ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ମାଧ୍ୟମରେ ମିଳିତ ଭାବେ ଗଣତନ୍ତ୍ରକୁ ଧ୍ୱଂସ କରୁଛନ୍ତି ଏବଂ ଦେଶଦ୍ରୋହ ଭଳି ଅପରାଧ କରୁଛନ୍ତି। କୁମାର ଇସ୍ତଫା ଦେଇ ରାଜସାକ୍ଷୀ ହେବାକୁ ରାହୁଲ ଆହ୍ବାନ ଦେଇଛନ୍ତି।

