ଜନତାମୁହାଁ ନେତା

ଛେଣ୍ଡିପଦା,୧୬।୧: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ତେଣୁ ତରବର ହୋଇ ନେତା ହୋଇଛନ୍ତି ଜନତା ମୁହାଁ। ଅନୁଗୋଳ ଜିଲା ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ମୋଟ୍‌ ୫୨ଟି ପଞ୍ଚାୟତ ଓ ୬ଟି ଜିଲା ପରିଷଦ ଜୋନ୍‌ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସ୍ଥାନୀୟ ବିଜେଡି, ଭାଜପା ଓ କଂଗ୍ରେସ ଦଳର ନେତୃବୃନ୍ଦ।
ଫେବୃୟାରୀ ୧୮ ତାରିଖରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍‌ ଗ୍ରହଣ। ଛେଣ୍ଡିପଦାର ମୋଟ୍‌ ୩୪ ପଞ୍ଚାୟତ ଓ ବଅଁରପାଳ ବ୍ଲକର ୧୮ ପଞ୍ଚାୟତର ଭୋଟରମାନେ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡମେମ୍ବରଙ୍କ ସହ ୬ଟି ଜିଲା ପରିଷଦ ଜୋନ୍‌ର ସଦସ୍ୟଙ୍କୁ ନିର୍ବାଚିତ କରିବେ। ବିଶେଷକରି କେଉଁ ଜୋନ୍‌ରୁ କିଏ ପ୍ରାର୍ଥୀ ହେବେ ସେ ନେଇ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ଜାରି ରହିଥିବାବେଳେ ଆଶାୟୀମାନେ କିନ୍ତୁ ଘର ଘର ବୁଲି ସମର୍ଥନ ଗୋଟାଇବାରେ ଲାଗିପଡ଼ିଛନ୍ତି। ନାମାଙ୍କନପତ୍ର ଦାଖଲ ଆଉ ମାତ୍ର ଦିନ କେଇଟା ଥିବାରୁ ଆଶାୟୀମାନେ ଅଧିକ ସମୟ ଗଁାକୁ ଯାଇ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୬ଟି ଜୋନ୍‌ ମଧ୍ୟରୁ ବିଜେଡି ୫ଟିରେ ବିଜୟୀ ହୋଇଥିଲା। ଭାଜପା ଭାଗରେ କେବଳ ଗୋଟିଏ ୨୫ ନଂ. ଜୋନ୍‌ ପଡ଼ିଥିଲା। ତେଣୁ ଗତଥରର ଧାରା ଭାଙ୍ଗିବାକୁ ଉଭୟ ଦଳ ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ମଧ୍ୟ ଆଉ ଅଧିକ ଦିନ ପଛରେ ରହିବାକୁ ଚାହଁୁନାହିଁ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି। ତେବେ ନିର୍ବାଚନମଣ୍ଡଳୀର ମୋଟ୍‌ ୨ଲକ୍ଷ ୧ ହଜାର ୨୬୪ ଭୋଟର କେଉଁ ଦଳ ସହ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକଟ କରୁଛନ୍ତି, ତାହା ଭୋଟ ଗଣତି ହିଁ ସ୍ପଷ୍ଟ କରିଦେବ।

ସେମାନେ ଯାହା କୁହନ୍ତି

ଉଡ଼ିବ ବିଜୟ ବାନା
ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ପ୍ରତି ଜନସାଧାରଣଙ୍କ ସମର୍ଥନ ରହିଛି। ତେଣୁ ପଞ୍ଚାୟତ ନିର୍ବାଚନରେ ଭୋଟରମାନେ ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ବିଶ୍ୱାସକୁ ସାକାର କରିବେ। ସମସ୍ତ ଜିଲା ପରିଷଦ ଜୋନ୍‌ରେ ବିଜେଡିର ବିଜୟ ବାନା ଉଡ଼ିବ।
-ସୁଶାନ୍ତ କୁମାର ବେହେରା, ବିଧାୟକ, ଛେଣ୍ଡିପଦା

ଜନସମର୍ଥନ ବଢ଼ିଛି
ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗୁ ଭାଜପା ପ୍ରତି ଜନସମର୍ଥନ ବୃଦ୍ଧି ପାଇଛି। ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ। ବ୍ଲକ ଅଧ୍ୟକ୍ଷ ପଦ ସହ ୬ଟି ଯାକ ଜିଲା ପରିଷଦ ଜୋନ୍‌ ଭାଜପା ଖାତାକୁ ଆସିବ।
-ଅଗସ୍ତି ବେହେରା, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

କଂଗ୍ରେସ ଉପରେ ଆସ୍ଥା
କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ାଇଛନ୍ତି। ରାଜ୍ୟ ସରକାର ବେକାରି ସମସ୍ୟାର ସମାଧାନ କରିପାରୁ ନାହାନ୍ତି। ମହିଳାମାନଙ୍କ ସୁରକ୍ଷା ଏଠାରେ ବିପନ୍ନ। ତେଣୁ ଜନସାଧାରଣ ଏବେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବେ।
-ସସ୍ମିତା ବେହେରା, ସମ୍ପାଦିକା, ଅଖିଳ ଭାରତ ମହିଳା କଂଗ୍ରେସ


Enter your email to get our daily news in your inbox.

All Right Reserved By Dharitri.Com

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର...

ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri