ଆଡ଼ମ୍ବର ଆବାହନ, ନିରାଡ଼ମ୍ବର ବିସର୍ଜନ

ଭୁବନ, ୨୩।୯(ଡି.ଏନ.ଏ.):ମଣ୍ଡପରେ ବିରାଜିବେ ମହାମାୟା। ଦୁଇବର୍ଷ ପରେ ଚମକିବ ସହର ପରିବେଶ। ବୀରଦର୍ପରେ ଗଁାଦାଣ୍ଡରେ ବୁଲିବେ ସୁସଜ୍ଜିତ ବଳଦ। ପୁନର୍ଜୀବିତ ହେବ ମଣିଷ-ଭାରବାହୀ ପ୍ରାଣୀଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ରହି ଆସିଥିବା ପୁରୁଣା ପରମ୍ପରା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ଭୁବନ। ବିଭିନ୍ନ ମଣ୍ଡପରେ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆଗେଇ ଚାଲିଥିବାବେଳେ ଏଥିରେ ସାମିଲ ହୋଇଛି ବାଜିଛକ ପୂଜା ପ୍ରତିଷ୍ଠାନ। ପ୍ରତିଯୋଗିତାମୂଳକ ଏହି ମହୋତ୍ସବରେ ବଜେଟ ଅଧିକ ନ ଥିଲେ ବି ମା’ଙ୍କ ଆବାହନରେ କୌଣସି ଊଣା ରହିବ ନାହିଁ। ତେବେ ମା’ଙ୍କ ମେଲାଣି ଅତି ନିରାଡ଼ମ୍ବରରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି।
ଦୀର୍ଘବର୍ଷ ଧରି ବଳଦଯାତ୍ରାରେ ଆୟୋଜନ କରୁଥିବା ବାଜି ଛକ ୨୦୦୨ରୁ ସାମିଲ ହୋଇଛି ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବରେ। ବଳଦଯାତ୍ରାରେ ହେଉଥିବା ବିଶୃଙ୍ଖଳା ଏବଂ ମାତ୍ରାଧିକ ଖର୍ଚ୍ଚ ପାଇଁ ଏଥିରୁ ନିଜକୁ ଦୂରେଇ ମା’ ଦଶଭୁଜାଙ୍କ ପୂଜା କରିବାକୁ ମନ ବଳାଇଥିଲେ ପ୍ରତିଷ୍ଠାନର କର୍ମକର୍ତ୍ତା। ଏଥିପାଇଁ କମ୍‌ ପରିଶ୍ରମିକ କରିବାକୁ ପଡ଼ିନି। ପୂଜା ଆରମ୍ଭ ହେବାର ୫ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ୯୦ଜଣ ସଦସ୍ୟ ଦୈନିକ କିଛି କିଛି ଟଙ୍କା ସଞ୍ଚୟ କରି ୫ ଲକ୍ଷ ଟଙ୍କାର ପାଣ୍ଠି ସୃଷ୍ଟି କଲେ। ଏହି ଟଙ୍କାକୁ ସୁଧରେ ଲଗାଇ ପୂଜା ଆୟୋଜନ କରାଯାଉଛି। ପ୍ରଥମ ବର୍ଷ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବେ ବଜେଟ୍‌ ପାଖାପାଖି ୨ଲକ୍ଷ ଟଙ୍କାରେ ପହଞ୍ଚତ୍ଛି।
ମା’ ଦୁର୍ଗତିନାଶିନୀଙ୍କ ମୂର୍ତ୍ତି ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ କେବଳ ରଙ୍ଗ କାମ ବାକି ଅଛି। ଯାଜପୁର ଜିଲା ଢୋଲପଥର ଅଞ୍ଚଳର କାରିଗର ରଞ୍ଜନ କୁମାର ମଲ୍ଲିକ ୯ ବର୍ଷ ହେଲା ମା’ଙ୍କ ପ୍ରତିମା ନିର୍ମାଣ କରୁଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର କାରିଗରଙ୍କୁ ନେଇ ଉଜ୍ଜ୍ୱଳ ଆଲୋକମାଳ ବ୍ୟବସ୍ଥା କରାଯିବ। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ସାମୂହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ଏଥିରେ ଶ୍ରଦ୍ଧାଳୁ ଏବଂ ସାହିବାସୀ ସାମିଲ ହେବେ। ଚଳିତ ବର୍ଷ ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ପୂଜା ନିୟମ କଡ଼ାକଡ଼ି କରାଯାଇଥିବାବେଳେ ଏଥିରେ ଆବଶ୍ୟକ ସମସ୍ତ ସହଯୋଗ କରାଯିବ ବୋଲି ପୂଜା ପ୍ରତିଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?