ମେସେଜ ଆସିଲା, ଧାନ ଉଠିଲା ନାହିଁ

ଖୋର୍ଦ୍ଧା ଅଫିସ/ନିରାକାରପୁର/ବୋଲଗଡ଼, ୧୮ା୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ଘଟୁଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ଦ୍ଧାରିତ ତାରିଖରେ ଧାନ ବିକ୍ରି ଲାଗି ମୋବାଇଲ ଫୋନ୍‌କୁ ମେସେଜ ଆସୁଥିବା ବେଳେ ଉକ୍ତ ତାରିଖରେ ଧାନ କିଣାଯାଉନାହିଁ। ଫଳରେ ଚାଷୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାର ପ୍ରତିବାଦରେ ସୋମବାର ଖୋର୍ଦ୍ଧା ବ୍ଲକ କୁରାଢ଼ମଲ୍ଲ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ତୋଟାପଡ଼ା ସେବା ସମବାୟ ସମିତି(ପାକ୍ସ)ରେ ପଞ୍ଜୀକୃତ ଚାଷୀ ଧାରଣା ଦେଇଥିଲେ। ପୂର୍ବରୁ ଏନେଇ ଚାଷୀ ଜିଲାପାଳ ଏବଂ ଜିଲା ଯୋଗାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ସୋମବାର ଧାନ କିଣାଯିବା ନେଇ କେତେଜଣ ଚାଷୀଙ୍କୁ ମେସେଜ ଆସିଥିଲା। ସେହି ଅନୁସାରେ ଚାଷୀ ଧାନ ଧରି ପହଞ୍ଚିଥିଲେ ମଧ୍ୟ ସମିତି ପକ୍ଷରୁ କିଣାଗଲା ନାହିଁ।
କି, ୧୩୯ଟି ପ୍ରାଥମିକ ସେବା ସମବାୟ ସମିତିରେ ୪୬ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ୧୫ଲକ୍ଷ କୁଇଣ୍ଟାଲ ଧାନ କିଣାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ଟାର୍ଗେଟ ମିଳିଥିବା ଜିଲା ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬ଜଣ ମିଲର୍ସ ପଞ୍ଜୀକୃତ ଅଛନ୍ତି। ପୁଣି ଏଫ୍‌ଏକ୍ୟୁ ମାନର ନ ଥିଲେ ଧାନ ଉଠିପାରିବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି। ଫଳରେ ଧାନର ଗୁଣାତ୍ମକ ମାନ ନ ଥିଲେ ଧାନ କ୍ରୟ କରାଯିବ ନାହିଁ ମିଲର୍ସମାନେ କରିଛନ୍ତି। ତୁରନ୍ତ ମଣ୍ଡି ସ୍ବାଭାବିକ ନ ହେଲେ ଚାଷୀ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବ ବୋଲି ଚେତାବନୀ ଦେଇଛି।
ଏଫ୍‌ଏକ୍ୟୁ ମାନର ନୁହଁ, ଚାଷୀଙ୍କୁ ଫେରାଇଲେ
ଚିଲିକା ଏବଂ ବାଣପୁର ବ୍ଲକରେ ସୋମବାର ଧାନମଣ୍ଡି ଖୋଲିଛି। ତେବେ ଧାନ ଏଫ୍‌ଏକ୍ୟୁ ମାନର ହୋଇ ନ ଥିବାରୁ ମିଲର୍ସ ଧାନ ଉଠାଇ ନ ଥିଲେ। ଏନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନା ମୁତାବକ, ଚିଲିକା ବ୍ଲକର କୁଲେଇ ଏବଂ ବାଣପୁର ବ୍ଲକର ନିମିଖେତା ପାକ୍ସରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଥିଲା। କୁଲେଇ ପାକ୍ସକୁ ପ୍ରଥମ ପର୍ଯ୍ୟାୟରେ ୧୭ଜଣ ଚାଷୀ ଧାନ ଆଣିଥିଲେ। ୫ଜଣଙ୍କ ଧାନ ପରୀକ୍ଷା କରାଯାଇଥିଲା। କାହାରି ଧାନ ଏଫ୍‌ଏକ୍ୟୁ ମାନର ନ ଥିଲା। ଫଳରେ ଚାଷୀଙ୍କୁ ନିରାଶ ହେବାକୁ ପଡିଛି। ସେହିପରି ନିମିଖେତାରେ ୫ଜଣଙ୍କ ମଧ୍ୟରୁ ଜଣେ ଚାଷୀଙ୍କ ଧାନ ଏଫ୍‌ଏକ୍ୟୁ ମାନର ରହିଥିଲା। ଅନ୍ୟ ଚାଷୀ ଫେରିଯାଇଥିଲେ।
ଓଳସିଂହ ସମବାୟ ସମିତି କାର୍ଯ୍ୟାଳୟ ଘେରିଲେ
ମଣ୍ଡି ଖୋଲିବା ଦାବିରେ ସୋମବାର ଚାଷୀମାନେ ଟାଙ୍ଗୀ ବ୍ଲକ୍‌ ଓଳସିଂହ ସେବା ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରିବା ସହ ହୋହଲ୍ଲା କରିଥିଲେ। ପରେ ତୁରନ୍ତ ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଡାକ ଯୋଗେ ଏକ ଅଭିଯୋଗପତ୍ର ପ୍ରେରଣ କରାଯାଇଥିଲା। ଉକ୍ତ ସମିତି ଉପରେ ଓଳସିଂହ ଓ ଛଣଗିରି ପଞ୍ଚାୟତର ଚାଷୀ ନିର୍ଭର କରିଥାନ୍ତି। ଚଳିତବର୍ଷ ୪୦୫ ଚାଷୀ ନାମ ପଞ୍ଜୀକରଣ କରିବା ସହ ପ୍ରାୟ ୧୫ହଜାର କୁଇଣ୍ଟାଲ ଧାନ କ୍ରୟ ହେବାର ସମିତି ପକ୍ଷରୁ ଲକ୍ଷ୍ୟ ରହିଛି। ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମିତି ସମ୍ପାଦକ ରଘୁନାଥ ବସନ୍ତରାୟ କହିଛନ୍ତି, ମଣ୍ଡି କେବେ ଖୋଲିବ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏ ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ ବୋଲି ସେ କହିଛନ୍ତି।
ଚାଷୀଙ୍କ ରାସ୍ତାରୋକୋ
ଜିଲାରେ ଚାଷୀ ଧାନ ସରକାରଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରିବାକୁ ଚାହିଁ ବସିଥିବା ବେଳେ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନାହିଁ। ଏହାର ପ୍ରତିବାଦରେ ସୋମବାର ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସାଲତରା ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନ ଧାରଣା ଦେଇଥିଲେ। ଦୁଇଘଣ୍ଟା ଧରି ଧାରଣା ଦେବା ପରେ ପ୍ରଶାସନ ପକ୍ଷରୁ କୌଣସି କର୍ମଚାରୀ ନ ପହଞ୍ଚିବାରୁ ଉତ୍ତ୍ୟକ୍ତ ହୋଇ ଚାଷୀମାନେ ବାଘମାରୀ-କଣ୍ଟିଲୋ ୪୮ନଂ.ଜାତୀୟ ରାଜପଥରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଯାତାୟାତ କରୁଥିବା ଯାନବାହନ ଅଟକି ରହିଥିଲା। ଅପରାହ୍ନ ୩ଟାରେ ବୋଲଗଡ଼ ତହସିଲଦାର ଓ ଜିଲା ଏଆରସିଏସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?