ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିନା କଂକ୍ରିଟ ପିଲରରେ ଥିବା ପୁରୁଣା କୋଠାର କାନ୍ଥ, ଛାତ ଓ ଅନ୍ୟାନ୍ୟ ଅଂଶରେ ଫାଟ ସୃଷ୍ଟି ହୋଇଥିବାବେଳେ ସେଗୁଡ଼ିକରେ କେବଳ ପ୍ଳାଷ୍ଟର କରାଯାଇ ଚୂନ ମରାଯାଇଛି। ଯେକୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ରହିଛି। ବର୍ଷା ଓ ପବନ ସମୟରେ ପିଲାମାନେ ଶ୍ରେଣୀଗୃହରେ ଥିବାବେଳେ ସେମାନଙ୍କ ସୁରକ୍ଷିତ ଫେରିବା ବାଟକୁ ଅଭିଭାବକମାନେ ଚାହିଁ ରହୁଛନ୍ତି ବୋଲି ଅଭିଭାବକ ବୁଲୁ ତ୍ରିପାଠୀ କହିଛନ୍ତି।
ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜିତ ପାଟମାଝୀ କହିଛନ୍ତି, ୯୦ବର୍ଷର ଏହି ବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୦୯ ଜଣ ଛାତ୍ର ଥିଲେ। ଚଳିତବର୍ଷ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨୨ରେ ପହଞ୍ଚତ୍ଛି। ବିଦ୍ୟାଳୟରେ ପିଇବା ପାଣି ଓ ଶୌଚାଳୟର ସୁବିଧା ରହିଛି। ହେଲେ ୯ଟି ଶ୍ରେଣୀଗୃହ ସମ୍ପୂର୍ଣ୍ଣଭାବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୁରୁଣା ଶ୍ରେଣୀଗୃହ ଭାଙ୍ଗି ନୂତନ ଭାବେ ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ ସହ ରୋଷେଇ ଘର, ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ପୂର୍ବରୁ ବିଦ୍ୟାଳୟକୁ କଣ୍ଟିଜେନ୍ସି ବାବଦକୁ ବାର୍ଷିକ ୩ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲା। ପିଏମ୍‌ଶ୍ରୀ ବିଦ୍ୟାଳୟ ଘୋଷଣା ହେବା ପରଠାରୁ ବର୍ଷକୁ ୫ଲକ୍ଷ ଟଙ୍କା ଅନୁଦାନ ଆସୁଛି। ଏହି ଅର୍ଥକୁ ଲାଇବ୍ରେରି, ଇଣ୍ଟରନେଟ, ଡିଜି ବୋର୍ଡ, କମ୍ପ୍ୟୁଟର, ଲାବରେଟୋରି, ସ୍ମାର୍ଟ କ୍ଲାସ୍‌ରୁମ୍‌, ଖେଳପଡ଼ିଆ, ବାର୍ଷିକ ଉତ୍ସବ ଆଦିରେ ଖର୍ଚ୍ଚ କରାଯାଉଛି। କିନ୍ତୁ ନୂତନ ଶ୍ରେଣୀଗୃହ ନିର୍ମାଣ କିମ୍ବା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ଅନୁଦାନ ମିଳୁ ନ ଥିବାରୁ ଶ୍ରେଣୀଗୃହ ନିର୍ମାଣ କରାଯାଇପାରୁ ନାହିଁ ବୋଲି ପ୍ରଧାନଶିକ୍ଷକ ପାଟମାଝୀ କହିଛନ୍ତି। ଉକ୍ତ ବିଦ୍ୟାଳୟରୁ ପାଠ ସାରି ସରକାରୀ ଚାକିରି କରି ପୁରାତନ ଛାତ୍ରମାନେ ଚାକିରିରୁ ଅବସର ନେଲେଣି ଅଥଚ ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକର ଅବସ୍ଥା ସୁଧୁରୁନାହିଁ। ଫଳରେ ଛାତ୍ରଙ୍କ ସୁରକ୍ଷା ନେଇ ଅଭିଭାବକ ଚିନ୍ତାରେ ରହୁଛନ୍ତି। ବିଦ୍ୟାଳୟର ଶ୍ରେଣୀଗୃହ ଭଳି ମୌଳିକ ଭିତ୍ତିଭୂମିର ଉନ୍ନତି ହେଲେ ହିଁ ବିଦ୍ୟାର୍ଥୀଙ୍କୁ ଏକ ସୁରକ୍ଷିତ ଓ ଉନ୍ନତ ଶିକ୍ଷା ପରିବେଶ ମିଳିପାରିବ ବୋଲି ଅଭିଭାବକ ଓ ଅଞ୍ଚଳବାସୀ କହିଛନ୍ତି। ଶିକ୍ଷା ବିଭାଗ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ମୋ ସ୍କୁଲ ଅଭିଯାନ କମିଟି ସଭାପତି ଏନ. ରାଜୁ ରାଓ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁରଙ୍କୁ ପଚାରିବାରୁ ସେ କହିଲେ, ହବାକ୍‌ ଉଚ୍ଚବିଦ୍ୟାଳୟର ବିପଦସଙ୍କୁଳ ପୁରୁଣା ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ବର୍ତ୍ତମାନ କୌଣସି ପଦକ୍ଷେପ ନିଆଯାଇନାହିଁ। ଯେହେତୁ ଏହା ଏକ ବଡ଼ ପ୍ରକଳ୍ପ ତେଣୁ ପୁରୁଣା ଶ୍ରେଣୀଗୃହଗୁଡ଼ିକ ଭାଙ୍ଗି ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସ୍କୁଲ ପ୍ରଧାନ ଶିକ୍ଷକ ଲିଖିତ ଦରଖାସ୍ତ ଦେଲେ ତାହାକୁ ଅନୁମୋଦନ କରି ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବି। ପରେ ସେଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟ ହେବ। ଉକ୍ତ ବିଦ୍ୟାଳୟକୁ କଣ୍ଟିଜେନ୍ସି ବାବଦକୁ ବିଭିନ୍ନ ସମୟରେ ଯେପରି ଅନୁଦାନ ପ୍ରଦାନ କରାଯିବା କଥା ତାହା କରାଯାଉଛି ବୋଲି କହଁର କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?