ମେସେଜ ଆସିଲା, ଧାନ ଉଠିଲା ନାହିଁ

ଖୋର୍ଦ୍ଧା ଅଫିସ/ନିରାକାରପୁର/ବୋଲଗଡ଼, ୧୮ା୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ଘଟୁଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ଦ୍ଧାରିତ ତାରିଖରେ ଧାନ ବିକ୍ରି ଲାଗି ମୋବାଇଲ ଫୋନ୍‌କୁ ମେସେଜ ଆସୁଥିବା ବେଳେ ଉକ୍ତ ତାରିଖରେ ଧାନ କିଣାଯାଉନାହିଁ। ଫଳରେ ଚାଷୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାର ପ୍ରତିବାଦରେ ସୋମବାର ଖୋର୍ଦ୍ଧା ବ୍ଲକ କୁରାଢ଼ମଲ୍ଲ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ତୋଟାପଡ଼ା ସେବା ସମବାୟ ସମିତି(ପାକ୍ସ)ରେ ପଞ୍ଜୀକୃତ ଚାଷୀ ଧାରଣା ଦେଇଥିଲେ। ପୂର୍ବରୁ ଏନେଇ ଚାଷୀ ଜିଲାପାଳ ଏବଂ ଜିଲା ଯୋଗାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ସୋମବାର ଧାନ କିଣାଯିବା ନେଇ କେତେଜଣ ଚାଷୀଙ୍କୁ ମେସେଜ ଆସିଥିଲା। ସେହି ଅନୁସାରେ ଚାଷୀ ଧାନ ଧରି ପହଞ୍ଚିଥିଲେ ମଧ୍ୟ ସମିତି ପକ୍ଷରୁ କିଣାଗଲା ନାହିଁ।
କି, ୧୩୯ଟି ପ୍ରାଥମିକ ସେବା ସମବାୟ ସମିତିରେ ୪୬ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ୧୫ଲକ୍ଷ କୁଇଣ୍ଟାଲ ଧାନ କିଣାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ଟାର୍ଗେଟ ମିଳିଥିବା ଜିଲା ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬ଜଣ ମିଲର୍ସ ପଞ୍ଜୀକୃତ ଅଛନ୍ତି। ପୁଣି ଏଫ୍‌ଏକ୍ୟୁ ମାନର ନ ଥିଲେ ଧାନ ଉଠିପାରିବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି। ଫଳରେ ଧାନର ଗୁଣାତ୍ମକ ମାନ ନ ଥିଲେ ଧାନ କ୍ରୟ କରାଯିବ ନାହିଁ ମିଲର୍ସମାନେ କରିଛନ୍ତି। ତୁରନ୍ତ ମଣ୍ଡି ସ୍ବାଭାବିକ ନ ହେଲେ ଚାଷୀ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବ ବୋଲି ଚେତାବନୀ ଦେଇଛି।
ଏଫ୍‌ଏକ୍ୟୁ ମାନର ନୁହଁ, ଚାଷୀଙ୍କୁ ଫେରାଇଲେ
ଚିଲିକା ଏବଂ ବାଣପୁର ବ୍ଲକରେ ସୋମବାର ଧାନମଣ୍ଡି ଖୋଲିଛି। ତେବେ ଧାନ ଏଫ୍‌ଏକ୍ୟୁ ମାନର ହୋଇ ନ ଥିବାରୁ ମିଲର୍ସ ଧାନ ଉଠାଇ ନ ଥିଲେ। ଏନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନା ମୁତାବକ, ଚିଲିକା ବ୍ଲକର କୁଲେଇ ଏବଂ ବାଣପୁର ବ୍ଲକର ନିମିଖେତା ପାକ୍ସରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଥିଲା। କୁଲେଇ ପାକ୍ସକୁ ପ୍ରଥମ ପର୍ଯ୍ୟାୟରେ ୧୭ଜଣ ଚାଷୀ ଧାନ ଆଣିଥିଲେ। ୫ଜଣଙ୍କ ଧାନ ପରୀକ୍ଷା କରାଯାଇଥିଲା। କାହାରି ଧାନ ଏଫ୍‌ଏକ୍ୟୁ ମାନର ନ ଥିଲା। ଫଳରେ ଚାଷୀଙ୍କୁ ନିରାଶ ହେବାକୁ ପଡିଛି। ସେହିପରି ନିମିଖେତାରେ ୫ଜଣଙ୍କ ମଧ୍ୟରୁ ଜଣେ ଚାଷୀଙ୍କ ଧାନ ଏଫ୍‌ଏକ୍ୟୁ ମାନର ରହିଥିଲା। ଅନ୍ୟ ଚାଷୀ ଫେରିଯାଇଥିଲେ।
ଓଳସିଂହ ସମବାୟ ସମିତି କାର୍ଯ୍ୟାଳୟ ଘେରିଲେ
ମଣ୍ଡି ଖୋଲିବା ଦାବିରେ ସୋମବାର ଚାଷୀମାନେ ଟାଙ୍ଗୀ ବ୍ଲକ୍‌ ଓଳସିଂହ ସେବା ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରିବା ସହ ହୋହଲ୍ଲା କରିଥିଲେ। ପରେ ତୁରନ୍ତ ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଡାକ ଯୋଗେ ଏକ ଅଭିଯୋଗପତ୍ର ପ୍ରେରଣ କରାଯାଇଥିଲା। ଉକ୍ତ ସମିତି ଉପରେ ଓଳସିଂହ ଓ ଛଣଗିରି ପଞ୍ଚାୟତର ଚାଷୀ ନିର୍ଭର କରିଥାନ୍ତି। ଚଳିତବର୍ଷ ୪୦୫ ଚାଷୀ ନାମ ପଞ୍ଜୀକରଣ କରିବା ସହ ପ୍ରାୟ ୧୫ହଜାର କୁଇଣ୍ଟାଲ ଧାନ କ୍ରୟ ହେବାର ସମିତି ପକ୍ଷରୁ ଲକ୍ଷ୍ୟ ରହିଛି। ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମିତି ସମ୍ପାଦକ ରଘୁନାଥ ବସନ୍ତରାୟ କହିଛନ୍ତି, ମଣ୍ଡି କେବେ ଖୋଲିବ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏ ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ ବୋଲି ସେ କହିଛନ୍ତି।
ଚାଷୀଙ୍କ ରାସ୍ତାରୋକୋ
ଜିଲାରେ ଚାଷୀ ଧାନ ସରକାରଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରିବାକୁ ଚାହିଁ ବସିଥିବା ବେଳେ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନାହିଁ। ଏହାର ପ୍ରତିବାଦରେ ସୋମବାର ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସାଲତରା ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନ ଧାରଣା ଦେଇଥିଲେ। ଦୁଇଘଣ୍ଟା ଧରି ଧାରଣା ଦେବା ପରେ ପ୍ରଶାସନ ପକ୍ଷରୁ କୌଣସି କର୍ମଚାରୀ ନ ପହଞ୍ଚିବାରୁ ଉତ୍ତ୍ୟକ୍ତ ହୋଇ ଚାଷୀମାନେ ବାଘମାରୀ-କଣ୍ଟିଲୋ ୪୮ନଂ.ଜାତୀୟ ରାଜପଥରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଯାତାୟାତ କରୁଥିବା ଯାନବାହନ ଅଟକି ରହିଥିଲା। ଅପରାହ୍ନ ୩ଟାରେ ବୋଲଗଡ଼ ତହସିଲଦାର ଓ ଜିଲା ଏଆରସିଏସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

ଦ୍ୱନ୍ଦ୍ୱରେ କଂଗ୍ରେସ, ସୁର ପରିବାର ପଲଟିକ୍ସକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ

ଭୁବନେଶ୍ୱର,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ କାଲିଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri