନ ରକ୍ଷା କରିଥିବା ଦେଖିବାକୁ ମିଳିଛି।

ଦୃଶ୍ୟଟି ବହୁତ ସୁନ୍ଦର। କ୍ରିଷ୍ଟିନା ପାଣି ଭିତରେ ଥିଲେ, ଭୂମି ଆଡ଼କୁ ଏବଂ ପାଦ ଉପରକୁ କରି ଜଳକୁ ଛୁଉଁଛନ୍ତି। ଏହି ଅବସ୍ଥାରେ ସେ ମୁନ୍‌ଓ୍ବାକ୍‌ ସର୍ବୋତ୍ତମ ଉପାୟରେ କରୁଥିବା ଦେଖାଯାଇଥିଲା। ପାଣି ଭିତରେ ମୁନ୍‌ଓ୍ବାକ୍‌ କରିବା ବହୁ କଷ୍ଟସାଧ୍ୟ ଥିଲା। ମାତ୍ର କ୍ରିଷ୍ଟିନା ଏହାକୁ ଆରାମରେ କରିଥିବା ନଜର ଆସିଛନ୍ତି। ସେ କେବଳ ନିଜ ହାତ ବ୍ୟବହାର କରି ପାଣି ଭିତରେ ନିଜକୁ ସନ୍ତୁଳିତ କରି ପାଦରେ ଗତି କରିଛନ୍ତି। ଲୋକମାନେ ତାଙ୍କର ଏହି ଶୈଳୀକୁ ବହୁତ ପସନ୍ଦ କରିଛନ୍ତି।

ଭିଡିଓଟି ୧.୪ ମିଲିୟନରୁ ଅଧିକ ଥର ଦେଖାଯାଇଛି । କ୍ରିଷ୍ଟିନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୁଇମିଂ ପୁଲ ଭିତରେ ବିଭିନ୍ନ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ମିଆମିରେ ରହୁଥିବା କ୍ରିଷ୍ଟିନା ଜଣେ ବୃତ୍ତିଗତ ନୃତ୍ୟଶିଳ୍ପୀ ଏବଂ ଅଣ୍ଡର ଓ୍ବାଟର ଅଭିନେତ୍ରୀ। ଏହି କାରଣରୁ ତାଙ୍କର ପ୍ରତ୍ୟେକ ପ୍ରଦର୍ଶନ ଅତ୍ୟନ୍ତ ସ୍ବତନ୍ତ୍ର ଅଟେ। ଏହାପୂର୍ବରୁ ସେ ତାଙ୍କ ପର୍ସକୁ ପାଣି ତଳେ ଓଲଟାଇ ରାମ୍ପରେ ଚାଲିଥିବାର ଏକ ଭିଡିଓ ଶେୟାର କରିଥିଲେ ଯାହା ଭାଇରାଲ ହୋଇଥିଲା। ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଅନୁଯାୟୀ, କ୍ରିଷ୍ଟିନା ମାକୁଶା ସନ୍ତରଣରେ ୪ଥର ବିଶ୍ୱ ଚାମ୍ପିଅନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼, ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?