ମୁହଁରୁ ଖସାଇଲେଣି ମାସ୍କ

ଅନୁଗୋଳ ଅଫିସ, ୫ା୯: ଦୁଇ ମାସ ହେଲା ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତଳମୁହଁା ରହିଛି। ପୂର୍ବ ସ୍ଥିତିରେ ଯଥେଷ୍ଟ ସୁଧାର ଆସିଥିବାରୁ କୋଭିଡ୍‌ କଟକଣାକୁ କୋହଳ କରାଯାଇଛି। ବନ୍ଦ ପଡ଼ିଥିବା ମଲ୍‌ ଠାରୁ ମନ୍ଦିର ଯାଏ ସବୁକିଛି ଖୋଲି ଦିଆଯାଇଛି। ଆଗକୁ ପାର୍ବଣ ଆସୁଥିବାରୁ ବଜାରରେ ଗହଳି ଜମିବାରେ ଲାଗିଛି। ହେଲେ ଏହା ଭିତରେ କୋଭିଡ୍‌ କଟକଣାକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି। ପ୍ରଶାସନର ଢିଲା ପଣ ଯୋଗୁ ଲୋକେ ଏମିତି ଅମାନିଆ ହେଲେଣି ଯେ, ଅଧିକାଂଶଙ୍କ ମୁହଁରେ ଆଉ ମାସ୍କ ରହୁନାହିଁ। ଜନଗହଳି ସ୍ଥାନରେ ସାମାଜିକ ଦୂରତ୍ୱ ରଖାଯାଉ ନାହିଁ। ପୂର୍ବପରି ଜୋରଦାର ଯାଞ୍ଚ, ଚଢ଼ାଉ ହେଉ ନ ଥିବାରୁ ଜିଲାବାସୀ କୋଭିଡ୍‌ ନିୟମ ପାଳନଠାରୁ ଦୂରେଇ ଗଲେଣି। ଶୀଘ୍ର ତ୍ରୁଟି ସୁଧାରି ନ ନେଲେ ଜିଲାରେ ସଂକ୍ରମଣ ପୁଣି ଉପରକୁ ଉଠିପାରେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କାବ୍ୟକ୍ତ କଲେଣି।
ମହାମାରୀ କରୋନାର ପ୍ରଥମ ଲହରରେ ଅନୁଗୋଳ ଜିଲାରେ ୧୧ ହଜାର ୮୯୭ ଲୋକ ସଂକ୍ରମିତ ହୋଇଥିଲେ। ମୃତକଙ୍କ ସଂଖ୍ୟା ୩୮ ଥିଲା। କିନ୍ତୁ ଦ୍ୱିତୀୟ ଲହର ଭୟଙ୍କର ସାବ୍ୟସ୍ତ ହୋଇଥିଲା। ଦୈନିକ ସଂକ୍ରମଣ ବଢ଼ି ଚାଲିଥିବାବେଳେ ସହର ନିକଟ କରଡ଼ାଗାଡ଼ିଆ ଶଶ୍ମାନରେ ଜୁଇ ଲିଭୁ ନ ଥିଲା। ୨୦୨୧ ମେ ୧୬ ତାରିଖରେ ଜିଲାରେ ସର୍ବାଧିକ ୮୬୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏବେ ଜିଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହୁଥିଲେ ମଧ୍ୟ ଇତିମଧ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟ ୪୪ ହଜାର ୧୧୯ରେ ପହଞ୍ଚତ୍ ସାରିଛି। ସେହିପରି ମୃତକଙ୍କ ସଂଖ୍ୟା ୩୭୫ ହୋଇଛି। ଅର୍ଥାତ୍‌ ଦ୍ୱିତୀୟ ଲହରରେ ୩୨ ହଜାର ୨୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୩୩୨ ଜଣ ପ୍ରାଣ ହରାଇଛନ୍ତି। କିନ୍ତୁ ଏସବୁ ପରେ ମଧ୍ୟ ଜିଲାବାସୀ ସତର୍କ ଓ ସଚେତନ ରହୁ ନ ଥିବା ଦେଖାଯାଉଛି। କାରଣ କୋଭଡ୍‌ କଟକଣାକୁ ସେମାନେ କେଉଁଠାରେ ବି କଡ଼ାକଡ଼ି ପାଳନ କରୁନାହାନ୍ତି। ବିଶେଷକରି ଜନଗହଳି ସ୍ଥାନଗୁଡ଼ିକରେ ସଂକ୍ରମଣର ଭୟ ଅଧିକ ରହୁଥିବାରୁ ଏଠାରେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପରିଧାନ ଅତ୍ୟନ୍ତ ଜରୁରୀ। ହେଲେ ଏହି ନିୟମ ପ୍ରତି ସେମାନେ ଆବଶ୍ୟକ ଧ୍ୟାନ ଦେଉ ନ ଥିବା ଦେଖାଯାଉଛି। ଅନଲକ୍‌ ପ୍ରକ୍ରିୟା ଆରମ୍ଭ ପରଠାରୁ ପ୍ରଶାସନ ଓ ପୋଲିସ କୌଣସି ସ୍ଥାନରେ ମାସ୍କ ଯାଞ୍ଚ କରୁନାହିଁ କି ଜରିମାନା ଆଦାୟକୁ କଡ଼ାକଡ଼ି କରୁନାହିଁ। ‘ଟିମ୍‌ ଅନୁଗୋଳ’ ପକ୍ଷରୁ ଗଢ଼ାଯାଇଥିବା ମାଳ ମାଳ ସ୍କ୍ବାଡ୍‌ ମଧ୍ୟ ଅଚଳ ପ୍ରାୟ ହୋଇଯାଇଛି। ଏହା ହିଁ ଜିଲା ପ୍ରତି ତୃତୀୟ ଲହର ଆଶଙ୍କା ବଢ଼ାଉଥିବା ସାଧାରଣରେ ଅଭିଯୋଗ ହେଉଛି।

୧୮ ପଜିଟିଭ୍‌ ଚିହ୍ନଟ
ଅନୁଗୋଳ ଜିଲାରୁ ଶନିବାର ୧୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୪ ହଜାର ୧୧୯ରେ ପହଞ୍ଚିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ନୂଆ ଆକ୍ରନ୍ତଙ୍କ ମଧ୍ୟରେ କିଶୋରନଗର ବ୍ଲକରୁ ୫ ଜଣ, ତାଳଚେର ବ୍ଲକରୁ ୪, ବଅଁରପାଳ ବ୍ଲକରୁ ୪, ଅନୁଗୋଳ ପୌରାଞ୍ଚଳରୁ ୩ ଓ ଛେଣ୍ଡିପଦା ବ୍ଲକରୁ ୨ ଜଣ ରହିଛନ୍ତି। ଅନ୍ୟପକ୍ଷରେ ଦିନକରେ ଜିଲାରୁ ୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ପୁଣି ଚଢ଼ାଉ ଆରମ୍ଭ ହେବ
କରୋନାରୁ ସୁରକ୍ଷିତ ରହିବାର ଉପାୟ ନିଜ ହାତରେ ରହିଛି। ଲୋକମାନେ କଟକଣା ନ ମାନିଲେ ସମସ୍ତେ ଅସୁବିଧାରେ ପଡ଼ିବେ। ଯେପର୍ଯ୍ୟନ୍ତ ସମସ୍ତେ ଟିକା ନେଇନାହାନ୍ତି ଓ ଟିକାର ପ୍ରଭାବ କିଭଳି ରହିଛି, ତାହା ଅନୁଧ୍ୟାନ ସରିନାହିଁ, ସେ ପର୍ଯ୍ୟନ୍ତ କଟକଣା ମାନିବାକୁ ପଡ଼ିବ। କିନ୍ତୁ ଲୋକମାନେ ଅମାନିଆ ହେଉଥିବାରୁ ଯାଞ୍ଚ, ଚଢ଼ାଉ କଡ଼ାକଡ଼ି କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
କଟକଣା ନ ମାନିଲେ ସ୍ଥିତି ସାଂଘାତିକ
ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଭଲ ଭାବେ ହାତ ସାନିଟାଇଜ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଅନେକ ଲୋକ ଏହାକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି। କଟକଣା ନ ମାନିଲେ ଆଗାମୀ ଦିନରେ ଜିଲାରେ ସାଂଘାତିକ ସ୍ଥିତି ସୃଷ୍ଟିହେବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ
ବ୍ୟବସାୟୀମାନେ ଢିଲା ମାରନ୍ତୁନି
କରୋନା କଟକଣା ପାଳନରେ ସାମାନ୍ୟ ଅବହେଳା ଜିଲା ପାଇଁ ପୁଣି ବିପଦ ଡାକି ଆଣିବ। ଲକ୍‌ଡାଉନ୍‌, ଶର୍ଟଡାଉନ୍‌ ଫେରିବ। ଏହାଦ୍ୱାରା ବ୍ୟବସାୟୀମାନଙ୍କ ସହ ସାଧାରଣ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବ। ତେଣୁ ବ୍ୟବସାୟୀମାନେ ନିଜେ ସଚେତନ ରହିବା ସହ ଗ୍ରାହକଙ୍କୁ ନିୟମ ପାଳନ ପାଇଁ ସର୍ବଦା ଚେତାଇ ଦିଅନ୍ତୁ।
-ନୀଳାଞ୍ଚଳ ପ୍ରଧାନ, ସମ୍ପାଦକ, ଅନୁଗୋଳ ଜିଲା ବଣିକ ସଂଘ
ନିଜ ସହ ଅନ୍ୟଙ୍କୁ ବିପଦରେ ପକାଇବେ
ପ୍ରଶାସନ ଓ ପୋଲିସ ପକ୍ଷରୁ ପୂର୍ବଭଳି ଯାଞ୍ଚ କରାଯାଉ ନାହିଁ। ଫଳରେ ଲୋକମାନେ କରୋନା କଟକଣା ପାଳନ ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଖୁବ୍‌ଶୀଘ୍ର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଥିବାରୁ ଜିଲାବାସୀ ସତର୍କ ନ ରହିଲେ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇବେ।
-ସୋମନାଥ ରାଉତ, ସମ୍ପାଦକ, ଅନୁଗୋଳ ଜିଲା ଓକିଲ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri