ମୁଖ୍ୟ ସମସ୍ୟା ମାଟି

ଅନୁଗୋଳ ଅଫିସ, ୨୭।୮: ପାଖେଇ ଆସିଲାଣି ପାର୍ବଣ। ଜୋର୍‌ ଧରିଲାଣି ମୂର୍ତ୍ତି ଗଢ଼ା। ଦିନରାତି କାର୍ଯ୍ୟରେ ଲାଗିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର କାରିଗର। ହେଲେ ମୁଖ୍ୟ ସମସ୍ୟା କରୁଛି ମାଟି। ନିଖୁଣ କାରିଗରି ପାଇଁ ଭଲ ମାଟି ଜରୁରୀ ହୋଇଥିଲେ ବି ଏହା ମିଳୁନି ଅନୁଗୋଳରେ। ନଡ଼ା ବି ଅମୂଲ ମୂଲ। ଏହାକୁ ନେଇ ଚିନ୍ତିତ ଅନେକ କାରିଗର କୋଲକାତାର ଗଙ୍ଗାନଦୀ କୂଳରୁ ବସ୍‌ ଯୋଗେ ବସ୍ତା ବସ୍ତା ମାଟି ଆଣୁଛନ୍ତି। ବିଶେଷକରି ମୂର୍ତ୍ତି ଦୋମାଟିଆ ବେଳେ ଏହାକୁ ବ୍ୟବହାର କରାଯାଉଥିବା କାରଗିରମାନେ କହିଛନ୍ତି।
ଆସନ୍ତା ୩୧ ତାରିଖରେ ଧରାବତରଣ କରିବେ ବିଘ୍ନ ବିନାଶନ। କରୋନା ପ୍ରଭାବ ସେପରି ନ ଥିବାରୁ ଦୀର୍ଘ ୨ ବର୍ଷ ପରେ ଧୁମ୍‌ଧାମରେ ପାଳନ ହେବ ଏହି ପୂଜା। ଏଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସହରର ବିଭିନ୍ନ ସାହି, କ୍ଲବ ଆଦିରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଚାରିଆଡ଼େ ଯେପରି ଉତ୍ସବର ମାହୋଲ। ଭଳିକି ଭଳି ମୂର୍ତ୍ତି ପାଇଁ ଦିଆଯାଇଛି ବରାଦ। ହାତରେ ଆଉ ଅଧିକ ଦିନ ନ ଥିବାରୁ ଅର୍ଡର ଅନୁଯାୟୀ କାର୍ଯ୍ୟରେ ଲାଗିପଡ଼ିଛନ୍ତି ଅନୁଗୋଳ ଓ ତାଳଚେରର ମୂର୍ତ୍ତି କାରିଗରମାନେ। ସେମାନଙ୍କ କହିବା ଅନୁଯାୟୀ, ତାଳଚେରରେ ଅକ୍ଷୟ ତୃତୀୟାଠାରୁ ଓ ଅନୁଗୋଳରେ ରଥଯାତ୍ରା ପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଗଣେଶ ପୂଜା ତାଳରେର ଗଣପର୍ବ ହୋଇଥିବାରୁ ଏଠାରେ ବଡ଼ ବଡ଼ ମୂର୍ତ୍ତି ପାଇଁ ବେଶି ବରାଦ ମିଳିଥାଏ। ସେଥିପାଇଁ ୧୫ ଫୁଟିଆ ମୂର୍ତ୍ତି ନିର୍ମାଣ କରାଯାଇଥାଏ। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଲକ୍ଷ୍ୟରେ ରଖି ଦେଢ଼ ଫୁଟର ମୂର୍ତ୍ତି କାରିଗରମାନେ ନିର୍ମାଣ କରିଥାନ୍ତି। ସାଧାରଣତଃ ୨ ଶହରୁ ୧୦ ହଜାର ଟଙ୍କା ଯାଏ ଏହାର ମୂଲ୍ୟ ରଖାଯାଇଥାଏ। ତାଳଚେରରେ ୫୦ରୁ ଅଧିକ ମାଟି ଶିଳ୍ପୀ କାର୍ଯ୍ୟରେ ଲାଗିଥିବା ବେଳେ ଅନୁଗୋଳ ଦଶହରା ପଡ଼ିଆଠାରେ ମୂର୍ତ୍ତି କାରିଗରମାନେ ଦିନରାତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ବହୁ ବଙ୍ଗୀୟ କାରିଗର ଅଛନ୍ତି। କେବଳ ଗଣେଶ ପୂଜାରେ ସହରରେ ଦେଢ଼ହଜାର ମୂର୍ତ୍ତି ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ହାତରେ ଆଉ ମାତ୍ର ୪ ଦିନ ଥିବାରୁ ରାତି କେତେବେଳେ ପାହିଯାଉଛି ତାହା ସେମାନେ ଜାଣିପାରୁ ନାହାନ୍ତି। ହେଲେ ବର୍ଷ ବର୍ଷ ଧରି ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଗଢ଼ୁଥିବା ଏହି କାରିଗରମାନେ ମାଟିକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି। ଭଲ ମାଟିର ଅଭାବ ଦେଖାଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଧରପଗଡ଼ କରାଯାଉଛି। ବିଶେଷକରି ମୂର୍ତ୍ତିରେ ଚୂଡ଼ାନ୍ତ ସ୍ପର୍ଶ ଦେବା ପୂର୍ବରୁ ଦୋମାଟିଆ କରିବାକୁ ସେମାନେ ପୂର୍ବଭଳି ମାଟି ପାଉନାହାନ୍ତି। ତେଣୁ ଗଙ୍ଗାନଦୀ କୂଳରୁ ମାଟି ଆଣି କାମ ଚଳାଉଥିବା ମେଦିନପୁରର କାରିଗରମାନେ କହିଛନ୍ତି। ସେହିପରି ଆବଶ୍ୟକ ଅନୁଯାୟୀ ନଡ଼ା ମଧ୍ୟ ମିଳୁନାହିଁ। ଫଳରେ ଛେଣ୍ଡିପଦା ଅଞ୍ଚଳକୁ ଯାଇ ନଡ଼ା ବିଡ଼ା ପିଛା ୭ରୁ ୧୦ ଟଙ୍କାରେ କିଣିବାକୁ ପଡ଼ୁଛି। ଚଳିତବର୍ଷର ଲଗାଣ ବର୍ଷା ପାଇଁ ମଧ୍ୟ ମୂର୍ତ୍ତି ଗଢ଼ା କାମ ସାମାନ୍ୟ ମାନ୍ଦା ପଡ଼ିଯାଇଛି। ତଥାପି ପୂଜାକୁ ନେଇ ଅନୁଗୋଳ ଓ ତାଳଚେରର ଯୁବପିଢ଼ୀଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦେଖି ନିର୍ଦ୍ଧାରିତ ସମୟ ପୂର୍ବରୁ ମୂର୍ତ୍ତି କାର୍ଯ୍ୟ ଶେଷ କରାଯିବ ବୋଲି କାରିଗରମାନେ ପ୍ରକାଶ କରିଛନ୍ତି।

 

ଲୋକଙ୍କ ନିକଟରୁ ପ୍ରଶଂସା ମିଳୁଛି
୨୨ ବର୍ଷ ହେବ ମୂର୍ତ୍ତି ନିର୍ମାଣ କରୁଛି। ପୂର୍ବପେକ୍ଷା ଅଧିକ କାରଗିର କାର୍ଯ୍ୟରେ ଲାଗିଛନ୍ତି। ଯୁବପିଢ଼ି ମଧ୍ୟ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଭଲ ମୂର୍ତ୍ତି ପାଇଁ ଲୋକଙ୍କଠାରୁ ଅନେକ ପ୍ରଶଂସା ମିଳୁଛି। ହେଲେ ମାଟି ଓ ନଡ଼ା ସମସ୍ୟା ଯୋଗୁ ଏ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
-ମୁନା ମହାପାତ୍ର, କାରିଗର, ତାଳଚେର
ସରଞ୍ଜାମ ଦରବୃଦ୍ଧି ବାଧୁଛି
ପଶ୍ଚିମବଙ୍ଗ ମେଦିନପୁରରୁ ଆସି ଦୀର୍ଘ ୧୨ ହେଲା ଅନୁଗୋଳ ଦଶହରା ପଡ଼ିଆରେ ମୂର୍ତ୍ତି ନିର୍ମାଣ କରୁଛି। ଚଳିତବର୍ଷ ଭଲ ବ୍ୟବସାୟ ଆଶା ରହିଥିଲେ ମଧ୍ୟ ଲଗାଣ ବର୍ଷା ବାଧକ ସାଜୁଛି। ତେବେ ମାଟି, ନଡ଼ାଠାରୁ ଆରମ୍ଭ କରି ମୂର୍ତ୍ତି ପାଇଁ ଆବଶ୍ୟକ ସରଞ୍ଜାମର ଦର ବୃଦ୍ଧି କାରିଗରଙ୍କୁ ବାଧୁଛି।
-ମିଲନ କୁମାର ବର୍ମାନ, କାରିଗର, ମେଦିନପୁର
ନୂଆ ନୂଆ କାମ ଆତ୍ମସନ୍ତୋଷ ଦେଉଛି
୪ ବର୍ଷ ହେବ ମୂର୍ତ୍ତି କାମ କରୁଛି। ମାଟି ଚକଟିବା ଠାରୁ ଆରମ୍ଭ କରିଥିବା ଶେଷ ସ୍ପର୍ଶ ଦେବା ଯାଏ ସବୁ କାର୍ଯ୍ୟ ଶିଖି ସାରିଛି। ସାଧାନା ରହିଲେ ଯେ କୌଣସି କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହେବ ନାହିଁ। ନୂଆ ନୂଆ କାମ କରୁଥିବାରୁ ଆତ୍ମସନ୍ତୋଷ ମିଳୁଛି।
-କାର୍ତ୍ତିକ, କାରିଗର, ଅନୁଗୋଳ
ଗ୍ରାହକଙ୍କ ମନକୁ ପାଇଲେ କଷ୍ଟ ଦୂର ହୋଇଯିବ
ମୂର୍ତ୍ତିଗୁଡ଼ିକରେ ଶେଷ ସ୍ପର୍ଶ ଦିଆଯିବା ଆରମ୍ଭ ହୋଇଛି। ୧୦ ବର୍ଷ ହେବ କାମ କରୁଥିବାରୁ ଆଉ କାରିଗରୀରେ ସମସ୍ୟା ହେଉନାହିଁ। ତେବେ ଲୋକଙ୍କ ଚାହିଦାକୁ ନଜରରେ ରଖି ଭିନ୍ନ ତଥା ଫିନିସିଂ ଦେବାକୁ ପଡ଼ୁଛି। ଏହା ଗ୍ରାହକଙ୍କ ମନକୁ ପାଇଲେ ସବୁ କଷ୍ଟ ଦୂର ହୋଇଯିବ।
-ସୁରେନ୍ଦ୍ର ମହାପାତ୍ର, ରଙ୍ଗ କାରିଗର, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?