Posted inଜାତୀୟ

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ ପ୍ରତିବର୍ଷ ଦୁଇଟି LPG ସିଲିଣ୍ଡରର ମୂଲ୍ୟ ସମାନ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାକୁ ଯିବ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଘୋଷଣା ଅନୁସାରେ, ଏହି ଆର୍ଥିକ ସହାୟତା ବର୍ଷକୁ ଦୁଇଥର ଦିଆଯିବ। ଗୋଟିଏ ଥର ହୋଲି ସମୟରେ ଏବଂ ଅନ୍ୟଟି ଦୀପାବଳି ଅବସରରେ ଲାଭାର୍ଥୀଙ୍କ ଖାତାକୁ ପଠାଯିବ।

ସରକାରୀ ଯୋଜନା ଅନୁଯାୟୀ, ରାଶନ କାର୍ଡଧାରୀ ପରିବାରର ମୁଖ୍ୟଙ୍କ ଆଧାର ସହ ଲିଙ୍କ ହୋଇଥିବା ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ଟଙ୍କା ପଠାଯିବ। ଏଥିପାଇଁ ସେହି ମାସରେ ଲାଭାର୍ଥୀ LPG ସିଲିଣ୍ଡର ରିଫିଲ କରିଥିବା ଆବଶ୍ୟକ ନୁହେଁ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି।

ଏହି ସୁବିଧା ରାସନ କାର୍ଡଧାରୀ ପରିବାରଙ୍କ ପାଇଁ ସମାନ ଭାବେ ଲାଗୁ ହେବ। ରୋଷେଇରେ LPG ବ୍ୟବହାର କରୁଥିବା ପରିବାର ହୁଅନ୍ତୁ କିମ୍ବା PNG ବ୍ୟବହାର କରୁଥିବା ପରିବାରଯୋଜନାର ଲାଭ ପାଇବାରେ ଏହା ବାଧା ହେବ ନାହିଁ। ଦିଲ୍ଲୀ ସରକାର ଏହି ଯୋଜନା ପାଇଁ ପ୍ରତିବର୍ଷ ପ୍ରାୟ ୨୪୨.୭୭ କୋଟି ଟଙ୍କା ଖର୍ଚ୍ଚ କରିବାର ଆକଳନ କରିଛି।

ଉତ୍ତରପ୍ରଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କ ପାଇଁ ରହିଛି ବଡ଼ ସୁବିଧା। ଯୋଗୀ ଆଦିତ୍ୟନାଥ ସରକାର ହୋଲି ଓ ଦୀପାବଳି ଅବସରରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମାଗଣା LPG ସିଲିଣ୍ଡର ଯୋଗାଇ ଆସୁଛନ୍ତି। ଏହାର ଲାଭ ୧.୫ କୋଟିରୁ ଅଧିକ ପରିବାର ପାଉଥିବା ଦାବି କରାଯାଇଛି।

ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ଦର ୯୪୨ ଟଙ୍କା ରହିଛି। ସେହିପରି ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡର ଦରରେ ୬୨.୫୯ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ରହିଛି।
ତେବେ LPG ଦର ଓ ସରକାରୀ ଯୋଜନାର ନିୟମ ସମୟକ୍ରମେ ପରିବର୍ତ୍ତନ ହୋଇପାରେ। ତେଣୁ ଲାଭାର୍ଥୀମାନେ ସମ୍ପୃକ୍ତ ସରକାରୀ ବିଭାଗର ନୂତନ ସୂଚନା ଯାଞ୍ଚ କରିବା ଉଚିତ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPLର ପ୍ରଥମ ସିଜିନରେ କେତେ ଥିଲା ଧୋନୀଙ୍କ ଦରମା? ୧୯ ବର୍ଷରେ CSKରୁ କମାଇଛନ୍ତି ଏତେ କୋଟି, ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀ IPLରୁ…

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ବ୍ଲକରେ ସିଡିଓଙ୍କ ସମୀକ୍ଷା, ସ୍ଥାନାନ୍ତର ପାଇଁ ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ,୧୭।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ…

ଲକ୍ଷେ ଖସିବ ସୁନାଦର? ରୂପା ବି କମିଯିବ, ଏକ୍ସପର୍ଟ କହିଲେ ବର୍ଷ ଶେଷକୁ…

ନୂଆଦିଲ୍ଲୀ,୧୭।୧୧: ସୁନା ଏବଂ ରୂପା ଦରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ଦେଶର ଫ୍ୟୁଚର୍ସ ବଜାରରେ ସୁନା ଦାମ ୨,୧୦୦ ଟଙ୍କାରୁ ଅଧିକ କମି ୧.୩୫ ଲକ୍ଷ…

ପୂଜାରୀବମ୍ବୁ ଗ୍ରାମକୁ ଚାଲି ଚାଲି ଗଲେ ବିଡିଓ: ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ

ରାୟଗଡ଼ା, ୧୭।୧୧ (ଜଗନ୍ନାଥ ଗୌଡ଼): ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବାଇସି ପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମକୁ ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ।…

ଯୁବପିଢିଙ୍କ ପାଇଁ ବଡ଼ ଘୋଷଣା କଲେ ସୀତାରମଣ, Gen Z ପ୍ରସ୍ତୁତ କରିବେ ବଜେଟ୍‌

ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ…

ବର୍ଷେ ପରେ ବି ମା’ଙ୍କ ଆଖିରୁ ଶୁଖୁନି ଲୁହ, ନ୍ୟାୟ ଅପେକ୍ଷାରେ ଶେଫାଳି, ଏପଟେ ଶାଶୁଙ୍କୁ ଦେଖିବାକୁ ମେଡିକାଲ ଗଲେନି ବୋହୂ

ଟିଟିଲାଗଡ଼,୧୭।୧୧: ବହୁ ଚର୍ଚ୍ଚିତ ହ୍ୟୁମାନଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ବର୍ଷେ ପୂରିଛି। ହେଲେ ଏଯାଏଁ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ପରିବାରକୁ ମିଳିନାହିଁ ନ୍ୟାୟ। ପୁଅକୁ…

ଜାତୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ବ୍ରହ୍ମପୁର ଝିଅ ସିଦ୍ଧିକୃଷ୍ଣାଙ୍କ କମାଲ, ହାସଲ କଲେ ୩ଟି ପଦକ

ଛତ୍ରପୁର, ୧୬।୧୧ (ଦିଲୀପ ସାମଲ): ଜାତୀୟ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ନିଜର ଅସାଧାରଣ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲା ପାଇଁ…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପଞ୍ଚୁ, ହଠାତ୍‌ ଖସିଗଲା ଗୋଡ଼: ଆଉ ତା’ପରେ…

ଭଞ୍ଜନଗର, ୧୭।୧୧ (ବାବୁଲା ପ୍ରଧାନ): ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?