ମୁଖ୍ୟ ସମସ୍ୟା ମାଟି

ଅନୁଗୋଳ ଅଫିସ, ୨୭।୮: ପାଖେଇ ଆସିଲାଣି ପାର୍ବଣ। ଜୋର୍‌ ଧରିଲାଣି ମୂର୍ତ୍ତି ଗଢ଼ା। ଦିନରାତି କାର୍ଯ୍ୟରେ ଲାଗିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର କାରିଗର। ହେଲେ ମୁଖ୍ୟ ସମସ୍ୟା କରୁଛି ମାଟି। ନିଖୁଣ କାରିଗରି ପାଇଁ ଭଲ ମାଟି ଜରୁରୀ ହୋଇଥିଲେ ବି ଏହା ମିଳୁନି ଅନୁଗୋଳରେ। ନଡ଼ା ବି ଅମୂଲ ମୂଲ। ଏହାକୁ ନେଇ ଚିନ୍ତିତ ଅନେକ କାରିଗର କୋଲକାତାର ଗଙ୍ଗାନଦୀ କୂଳରୁ ବସ୍‌ ଯୋଗେ ବସ୍ତା ବସ୍ତା ମାଟି ଆଣୁଛନ୍ତି। ବିଶେଷକରି ମୂର୍ତ୍ତି ଦୋମାଟିଆ ବେଳେ ଏହାକୁ ବ୍ୟବହାର କରାଯାଉଥିବା କାରଗିରମାନେ କହିଛନ୍ତି।
ଆସନ୍ତା ୩୧ ତାରିଖରେ ଧରାବତରଣ କରିବେ ବିଘ୍ନ ବିନାଶନ। କରୋନା ପ୍ରଭାବ ସେପରି ନ ଥିବାରୁ ଦୀର୍ଘ ୨ ବର୍ଷ ପରେ ଧୁମ୍‌ଧାମରେ ପାଳନ ହେବ ଏହି ପୂଜା। ଏଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସହରର ବିଭିନ୍ନ ସାହି, କ୍ଲବ ଆଦିରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଚାରିଆଡ଼େ ଯେପରି ଉତ୍ସବର ମାହୋଲ। ଭଳିକି ଭଳି ମୂର୍ତ୍ତି ପାଇଁ ଦିଆଯାଇଛି ବରାଦ। ହାତରେ ଆଉ ଅଧିକ ଦିନ ନ ଥିବାରୁ ଅର୍ଡର ଅନୁଯାୟୀ କାର୍ଯ୍ୟରେ ଲାଗିପଡ଼ିଛନ୍ତି ଅନୁଗୋଳ ଓ ତାଳଚେରର ମୂର୍ତ୍ତି କାରିଗରମାନେ। ସେମାନଙ୍କ କହିବା ଅନୁଯାୟୀ, ତାଳଚେରରେ ଅକ୍ଷୟ ତୃତୀୟାଠାରୁ ଓ ଅନୁଗୋଳରେ ରଥଯାତ୍ରା ପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଗଣେଶ ପୂଜା ତାଳରେର ଗଣପର୍ବ ହୋଇଥିବାରୁ ଏଠାରେ ବଡ଼ ବଡ଼ ମୂର୍ତ୍ତି ପାଇଁ ବେଶି ବରାଦ ମିଳିଥାଏ। ସେଥିପାଇଁ ୧୫ ଫୁଟିଆ ମୂର୍ତ୍ତି ନିର୍ମାଣ କରାଯାଇଥାଏ। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଲକ୍ଷ୍ୟରେ ରଖି ଦେଢ଼ ଫୁଟର ମୂର୍ତ୍ତି କାରିଗରମାନେ ନିର୍ମାଣ କରିଥାନ୍ତି। ସାଧାରଣତଃ ୨ ଶହରୁ ୧୦ ହଜାର ଟଙ୍କା ଯାଏ ଏହାର ମୂଲ୍ୟ ରଖାଯାଇଥାଏ। ତାଳଚେରରେ ୫୦ରୁ ଅଧିକ ମାଟି ଶିଳ୍ପୀ କାର୍ଯ୍ୟରେ ଲାଗିଥିବା ବେଳେ ଅନୁଗୋଳ ଦଶହରା ପଡ଼ିଆଠାରେ ମୂର୍ତ୍ତି କାରିଗରମାନେ ଦିନରାତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ବହୁ ବଙ୍ଗୀୟ କାରିଗର ଅଛନ୍ତି। କେବଳ ଗଣେଶ ପୂଜାରେ ସହରରେ ଦେଢ଼ହଜାର ମୂର୍ତ୍ତି ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ହାତରେ ଆଉ ମାତ୍ର ୪ ଦିନ ଥିବାରୁ ରାତି କେତେବେଳେ ପାହିଯାଉଛି ତାହା ସେମାନେ ଜାଣିପାରୁ ନାହାନ୍ତି। ହେଲେ ବର୍ଷ ବର୍ଷ ଧରି ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଗଢ଼ୁଥିବା ଏହି କାରିଗରମାନେ ମାଟିକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି। ଭଲ ମାଟିର ଅଭାବ ଦେଖାଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଧରପଗଡ଼ କରାଯାଉଛି। ବିଶେଷକରି ମୂର୍ତ୍ତିରେ ଚୂଡ଼ାନ୍ତ ସ୍ପର୍ଶ ଦେବା ପୂର୍ବରୁ ଦୋମାଟିଆ କରିବାକୁ ସେମାନେ ପୂର୍ବଭଳି ମାଟି ପାଉନାହାନ୍ତି। ତେଣୁ ଗଙ୍ଗାନଦୀ କୂଳରୁ ମାଟି ଆଣି କାମ ଚଳାଉଥିବା ମେଦିନପୁରର କାରିଗରମାନେ କହିଛନ୍ତି। ସେହିପରି ଆବଶ୍ୟକ ଅନୁଯାୟୀ ନଡ଼ା ମଧ୍ୟ ମିଳୁନାହିଁ। ଫଳରେ ଛେଣ୍ଡିପଦା ଅଞ୍ଚଳକୁ ଯାଇ ନଡ଼ା ବିଡ଼ା ପିଛା ୭ରୁ ୧୦ ଟଙ୍କାରେ କିଣିବାକୁ ପଡ଼ୁଛି। ଚଳିତବର୍ଷର ଲଗାଣ ବର୍ଷା ପାଇଁ ମଧ୍ୟ ମୂର୍ତ୍ତି ଗଢ଼ା କାମ ସାମାନ୍ୟ ମାନ୍ଦା ପଡ଼ିଯାଇଛି। ତଥାପି ପୂଜାକୁ ନେଇ ଅନୁଗୋଳ ଓ ତାଳଚେରର ଯୁବପିଢ଼ୀଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦେଖି ନିର୍ଦ୍ଧାରିତ ସମୟ ପୂର୍ବରୁ ମୂର୍ତ୍ତି କାର୍ଯ୍ୟ ଶେଷ କରାଯିବ ବୋଲି କାରିଗରମାନେ ପ୍ରକାଶ କରିଛନ୍ତି।

 

ଲୋକଙ୍କ ନିକଟରୁ ପ୍ରଶଂସା ମିଳୁଛି
୨୨ ବର୍ଷ ହେବ ମୂର୍ତ୍ତି ନିର୍ମାଣ କରୁଛି। ପୂର୍ବପେକ୍ଷା ଅଧିକ କାରଗିର କାର୍ଯ୍ୟରେ ଲାଗିଛନ୍ତି। ଯୁବପିଢ଼ି ମଧ୍ୟ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଭଲ ମୂର୍ତ୍ତି ପାଇଁ ଲୋକଙ୍କଠାରୁ ଅନେକ ପ୍ରଶଂସା ମିଳୁଛି। ହେଲେ ମାଟି ଓ ନଡ଼ା ସମସ୍ୟା ଯୋଗୁ ଏ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
-ମୁନା ମହାପାତ୍ର, କାରିଗର, ତାଳଚେର
ସରଞ୍ଜାମ ଦରବୃଦ୍ଧି ବାଧୁଛି
ପଶ୍ଚିମବଙ୍ଗ ମେଦିନପୁରରୁ ଆସି ଦୀର୍ଘ ୧୨ ହେଲା ଅନୁଗୋଳ ଦଶହରା ପଡ଼ିଆରେ ମୂର୍ତ୍ତି ନିର୍ମାଣ କରୁଛି। ଚଳିତବର୍ଷ ଭଲ ବ୍ୟବସାୟ ଆଶା ରହିଥିଲେ ମଧ୍ୟ ଲଗାଣ ବର୍ଷା ବାଧକ ସାଜୁଛି। ତେବେ ମାଟି, ନଡ଼ାଠାରୁ ଆରମ୍ଭ କରି ମୂର୍ତ୍ତି ପାଇଁ ଆବଶ୍ୟକ ସରଞ୍ଜାମର ଦର ବୃଦ୍ଧି କାରିଗରଙ୍କୁ ବାଧୁଛି।
-ମିଲନ କୁମାର ବର୍ମାନ, କାରିଗର, ମେଦିନପୁର
ନୂଆ ନୂଆ କାମ ଆତ୍ମସନ୍ତୋଷ ଦେଉଛି
୪ ବର୍ଷ ହେବ ମୂର୍ତ୍ତି କାମ କରୁଛି। ମାଟି ଚକଟିବା ଠାରୁ ଆରମ୍ଭ କରିଥିବା ଶେଷ ସ୍ପର୍ଶ ଦେବା ଯାଏ ସବୁ କାର୍ଯ୍ୟ ଶିଖି ସାରିଛି। ସାଧାନା ରହିଲେ ଯେ କୌଣସି କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହେବ ନାହିଁ। ନୂଆ ନୂଆ କାମ କରୁଥିବାରୁ ଆତ୍ମସନ୍ତୋଷ ମିଳୁଛି।
-କାର୍ତ୍ତିକ, କାରିଗର, ଅନୁଗୋଳ
ଗ୍ରାହକଙ୍କ ମନକୁ ପାଇଲେ କଷ୍ଟ ଦୂର ହୋଇଯିବ
ମୂର୍ତ୍ତିଗୁଡ଼ିକରେ ଶେଷ ସ୍ପର୍ଶ ଦିଆଯିବା ଆରମ୍ଭ ହୋଇଛି। ୧୦ ବର୍ଷ ହେବ କାମ କରୁଥିବାରୁ ଆଉ କାରିଗରୀରେ ସମସ୍ୟା ହେଉନାହିଁ। ତେବେ ଲୋକଙ୍କ ଚାହିଦାକୁ ନଜରରେ ରଖି ଭିନ୍ନ ତଥା ଫିନିସିଂ ଦେବାକୁ ପଡ଼ୁଛି। ଏହା ଗ୍ରାହକଙ୍କ ମନକୁ ପାଇଲେ ସବୁ କଷ୍ଟ ଦୂର ହୋଇଯିବ।
-ସୁରେନ୍ଦ୍ର ମହାପାତ୍ର, ରଙ୍ଗ କାରିଗର, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri