Posted inଫୁରସତ

ଶୋଇଲେ ମିଳୁଛି ଟଙ୍କା

କୋଲକାତା: ବ୍ୟସ୍ତବହୁଳ କାରଣରୁ ଲୋକଙ୍କ କ୍ଷେତ୍ରରେ ବିଶ୍ରାମ କରିବା ବା ଶୋଇବାର ଉପଯୁକ୍ତ ସମୟ କମିଥିବା ଦେଖିବାକୁ ମିଳିଛି, ଯାହାଫଳରେ ମନୁଷ୍ୟ ଶରୀରରେ ବହୁ ରୋଗ ସାଙ୍ଗକୁ ବ୍ୟତିକ୍ରମ ସୃଷ୍ଟି କରୁଛି। ତେବେ ଭାରତୀୟମାନଙ୍କୁ ଶୋଇବାର ଗୁରୁତ୍ୱ ବିଷୟରେ ଜଣାଇବା ପାଇଁ ଏକ ବିଦେଶୀ କମ୍ପାନୀ ସ୍ଲିପ୍‌ ଇଣ୍ଟନ୍‌ଶିପ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ଜିତିଲେ ମିଳୁଛି ଲକ୍ଷାଧିକ ଟଙ୍କା। ଶୋଇବା ପାଇଁ କୋଲକାତାର ୨୬ ବର୍ଷୀୟା ତ୍ରିପର୍ଣ୍ଣା ଚକ୍ରବର୍ତ୍ତୀ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ଓ୍ବେକ୍‌ଫିଟ୍‌ ଡଟ୍‌ କୋ ଓ୍ବେବ୍‌ ସାଇଟ୍‌ ଜରିଆରେ ନାମ ପଞ୍ଜୀକରଣ କରି ଯେ କୌଣସି ବ୍ୟକ୍ତି ଏହି ନିଆରା କାର୍ଯ୍ୟକ୍ରମର ଅଂଶ ପାଲଟିପାରିବେ। ଡିଟୁସି ହୋମ୍‌ ଆଣ୍ଡ ସ୍ଲିପ୍‌ ସଲ୍‌ୟୁସନ୍‌ କମ୍ପାନୀ ଏକ ସ୍ଲିପ୍‌ ଇଣ୍ଟନ୍‌ଶିପ୍‌ ପ୍ରୋଗ୍ରାମର ଆୟୋଜନ କରାଯାଇଛି। ଏହି ସ୍ଲିପ୍‌ ଇଣ୍ଟନ୍‌ଶିପ୍‌ କାର୍ଯ୍ୟକ୍ରମର ଫାଇନାଲ୍‌ରେ ୪ ଜଣ ପ୍ରତିଯୋଗୀ ଆଗକୁ ଯାଇଥିଲେ। ପ୍ରତିଯୋଗୀଙ୍କ ନିଦକୁ ପାରାମିଟରରେ ହିସାବ କରାଯାଏ। ଶୋଇବା ସମୟ, ଉଠିବା ସମୟ, ହାଲୁକା ନିଦ ଏବଂ ଗାଢ଼ ନିଦକୁ ନଜରରେ ରଖି ସେମାନଙ୍କ ସ୍କୋର ଗଣାଯାଏ। ଅନ୍ୟ ତିନି ପ୍ରତିଯୋଗୀ ୧ ଲକ୍ଷ ଟଙ୍କା ଜିତିଥିବାବେଳେ ତ୍ରିପର୍ଣ୍ଣା ୯୫ ସ୍କୋର୍‌ କରି ୫ ଲକ୍ଷ ଜିତିଛନ୍ତି। ଭାରତୀୟମାନଙ୍କୁ ଶୋଇବାର ମହତ୍ତ୍ୱ ଜଣାଇବା ଉଦ୍ଦେଶ୍ୟରେ ଏହି କମ୍ପାନୀ ଏ ପ୍ରକାର ନିଆରା ଅଭିଯାନ ଆରମ୍ଭ କରିଛି। ଯେଉଁ ପ୍ରତିଯୋଗୀ କମ୍‌ ସମୟ ଶୋଇବେ ସେ ଏଥିରୁ ବାହାରି ଯିବେ। ଯୁବପିଢ଼ିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କମ୍ପାନୀ ସିଜନ୍‌ ୩ ସ୍ଲିପ୍‌ ଇଣ୍ଟନ୍‌ସିପ୍‌ର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଯେ ଜିତିବେ ତାଙ୍କୁ ୧୦ ଲକ୍ଷର ପୁରସ୍କାର ରାଶି ପ୍ରଦାନ କରାଯିବ। ୧୦୦ ରାତି ଧରି ପ୍ରତିଯୋଗିତା ହେବାକୁ ଥିବାବେଳେ ପ୍ରତ୍ୟେକ ରାତିରେ ପ୍ରତିଯୋଗୀଙ୍କୁ ୯ ଘଣ୍ଟା ଶୋଇବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳି ଗଲାଣି କି ରାହୁଲଙ୍କ ଲୁକ୍‌

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଲୁକ୍‌ରେ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି। ସେ ତାଙ୍କ ନୂଆ ଲୁକ୍‌ରେ ଯୁବକ ବଦଳରେ ଟିକେ...

ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…

ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ...

ଏହି ମିଠାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ମିଠା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କୌଣସି ପବପର୍ବାଣୀ ହେଉ କିମ୍ବା ନ ହେଉ, ମିଠାର ସବୁବେଳେ ଚାହିଦା ଥାଏ। ନିକଟରେ ସୋସିଆଲ ମିଡିଆରେ...

ରହିବନି ଭୟ

ଅନେକ ଯୁବତୀଯୁବକ ଅଛନ୍ତି ଯେଉଁମାନଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ କିମ୍ବା ଜନସମାଗମରେ କିଛି କହିବାକୁ ଭୟ ଲାଗିଥାଏ, ଯାହାକୁ ମେଡିକାଲ ସାଇନ୍ସରେ ଗ୍ଲୋସୋଫୋବିଆ ବୋଲି କୁହାଯାଇଥାଏ। ଅନେକ...

ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ...

କାର୍‌ ଇଞ୍ଜିନ ଗରମ ହୋଇଯିବାରୁ ଡ୍ରାଇଭର କଲେ ଏମିତି, ଜାଣିଲେ…

ପୁରୁଣା କାର୍‌ ଇଞ୍ଜିନ ଗରମ ହୋଇଯିବାରୁ ଜଣେ ଡ୍ରାଇଭର ଏମିତି କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଗାଡ଼ି ଅଧିକ ବାଟ ଯିବା ପରେ...

କରୋନା ଭୟ: ବଜାରରେ ଗୋମୂତ୍ରରୁ ପ୍ରସ୍ତୁତ ହ୍ୟାଣ୍ଡ୍‌ ସାନିଟାଇଜର ଚାହିଦା ବଢୁଛି

ନୂଆଦିଲ୍ଲୀ,୧୨।୩: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସ୍‌ ଦ୍ୱାରା ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪...

ଘୋଡ଼ାକୁ ଟାଣି ନେଉଛି କୁକୁର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ସବୁ ଭାଇରାଲ ହୋଇଥାଏ। ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ...

Advertisement
Archives

Model This Week