ଜନତାମୁହାଁ ନେତା

ଛେଣ୍ଡିପଦା,୧୬।୧: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ତେଣୁ ତରବର ହୋଇ ନେତା ହୋଇଛନ୍ତି ଜନତା ମୁହାଁ। ଅନୁଗୋଳ ଜିଲା ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ମୋଟ୍‌ ୫୨ଟି ପଞ୍ଚାୟତ ଓ ୬ଟି ଜିଲା ପରିଷଦ ଜୋନ୍‌ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସ୍ଥାନୀୟ ବିଜେଡି, ଭାଜପା ଓ କଂଗ୍ରେସ ଦଳର ନେତୃବୃନ୍ଦ।
ଫେବୃୟାରୀ ୧୮ ତାରିଖରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍‌ ଗ୍ରହଣ। ଛେଣ୍ଡିପଦାର ମୋଟ୍‌ ୩୪ ପଞ୍ଚାୟତ ଓ ବଅଁରପାଳ ବ୍ଲକର ୧୮ ପଞ୍ଚାୟତର ଭୋଟରମାନେ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡମେମ୍ବରଙ୍କ ସହ ୬ଟି ଜିଲା ପରିଷଦ ଜୋନ୍‌ର ସଦସ୍ୟଙ୍କୁ ନିର୍ବାଚିତ କରିବେ। ବିଶେଷକରି କେଉଁ ଜୋନ୍‌ରୁ କିଏ ପ୍ରାର୍ଥୀ ହେବେ ସେ ନେଇ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ଜାରି ରହିଥିବାବେଳେ ଆଶାୟୀମାନେ କିନ୍ତୁ ଘର ଘର ବୁଲି ସମର୍ଥନ ଗୋଟାଇବାରେ ଲାଗିପଡ଼ିଛନ୍ତି। ନାମାଙ୍କନପତ୍ର ଦାଖଲ ଆଉ ମାତ୍ର ଦିନ କେଇଟା ଥିବାରୁ ଆଶାୟୀମାନେ ଅଧିକ ସମୟ ଗଁାକୁ ଯାଇ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୬ଟି ଜୋନ୍‌ ମଧ୍ୟରୁ ବିଜେଡି ୫ଟିରେ ବିଜୟୀ ହୋଇଥିଲା। ଭାଜପା ଭାଗରେ କେବଳ ଗୋଟିଏ ୨୫ ନଂ. ଜୋନ୍‌ ପଡ଼ିଥିଲା। ତେଣୁ ଗତଥରର ଧାରା ଭାଙ୍ଗିବାକୁ ଉଭୟ ଦଳ ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ମଧ୍ୟ ଆଉ ଅଧିକ ଦିନ ପଛରେ ରହିବାକୁ ଚାହଁୁନାହିଁ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି। ତେବେ ନିର୍ବାଚନମଣ୍ଡଳୀର ମୋଟ୍‌ ୨ଲକ୍ଷ ୧ ହଜାର ୨୬୪ ଭୋଟର କେଉଁ ଦଳ ସହ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକଟ କରୁଛନ୍ତି, ତାହା ଭୋଟ ଗଣତି ହିଁ ସ୍ପଷ୍ଟ କରିଦେବ।

ସେମାନେ ଯାହା କୁହନ୍ତି

ଉଡ଼ିବ ବିଜୟ ବାନା
ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ପ୍ରତି ଜନସାଧାରଣଙ୍କ ସମର୍ଥନ ରହିଛି। ତେଣୁ ପଞ୍ଚାୟତ ନିର୍ବାଚନରେ ଭୋଟରମାନେ ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ବିଶ୍ୱାସକୁ ସାକାର କରିବେ। ସମସ୍ତ ଜିଲା ପରିଷଦ ଜୋନ୍‌ରେ ବିଜେଡିର ବିଜୟ ବାନା ଉଡ଼ିବ।
-ସୁଶାନ୍ତ କୁମାର ବେହେରା, ବିଧାୟକ, ଛେଣ୍ଡିପଦା

ଜନସମର୍ଥନ ବଢ଼ିଛି
ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗୁ ଭାଜପା ପ୍ରତି ଜନସମର୍ଥନ ବୃଦ୍ଧି ପାଇଛି। ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ। ବ୍ଲକ ଅଧ୍ୟକ୍ଷ ପଦ ସହ ୬ଟି ଯାକ ଜିଲା ପରିଷଦ ଜୋନ୍‌ ଭାଜପା ଖାତାକୁ ଆସିବ।
-ଅଗସ୍ତି ବେହେରା, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

କଂଗ୍ରେସ ଉପରେ ଆସ୍ଥା
କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ାଇଛନ୍ତି। ରାଜ୍ୟ ସରକାର ବେକାରି ସମସ୍ୟାର ସମାଧାନ କରିପାରୁ ନାହାନ୍ତି। ମହିଳାମାନଙ୍କ ସୁରକ୍ଷା ଏଠାରେ ବିପନ୍ନ। ତେଣୁ ଜନସାଧାରଣ ଏବେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବେ।
-ସସ୍ମିତା ବେହେରା, ସମ୍ପାଦିକା, ଅଖିଳ ଭାରତ ମହିଳା କଂଗ୍ରେସ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri