ନୂଆଁଖାଇ ଛୁଟି ୩ ଦିନ ଦାବି ତେଜିଲା

ବରଗଡ଼ ଅଫିସ୍‌,୨୭।୮: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୧ରେ ପାଳନ ହେବ। ରାଜ୍ୟ ସରକାର ଏଥିପାଇଁ ସେପ୍ଟେମ୍ବର ୧ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ୩ଦିନ ନୂଆଁଖାଇ ଛୁଟି ଘୋଷଣା କରିବାକୁ କୋସଲ ସେନା ସମେତ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି। ଏହି ଦାବି ନେଇ ଶୁକ୍ରବାର କୋସଲ ସେନାର କର୍ମୀମାନେ ଜିଲାପାଳଙ୍କ ଅଫିସକୁ ଆସି ଦାବି ଜଣାଇଥିଲେ। ଗତ ୨୨ତାରିଖରୁ ଏହି ଦାବି ଜଣାଇବା ସତ୍ତ୍ବେ କିଛି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ କରି ସେମାନେ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୋଲିସ ସହିତ ବିକ୍ଷୋଭକାରୀଙ୍କ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା।
ପରେ ଜିଲାପାଳ ମୋନିଷା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚତ୍ କୋସଲ ସେନା କର୍ମୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଦାବି ନେଇ ଆର୍‌ଡ଼ିସିଙ୍କୁ ଜଣାଇ ଦେଇଥିବା କହିଥିଲେ। ଏହାସହିତ ଏକ ସ୍ମାରକପତ୍ର ମଧ୍ୟ ଗ୍ରହଣ କରିଥିଲେ। ଯଦି ଦାବି ମୁତାବକ ୩ଦିନ ନୂଆଁଖାଇ ଛୁଟି ଘୋଷଣା କରା ନ ଯାଏ, ଆସନ୍ତା ୨୯ତାରିଖରେ କୋସଲ ସେନା ନେତୃତ୍ୱରେ ରାସ୍ତା ଅବରୋଧ କରାଯିବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ଦେବୀ ପ୍ରସାଦ ମିଶ୍ର, ବରୁଣ ବେହେରା, ସୁଦାମ ପାତ୍ର ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ନୂଆଁଖାଇ ପଶ୍ଚିମ ଓଡ଼ିଶାବାସୀଙ୍କ ଏକ ମୁଖ୍ୟପର୍ବ। ଉକ୍ତ ପର୍ବରେ ପରିବାର ସଦସ୍ୟ ଯେଉଁଠି ଥିଲେ ମଧ୍ୟ ଘରେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଛି। ଫଳରେ ଦୂର ଦୂରାନ୍ତରରେ ଥିବା ପରିବାର ସଦସ୍ୟ ଘରକୁ ଆସିଥାନ୍ତି। ଏହି ଦୃଷ୍ଟିରୁ ନୂଆଁଖାଇ ଛୁଟିକୁ ଦିନେ ବଦଳରେ ୩ଦିନ କରିବାକୁ କୋସଲ ସେନା ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତିଛି ବାଘ, ଗାଈକୁ ମାରି ଖାଉଛି

ନୂଆପଡ଼ା ଅଫିସ ୨୫।୩: ନୂଆପଡାରେ ବାଘ ଆତଙ୍କ ଦେଖାଯାଇଛି। ନୂଆପଡା ରେଞ୍ଜ ତରିଆ ମହୁଆଭଟା ଗାଁରେ ଗତ କିଛି ଦିନ ହେବ ବାଘ ମାତିଛି। ଟାନୱଟ...

ଜୁନ୍‌ରୁ ଜିଲାରେ ଇ-କାର୍ଯ୍ୟାଳୟ

ଅନୁଗୋଳ ଅଫିସ୍‌, ୧୩।୩ – ଅନୁଗୋଳ ଜିଲା କାର୍ଯ୍ୟାଳୟରେ ଲାଗୁ ହେବ ଇ-କାର୍ଯ୍ୟାଳୟ। ଏହି ବ୍ୟବସ୍ଥା ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚିଠି ଧରି ଆଉ...

ଚମକିଲେ ଗଞ୍ଜାମ ଝିଅ ମନସ୍ବିନୀ

ଗଞ୍ଜାମ,୧୭ା୫(ଡି.ଏନ.ଏ.):ଗଞ୍ଜାମର ସୁନାଝିଅ ମନସ୍ବିନୀ ମହାରଣା। ଦୁଃସାହସିକ ସାମୁଦ୍ରିକ କ୍ରୀଡ଼ା ଏସୀୟ ଉଇଣ୍ଡ ସର୍ଫିଙ୍ଗ ଚାମ୍ପିୟନଶିପରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଭାରତୀୟ ଆର୍‌ଏସ୍‌-ଏକ୍ସ...

ଆମପାଣି ରାଜସ୍ବ ନିରୀକ୍ଷକ ଲାଞ୍ଚ ନେବା ଭିଡିଓ ଭାଇରାଲ୍‌

ଭବାନୀପାଟଣା,୨୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଆମପାଣି ଆର୍‌ଆଇ ଲାଞ୍ଚ ନେଉଥିବା ଦର୍ଶାଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ବ୍ୟକ୍ତି...

ସ୍ବାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ଖୋର୍ଦ୍ଧା,୧।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ ଆତ୍ମହତ୍ୟା...

ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍‌ଯାପିତ: ପ୍ରତିଭା ପ୍ରଦର୍ଶନର ଉତ୍ତମ ମଞ୍ଚ

ନୟାଗଡ଼ ଅଫିସ,୨୧।୧୧: ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ଜିଲାସ୍ତରୀୟ ଯୁବ ଉତ୍ସବ ୨୦୧୯ ବୁଧବାର ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ଉଦ୍‌ଯାପିତ...

କୁଡୁମୀ ସମାଜ ସଙ୍ଗଠନର ରେଳରୋକୋ: ଯାତାୟାତ ବାଧାପ୍ରାପ୍ତ

ରାଇରଙ୍ଗପୁର,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନିକଟବର୍ତ୍ତୀ ଅଁଳାଯୋଡ଼ି ଷ୍ଟେଶନ ନିକଟରେ ମଙ୍ଗଳବାର କେନ୍ଦ୍ରୀୟ କୁଡୁମୀ ସମାଜ ସଙ୍ଗଠନ ରାଇରଙ୍ଗପୁର ଶାଖା ପକ୍ଷରୁ ରେଳରୋକୋ କରାଯାଇଛି ।...

ବ୍ରାହ୍ମଣୀ ନଦୀ ବାମପାର୍ଶ୍ୱ ସୁବଳପୁରଠାରେ ଅତଡ଼ା ଖସୁଛି

ପଟ୍ଟାମୁଣ୍ଡାଇ ୧୯ା୫(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ ପଞ୍ଚାୟତ ଦାମୋଦର ପାଟଣା, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମଗୁଡିକ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ତେବେ ବ୍ରାହ୍ମଣୀ ବନ୍ୟା...

Advertisement
Archives

Model This Week