ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ପ୍ରସଙ୍ଗ : ବୟାନ ରଖିଲେ ଅଭିଯୋଗକାରୀ ସେବାୟତ

ପୁରୀ ଅଫିସ, ୭।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ଘଟଣାରେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗକାରୀ ସେବାୟତ ଈପ୍‌ସିତ ପ୍ରତିହାରୀ ବୟାନ ରଖିଛନ୍ତି। ଏହି ପ୍ରସଙ୍ଗରେ ବୟାନ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଈପ୍‌ସିତଙ୍କୁ ନୋଟିସ୍‌ ଦିଆଯାଇଥିଲା। ତେଣୁ ନିର୍ଦ୍ଧାରିତ ସମୟରେ ଈପ୍‌ସିତ ଶ୍ରୀମନ୍ଦିର ରାଜସ୍ବ ଉପପ୍ରଶାସକ ସୁବ୍ରତ କୁମାର ବେହେରାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କର ଲିଖିତ ବୟାନ ରଖିଛନ୍ତି।
ଈପ୍‌ସିତ ରାଜସ୍ବ ଉପପ୍ରଶାସକଙ୍କୁ ଦେଇଥିବା ଲିଖିତ ବୟାନରେ ଦର୍ଶାଇଛନ୍ତି ଯେ, ଗତ ଜୁଲାଇ ୬ ତାରିଖରେ ତାଙ୍କର ମନ୍ଦିରରେ ପାଳି ଥିଲା। ସେହି ସମୟରେ ସେ ରତ୍ନସିଂହାସନରେ ପଦ୍ମଖୋଦିତ ପ୍ରାୟ ୨ଇଞ୍ଚର ପଥର ଭାଙ୍ଗିଯାଇଥିବା ଦେଖିଥିଲେ। ଏ ନେଇ ସେ ଅନ୍ୟ ସେବାୟତଙ୍କ ସହ ଆଲୋଚନା କରି ଏହା ପରଦିନ ପଦ୍ମଖୋଦିତ ପଥର ଗାଏବ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗପତ୍ର ପଠାଇଥିଲେ। ଏହାପରେ ଗଣମାଧ୍ୟମ ସମ୍ମୁଖରେ ସେ ଏ ସମ୍ପର୍କରେ କହିଥିଲେ। ସେହି ସ୍ଥାନରେ ପ୍ରକୃତ ପଦ୍ମଖୋଦିତ ପଥର ବଦଳରେ ଅପ୍ରାକୃତିକ ଭାବେ ଯୋଡ଼ାଯାଇଥିବା ଏବଂ ଏକ ଗର୍ତ୍ତ ହୋଇଥିବା ଦେଖିଛନ୍ତି। ଏହି ପଥର କେବେ ଗାଏବ ହୋଇଛି ସେ ଜାଣିନାହାନ୍ତି। କିନ୍ତୁ ଅପ୍ରାକୃତିକ ଭାବେ ମରାମତି ହୋଇଥିବା ଜଣାପଡୁଛି। ରଥଯାତ୍ରା ଆରମ୍ଭରୁ ନୀଳାଦ୍ରି ବିଜେ ସମୟ ମଧ୍ୟରେ ଏଏସ୍‌ଆଇ ଦ୍ୱାରା ମରାମତି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ମରାମତି ଦାୟିତ୍ୱ ଦେବା ଏବଂ ମରାମତି ପରେ ଏଏସ୍‌ଆଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାବେଳେ ଏହା କିପରି ଜଣାପଡ଼ିିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ବିଷୟରେ ଗତ ମାସ ୧୦ ତାରିଖରେ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଥିବା ସେ ଲିଖିତ ବୟାନରେ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୭ରେ ଈପ୍‌ସିତ ଗଣମାଧ୍ୟମରେ ଏହି ଅଭିଯୋଗ ରଖିଥିଲେ। ଏହାପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ପରିଚାଳନା କମିଟିର ୨ ସେବାୟତ ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଏଏସ୍‌ଆଇ ଅଧିକାରୀ ପ୍ରମୁଖ ଏହାର ଅନୁଧ୍ୟାନ କରିଥିଲେ। ଏଏସ୍‌ଆଇଠାରୁ ରତ୍ନସିଂହାସନର ପୁରୁଣା ଫଟୋକପି ମଗାଯାଇଥିଲା। ଏଏସ୍‌ଆଇ ସମସ୍ତ ଫଟୋ ସହ ପରେ ରିପୋର୍ଟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ରଥଯାତ୍ରା ସମ୍ଭାବନା: ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି

ପୁରୀ ଅଫିସ, ୧୬।୬: ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ ନା ନାହିଁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଆସନ୍ତା ୨୩ ତାରିଖରେ...

ବେପାର ବୁଡ଼ାଇଲା ବେମାର

ବଅଁରପାଳ,୨୭ା୫(ଡି.ଏନ.ଏ.) – ଲକ୍‌ଡାଉନ କୋହଳ ହେଲାଣି। ଘରୁ ବାହାରି ଲୋକେ ବଜାର ଧରିଲେଣି। ହେଲେ ମୁହଁରୁ ଖସୁନି ମାସ୍କ କି ସାଥିରୁ ହଟୁନି ସାନିଟାଇଜର। ପୁଣି...

୧୨ ଚକ, ୨୨ ଜଳଯନ୍ତ୍ର ନିର୍ମାଣ ଶେଷ

ପୁରୀ ଅଫିସ,୧୬ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ନଜରରେ ରଖି ଚଳଚଞ୍ଚଳ ହୋଇଛି ରଥଖଳା। ତିନି ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ଦ୍ରୁତଗତିରେ ରଥ ନିର୍ମାଣ...

ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପରିବେଷଣରେ ଅନିୟମିତତା: ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟରେ ଝୁଲୁଛି ତାଲା

ରସୁଲପୁର,୨୦।୮(ଡିଏନଏ)- ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମସ୍ଥିତ ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପରିବେଷଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଶନିବାର ଏହି...

ପାଓ୍ବାର ଚ୍ୟାନେଲ୍‌କୁ ଜଳ ଯୋଗାଣ ବନ୍ଦ: ବିଦ୍ୟୁତ୍‌ ଉତ୍ପାଦନ ଠପ୍‌, ଅନ୍ଧାରରେ ଅଞ୍ଚଳବାସୀ

କୋରାପୁଟ,୨୦।୧୧(ଡି.ଏନ୍‌.ଏ.): ଦାବି ପୂରଣ ନ ହେବାରୁ କୋରାପୁଟ ଜିଲା ଆଦିବାସୀ ସଂଘ ପକ୍ଷରୁ ବୁଧବାର ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଲମତାପୁଟ ଗେଟ୍‌...

ରେଳ ବଜେଟରେ ଓଡ଼ିଶାକୁ ୬୯୯୫ କୋଟି ୫୮ ଲକ୍ଷ

ଭୁବନେଶ୍ୱର, ୪।୨(ବ୍ୟୁରୋ): ରେଳ ବଜେଟରେ ଚଳିତ ବର୍ଷ ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩...

କୋଇଲା ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ: ବେଦାନ୍ତ ପ୍ରକଳ୍ପକୁ କୋଇଲା ପରିବହନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ /ଲଖନପୁର,୧୮।୯(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ ଲେଭଲ କ୍ରସିଂ ନିକଟରେ ବେଦାନ୍ତ କମ୍ପାନୀର ଏକ ମାଲବାହୀ ଟ୍ରେନ୍‌ ବୁଧବାର ସକାଳେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି...

ସାଇକେଲରେ ନୟାଗଡରୁ କଳାହାଣ୍ଡି ଫେରୁଛନ୍ତି ୩ ଯୁବକ

ଦାରିଙ୍ଗବାଡ଼ି,୧୪।୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ପରେ କଳାହାଣ୍ଡିର ୩ ଯୁବକ ନୟାଗଡରେ ଫସି ରହିଥିଲେ। ନୟାଗଡ଼ର କୌଣସି ଏକ ୱେଲଡିଂ ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ...

Advertisement
Archives

Model This Week