ଖୋଲିଲା ମେଡିକାଲ ମୁଖ୍ୟ ଫାଟକ

ଅନୁଗୋଳ ଅଫିସ, ୯।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ୨୩ ଦିନ ପରେ ବୁଧବାର ଖୋଲିଛି। ମୁଖ୍ୟ ଫାଟକ ଛାତ ମରାମତି ପରେ ଖୋଲା ଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଫାଟକ ଖୋଲିବା ପରେ ରୋଗୀ, ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ ସେହି ଫାଟକ ଦେଇ ଯାତାୟାତ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଗତ ମେ ୧୫ ତାରିଖ ଅପରାହ୍ନରେ ମେଡିକାଲ ମୁଖ୍ୟ ଫାଟକ ଛାତରୁ ବଡ଼ ଆକାରର ପଲସ୍ତରା ଖସିଥିଲା। ଏହାପରେ ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ କରାଯାଇଥିଲା। ତେବେ ସେଠାରେ ସୁରକ୍ଷା କର୍ମୀ ମୁତୟନ କରାଯାଇ ନ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ମେଡିକାଲ ଫାଟକରେ ତାଲା ଦେଖି ହତାଶ ହେଉଥିଲେ। ମେଡିକାଲ ମଧ୍ୟକୁ ଯିବାକୁ ଅନ୍ୟ କେଉଁଠି ବାଟ ରହିଛି ତାହା ଜାଣିପାରୁ ନ ଥିଲେ। ତେବେ ମରାମତି କାର୍ଯ୍ୟ ସରିବା ପରେ ଏହାକୁ ନିରୀକ୍ଷଣରେ ରଖାଯାଇଥିଲା। ପୌର ନିର୍ବାହୀଯନ୍ତ୍ରୀ ରବିନ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଶ୍ୟାମଘନ ତ୍ରିପାଠୀ, ଟିଡି ବିଭୂତି ଭୂଷଣ ମହାରଣା ବୁଧବାର ସ୍ଥିତି ଅନୁଧ୍ୟାନ କରିବା ପରେ ଫାଟକ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତି ଆଣିଛି ସଂହତି

ଓଡାପଡା,୨୯ା୧୦ (ଦିନେଶ ଦାସ) ସମଗ୍ର ଗାଁ ଏବେ ପାଲଟିଛି ଗୋଟିଏ ଗୋଷ୍ଠୀ। ସାହି ସାହି ଭିତରେ ଏବେ ନା ଅଛି ମତାନ୍ତର ନା ମନାନ୍ତର। ପୁରୁଣା...

କିଶୋରନଗରରେ ଝଡ଼ତୋଫାନ: ଉଡିଗଲା ଚାଳ ଛପର, ଆଜବେଷ୍ଟସ

ବଇଣ୍ଡା,୬ା୫(ଡି.ଏନ୍‌.ଏ)-ଅନୁଗୋଳ ଜିଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଝଡ଼ତୋଫାନ ସହ ବର୍ଷା ହୋଇଛି। ପ୍ରବଳ ବର୍ଷା ସହ ପବନ ହୋଇଥିବା ଯୋଗୁ...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଅନୁଗୋଳ ଅଫିସ, ୪।୧୧: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଜିଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ...

ପୁଷ୍ପା ପୋଷ୍ଟରରେ ଅଳିଆ ସଚେତନତା

ଅନୁଗୋଳ ଅଫିସ, ୩୦ା୧: ଦକ୍ଷିଣ ଭାରତୀୟ ବ୍ଲକବଷ୍ଟର ସିନେମା ପୁଷ୍କାର କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବହୁଭାଷୀ ଫିଲ୍ମ ଏବଂ ଏହାର ପୋଷ୍ଟର...

ଗାଁ ମୁଣ୍ଡରେ ନରହନ୍ତା ଦନ୍ତା

ଛେଣ୍ଡିପଦା,୮।୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଓ ଜରପଡା ବନାଞ୍ଚଳ ସୀମାନ୍ତରେ ଥିବା କୋରଡା, ପୁଟଗାଡିଆ ଗ୍ରାମ ମଧ୍ୟରେ ଗୁରୁବାର ଏକ ନରହନ୍ତା ଦନ୍ତା ବୁଲୁଥିବା...

ଜାତୀୟ ଉସୁ: ଦିବ୍ୟମୋହନଙ୍କୁ ରୌପ୍ୟ

ଅନୁଗୋଳ ଅଫିସ, ୧।୧ – ଜମ୍ମୁରେ ଅନୁଷ୍ଠିତ ୨୮ତମ ଜାତୀୟ ସିନିୟର ଉସୁ ଚାମ୍ପିୟନଶିପ୍‌-୨୦୧୯ରେ ରୌପ୍ୟ ପଦକ ଜିତି ଗୌରବ ଆଣିଛନ୍ତି ଅନୁଗୋଳ ଜିଲା କଣିହଁା...

‘ସରଳ ଜୀବନଯାପନ ମହିମା ଧର୍ମର ଆଦର୍ଶ’

ଅନୁଗୋଳ ଅଫିସ/ଢେଙ୍କାନାଳ ଅଫିସ, ୬।୨:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦି ଏବଂ ଅନୁଗୋଳ ଅଙ୍ଗାରବନ୍ଧସ୍ଥିତ ମହିମା ପୀଠ ପରିଦର୍ଶନ କରି ସାଧୁସନ୍ଥଙ୍କ...

ତୁକୁଡ଼ା-ମଝିକା ରାସ୍ତା ସମ୍ପ୍ରସାରଣ ଦାବି

ଛେଣ୍ଡିପଦା,୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ତୁକୁଡା-ମଝିକା ରାସ୍ତା ସମ୍ପ୍ରସାରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ପ୍ରାୟ ୨୫ କିମି...

Advertisement
Archives

Model This Week