ନିଷେଧ ସତ୍ତ୍ୱେ ବଢୁଛି ବେଆଇନ ଘେରି

ଖୋର୍ଦ୍ଧା ଅଫିସ,୨୩ା୯: ଏସିଆ ମହାଦେଶର ବୃହତ୍‌ ହ୍ରଦ ଚିଲିକାର ମୁହାଣ ଦିନକୁ ଦିନ ପୋତି ହେବାରେ ଲାଗିଛି। ଫଳରେ ଏହାର ପରିସୀମା ସଙ୍କୁଚିତ ମଧ୍ୟ ହେବାରେ ଲାଗିଛି। ଚିଙ୍ଗୁଡି ଚାଷ ପାଇଁ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଛି ହେକ୍ଟର ହେକ୍ଟର ଘେରି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲା ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଉଛି। ହେଲେ ଯେତିକି ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଉଛି, ପୁଣି ସେତିକି ମାଡି ଚାଲିଛି। ଜଳରେ ଲବଣାଂଶ ବଢ଼ି ଚାଲିଥିବା ବେଳେ ନଳଘାସ ଓ ରାଜଦଳ ଦିନକୁ ଦିନ ମାଡ଼ିବାରେ ଲାଗିଛି। ତେବେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ହରାଇବା ସ୍ଥିତି ଉପୁଜିଛି। ଏନେଇ ମତ୍ସ୍ୟଜୀବୀ ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦପେକ୍ଷ ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନର ନୀରବତା ଯୋଗୁ ଚିଲିକାର ଜୈବ ବିବିଧତା ଦିନକୁ ନଷ୍ଟ ହେବାକୁ ବସିଛି ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲାର ୧୧୬୫ ବର୍ଗ କିମି ଇଲାକାରେ ଚିଲିକା ପରିବ୍ୟାପ୍ତ ରହିଥିଲା। ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଫଳରେ ୧ ହଜାର କି.ମି. ମଧ୍ୟରେ ସୀମିତ ରହିଥିବା ଜଣାପଡିଛି। ଗଞ୍ଜାମ ଜିଲାର ୭୪.୩୩ ବର୍ଗ କି.ମି., ଖୋର୍ଦ୍ଧା ଜିଲାର ୭୨.୯୯ ବର୍ଗ କିମି ଏବଂ ପୁରୀ ଜିଲାର ୮୮୪.୫୬ ବର୍ଗ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ଚିଲିକାରେ ୫୨ଟି ନଦୀ ନାଳ ମିଶିଛି। ଖରାଦିନେ ଚିଲିକାରେ ଜଳଧାରଣ କ୍ଷମତା କମୁଥିବା ବେଳେ ବର୍ଷା ଋତୁରେ ପାଣି ଆସିଲେ ଏହା ପରିସୀମା ବୃଦ୍ଧି ପାଇଥାଏ। ଖରାଦିନେ ଏହା ପ୍ରାୟ ୯ଶହ ବର୍ଗ କିମି ଏବଂ ବର୍ଷାଦିନେ ପ୍ରାୟ ୧୧ଶହ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। ତେବେ ବର୍ଷାଦିନେ ନଦୀନାଳଗୁଡିକର ବାଲି, ପ୍ଲାଷ୍ଟିକ, ପଲିଥିନ ବର୍ଜ୍ୟବସ୍ତୁ ଚିଲିକାରେ ମିଶୁଛି। ଏହା ଦ୍ୱାରା ଜଳଚର ଜୀବଙ୍କ ଉପରେ ପ୍ରଭାବ ପଡୁଛି। ଚିଲିକାରେ ପ୍ରାୟ ୧୫୦ ବର୍ଗ କିମି ଇଲାକାରେ ନଳଘାସ ପରିପୂର୍ଣ୍ଣ ହୋଇ ରହିଛି। ପୁରୀ ଜିଲାର ବରକୁଦି ଠାରୁ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ କୁମଣ୍ଡପାଟଣା, ସୋରଣ, ଭୂଷଣ୍ଡପୁର ଆଦି ଉପକୂଳ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇ ରହିଛି। ସେହିପରି ମଲାଗୁଣୀ, ରାଜୁଆ, ଭାର୍ଗବୀ, ଦୟା, ମକରା ଆଦି ନଦୀର ରାଜଦଳ ଭାସି ଆସି ଚିଲିକାର ଉପକୂଳବର୍ତ୍ତୀ ଅଞ୍ଚଳର ୩ରୁ ୫ କିମି ପର୍ଯ୍ୟନ୍ତ ଜମି ରହିଛି। ନଇରି, ବଉଳାବନ୍ଧ, କୁମାଣ୍ଡଳ, ନିମିନା, ହାଟବରଡି, ବାଲୁଗାଁ, ସୋରଣ, କାଳୁପଡାଘାଟ, ମଙ୍ଗଳାଯୋଡି ମୁହଁାଣ ଭଳି ଅନେକ ସ୍ଥାନରେ ରାଜଦଳ ରହିଥିବାରୁ ମତ୍ସ୍ୟଜୀବୀ ଡଙ୍ଗା ଧରି ଚିଲିକାକୁ ମାଛ ମାରିବାକୁ ଯାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୯୯୯ ମସିହା ମହାବାତ୍ୟାଠାରୁ ବର୍ତ୍ତମାନ ମଧ୍ୟରେ ସରୁ ବାଉଁଶ ଚିଲିକାର ବିଭିନ୍ନ ଅଞ୍ଚଳକୁ ମାଡିଗଲାଣି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଓ ଚିଲିକା, ପୁରୀ ଜିଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରି ରହିଛି। ତେବେ ଯେତିକି ଉଚ୍ଛେଦ ହେଉଛି ପୁଣି ବଢିଚାଲିଥିବା ଦେଖିବାକୁ ମିଳିଛି। ବେଆଇନ ଘେରି ଯୋଗୁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଚିଲିକାରେ ଘେରି ଉଚ୍ଛେଦ ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ମାଟିର ଘେରି(ମାଟିବନ୍ଧ) କରି ଚିଙ୍ଗୁଡି ଚାଷ ଚାଲିଛି। ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ଅଞ୍ଚଳରେ ଦୀର୍ଘଦିନ ଧରି ରହିଥିବା ଏକର ଏକର ମାଟିବନ୍ଧକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ମାଧ୍ୟମରେ ନଷ୍ଟ କରାଯାଇଛି। ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, ଚିଲିକାର ଜୈବ ବିବିଧତା ନଷ୍ଟ ହେବାକୁ ବସିଛି। ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କୁହନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଗଢି ଉଠିଥିବା ଚିଲିକାରେ ଘେରି ଉଚ୍ଛେଦ କରାଯାଇଛି। ପୁଣି ଘେରି କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହିତ ଚିଲିକାରେ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଏହାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପ ବ୍ୟବହାରକୁ ନେଇ ମହିଳାଙ୍କୁ ଅସଦାଚରଣ: ୨ ଭାଇ କୋର୍ଟଚାଲାଣ

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁବାଦଡ଼ା ଗ୍ରାମରେ ନଳକୂପ ବ୍ୟବହାରକୁ ନେଇ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ହୋଇଥିବା ରବିବାର ଥାନାରେ...

ପୋଖରୀରେ ଭାସୁଛି ମୃତଦେହ

ଝାରସୁଗୁଡ଼ା ଅଫିସ,୫ା୮: ଝାରସୁଗୁଡ଼ା ଜିଲା ସଦର ଥାନା ଅନ୍ତର୍ଗତ ହଂସାମୁରା ପଞ୍ଚାୟତର ବେହେରାପାଟ ଗ୍ରାମର ମୁଣ୍ଡାପଡ଼ା ପୋଖରୀରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।...

ଟୁଇଟ୍‌ ପରେ ପାଞ୍ଚାଳୀଙ୍କୁ ମିଳିଲା ରାଶନ ସାମଗ୍ରୀ: ଏକକାଳୀନ ପାଇଲେ ୯ ମାସର ଚାଉଳ

ଭଦ୍ରକ ଅଫିସ, ୨୮ା୮- ଭଦ୍ରକ ଜିଲାରେ ବହୁ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ହରିଲୁଟ୍‌ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଇ ଆସୁଛି। ଧାମନଗର ବ୍ଲକ ଭଗବାନପୁର...

ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ଜଣଙ୍କୁ ହତ୍ୟା କରାଯାଉଛି। ୨୦୧୦ରୁ ଏ ପର୍ଯ୍ୟନ୍ତ ଡାହାଣୀ ଓ ଗୁଣିଆ ସନ୍ଦେହଜନିତ ହତ୍ୟା...

ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ

ବରଗଡ଼ ଅଫିସ୍‌,୧୭।୧: ବରଗଡ଼-ସୋହେଲା ରାସ୍ତା ପଥର୍ଲା ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ସ୍ତ୍ରୀଙ୍କ...

ଯୁବତୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଖଣ୍ଡି ଗ୍ୟାଙ୍ଗର ମୁଖ୍ୟ ସମେତ ୬ ଗଲେ ଜେଲ

ବ୍ରହ୍ମପୁର ଅଫିସ,୧୮ା୮-ବ୍ରହ୍ମପୁର ବଡବଜାର ଥାନା ଲକ୍ଷ୍ମୀନୃସିଂହ ସାହିରେ ୬ ଜଣ ଦୁର୍ବୃତ୍ତ ଆତଙ୍କ ଚଳାଇବା ସହ ବାଲବଚା ଗ୍ୟାଙ୍ଗର ମୁଖ୍ୟ ଲବ ସେଠୀଙ୍କୁ ନ ପାଇ...

ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ପୁରସ୍କୃତ

ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପୂର୍ବ ଜୋନାଲରେ ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ ବିବେଚିତ କରାଯାଇ ପଣ୍ଡିତ ଦୀନଦୟାଲ...

ବିଦ୍ୟୁତ୍‌ ସଂଯୋଗ ନ ଥାଇ ଆସିଲା ବିଲ୍‌

କେନ୍ଦ୍ରାପଡା ଅଫିସ, ୯ା୯- କେନ୍ଦ୍ରାପଡା ବ୍ଲକ ଘିଘିଡିଆ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ସୌଭାଗ୍ୟ ଯୋଜନାରେ ସାମିଲ ହୋଇଛନ୍ତି ।ଅଦ୍ୟାବଧି ଏହି ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ...

Advertisement
Archives

Model This Week