ନୂଆବର୍ଷରୁ ଅନୁଗୋଳରୁ ଗଡ଼ିବ ମେମୁ ଟ୍ରେନ୍‌

ଅନୁଗୋଳ ଅଫିସ, ୧୮।୧୨ ତାଳଚେର ଷ୍ଟେଶନରୁ ଛାଡ଼ୁଥିବା ଅନୁଗୋଳ-ପୁରୀ ମେମୁ ଟ୍ରେନ୍‌ ଅନୁଗୋଳ ଠାରୁ ଚଳାଚଳ କରିବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ସହିତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ସ୍ବାଭାବିକ ଚଳାଚଳ କରାଇବା ଆଦି ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଅନୁଗୋଳ ଜିଲା କମିଟି ପକ୍ଷରୁ ଶୁକ୍ରବାର ଅନୁଗୋଳ ରେଳ ଷ୍ଟେଶନଠାରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯାଇଥିଲା। ଖବରପାଇ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆସନ୍ତା ଜାନୁୟାରୀ ୧ ତାରିଖରୁ ମେମୁ ଟ୍ରେନ୍‌ ଅନୁଗୋଳ ଷ୍ଟେଶନରୁ ପୁରୀ ଅଭିମୁଖେ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଆନ୍ଦୋଳନକାରୀମାନେ ଶିକ୍ଷକପଡାସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ଷ୍ଟେଶନରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ ସୁରକ୍ଷା ବଳ ଓ ପୋଲିସ ଆନ୍ଦୋଳନକାରୀମାନଙ୍କୁ ଅଟକାଇଥିଲେ। ପରେ ଅତିରିକ୍ତ ଡିଆର୍‌ଏମ୍‌ ପହଞ୍ଚି ଆଲୋଚନା କରିଥିଲେ। ୨୦୨୨ ଜାନୁୟାରୀ ୧ରୁ ମେମୁ ଟ୍ରେନ୍‌ ସପ୍ତାହକୁ ୩ ଦିନ ଦୁଇ ସପ୍ତାହ ଚାଲିବା ପରେ ଦୈନିକ ଅନୁଗୋଳ ଷ୍ଟେଶନରୁ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ। ଏଥିସହ ଅନ୍ୟ ଦାବି ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏସ୍‌ୟୁସିଆଇ ଜିଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ରଣଜିତ ପ୍ରଧାନ, ମାନସୀ ସ୍ବାଇଁ, ମନ୍ଦୋଦରୀ ରାଉଳ, ସରୋଜିନୀ ନାୟକ, କୈଳାସ ସାହୁ, ଟୁନା ନାଏକ, ପରମାନନ୍ଦ ସାହୁ, ଜିଲା ଜନଜୀବନ ସୁରକ୍ଷା କମିଟି ଅନ୍ୟତମ ଆବାହକ ଅଭିମନ୍ୟୁ ସ୍ବାଇଁ, ରମେଶ ସାହୁ, ଦାମୋଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତି ବିଭାଗ ଖର୍ଚ୍ଚଦାବି ଆଲୋଚନା : ରାଜଧାନୀରେ ଅପଚୟ, ଦୁର୍ଗମ ଅଞ୍ଚଳରେ ମିଳୁନି

ଭୁବନେଶ୍ୱର,୩୧।୭(ବ୍ୟୁରୋ) ରାଜ୍ୟର ବହୁ ପାହାଡ଼ିଆ ଅଞ୍ଚଳରେ ବିଦ୍ୟୁତ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ହେଲେ ରାଜଧାନୀର ସଚିବାଳୟରେ ଶକ୍ତି ଅପଚୟ ହେଉଥିବା ବିରୋଧୀ ଦଳ ମୁଖ୍ୟ...

ସୁବ୍ରମଣ୍ୟମଙ୍କ ଦାୟିତ୍ୱ ନେଲା ଜିଲା ପ୍ରଶାସନ

ବାରିପଦା ଅଫିସ,୩।୭: ମୟୂରଭଞ୍ଜ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ସାହାଯ୍ୟ ପାଇବା ଆଶାରେ ଯାଇଥିବା ଦିବ୍ୟାଙ୍ଗ ସୁବ୍ରମଣ୍ୟମ ପାତ୍ରଙ୍କୁ ବାହାର ଜିଲାର ଲୋକ କହି ସୋମବାର...

୩୧ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ରାଜ୍ୟରେ ଖାଲି ପଡିଥିବା ଇଞ୍ଜିନିୟରିଂ ସିଟ୍‌ରେ ନାମଲେଖା ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓଡ଼ିଶା ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଆସୋସିଏଶନ...

ଭାଙ୍ଗିଲା ବହୁବର୍ଷର ପରମ୍ପରା: ଏଥର ହେବନି ବରଗଡ଼ ଧନୁଯାତ୍ରା

ବରଗଡ଼ ଅଫିସ,୧୩।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୮ତାରିଖରୁ...

ତୈଳ ସନ୍ଧାନରେ ଫୁଟୁଛି ଡିନାମାଇଟ୍‌, ଫାଟିଲା ଘର

ଗୋପ,୧୧।୧(ଡି.ଏନ୍‌.ଏ.): ପୁରୀ ଜିଲାର ଗୋପ, କୋଣାର୍କ ଅଞ୍ଚଳରେ ତୈଳ ସନ୍ଧାନ ଚାଲୁଥିବାବେଳ ମାଟି ତଳେ ଡିନାମାଇଟ ଫୁଟୁଛି। ଗାଁ ନିକଟରେ ଡିନାମାଇଟ ଫୁଟୁଥିବାରୁ ଗ୍ରାମବାସୀ ଆତଙ୍କିତ...

ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଇବା ଦାବିରେ ରେଲ୍‌ରୋକୋ

ଭଦ୍ରକ ଅଫିସ,୭।୩: ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଇବା ଦାବିରେ ମଙ୍ଗଳବାର ପୂର୍ବତନ ବିଧାୟକ ନରେନ ପଲେଇ ଓ ତାଙ୍କ ସମର୍ଥକ ଭଦ୍ରକଠାରେ ରେଳରୋକୋ କରିଛନ୍ତି l...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୬କୁ ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୪୩ କରୋନା ଆକ୍ରାନ୍ତ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି...

ନାରାୟଣପାଟଣାରୁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ପୁଅ ରବିନାଚିକା

କୋରାପୁଟ,୨୦।୧(ସ୍ବ.ପ୍ର.)  ନାମାଙ୍କନପତ୍ର ଦାଖଲର ତୃତୀୟ ଦିନରେ କୋରାପୁଟ ଜିଲାରେ ମୋଟ ୧୫୪୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଜଣ...

Advertisement
Archives

Model This Week