ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରିୟା: ସୁଶାନ୍ତଙ୍କ ଭଉଣୀ ଲେଖିଲେ ‘ହର ହର ମହାଦେବ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତଦନ୍ତ ବେଳେ ଟଙ୍କା ହେରଫେର କଥା ଉଠୁଥିବାରୁ ସନ୍ଦେହ ଘେରକୁ ଆସିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ।

ପାଟଣା ଥାନାରେ ସୁଶାନ୍ତଙ୍କ ବାପା ରିୟାଙ୍କ ନାମରେ ଅଭିଯୋଗ କରିଥିଲେ। ଏହାପରଠାରୁ ସେ ଫେରାର ହୋଇଯାଇଥିଲେ। ଶୁକ୍ରବାର ଇଡିରେ ପହଞ୍ଚିବା ପାଇଁ ତାଙ୍କୁ ସମନ ହୋଇଥିଲା। ପ୍ରଥମେ ମନା କରାଯାଉଥିଲେ ହେଁ ଶେଷରେ ସେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏବେ ତାଙ୍କୁ ପଚରାଉଚରା କରାଯାଉଥିବା ବେଳେ ସୁଶାନ୍ତଙ୍କ ଭଉଣୀ ଏକ ପୋଷ୍ଟ ଲେଖି ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଶ୍ୱେତା ସିଂ କୀର୍ତ୍ତି ଫେସବୁକ-ଇନ୍‌ଷ୍ଟାଗ୍ରାମରେ ମହାଦେବଙ୍କ ଫଟୋ ଶେୟାର କରିଛନ୍ତି ଏଥିସହ କ୍ୟାପ୍‌ଶନରେ ହର ହର ମହାଦେବ। ସୁଶାନ୍ତଙ୍କ ପାଇଁ ନ୍ୟାୟ। ଭଗବାନ ଆମ ସହ ଅଛନ୍ତି ବୋଲି ସେ ଲେଖିଛନ୍ତି। ଏହାଛଡ଼ା ଏକ ଲେଖା ମଧ୍ୟ ରହିଛି। ଯେଉଁଥିରେ କୁହାଯାଇଛି, ଜଣେ କହିଥିଲେ ଯାହା ସହ ତୁମେ ଲଢ଼େଇ କରୁଛ, ତାଙ୍କଠାରୁ ସାବଧାନ ରୁହ କାରଣ ତୁମେ ଜାଣିନ ଦୁନିଆରେ କିଏ ତୁମର ରକ୍ଷା କରୁଛି। ଏହା ଉପରେ ଅଙ୍କିତା ଲୋଖଣ୍ଡେ କମେଣ୍ଟ କରି ଢ଼େର ସାରା ପ୍ରାର୍ଥନା ବୋଲି ଲେଖିଛନ୍ତି।
ଏହାପୂର୍ବରୁ ଶ୍ୱେତା ଭଗବାନ ଶିବଙ୍କ ସହ ସୁଶାନ୍ତ ଥିବା ଏକ ଫଟୋ ଶେୟାର କରିଥିଲେ। ଏହାକୁ ସେ ଫେସବୁକ୍‌ ପୃଷ୍ଠାରେ ପ୍ରୋଫାଇଲ ଫଟୋ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌।...

ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର...

ପ୍ରଥମ କୋ-ଷ୍ଟାରଙ୍କୁ ହରାଇ ଦୁଃଖ ପ୍ରକାଶ କଲେ ସାରା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ସମସ୍ତଙ୍କ ନିକଟରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ମଧ୍ୟ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।...

ସାରା-କାର୍ତ୍ତିକଙ୍କ ମଧ୍ୟରେ ବଢିଯାଇଛି ଦୂରତା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲ୍ଲି ଖାଁ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଏହାକୁ କେବେ...

ଯୁବ ପ୍ରତିଭାଙ୍କୁ ସମର୍ଥନ କରିବ ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଘଟଣା ତାଙ୍କ ପ୍ରଶଂସକଙ୍କ ସମେତ ପରିବାରକୁ ଖୁବ୍‌ ଆଘାତ ଦେଇଛି। ଏଥିପାଇଁ ପରିବାର ପୁଅ ନାମରେ ଏକ...

‘ସ୍ବପ୍ନମହଲର ସ୍ବପ୍ନା’ରେ ଡବଲ ଚରିତ୍ରରେ ରିଙ୍କି

ଦୁଇ ଯାଆଁଳା ଭଉଣୀ। ସ୍ବପ୍ନା ଆଉ ସୁଇଟି। ଦେଖିବାକୁ ଏକାପରି। ଠିକ୍‌ ଯେମିତି ଗୋଟିଏ ଚାଉଳରେ ଗଢ଼ା। ସ୍ବପ୍ନା କାନ୍ଦୁରୀ ହୋଇଥିବା ବେଳେ ସୁଇଟି ରୋକ୍‌ଠୋକ୍‌।...

ହାତକୁ ଦୁଇହାତ ହେଲେ କାମ୍ୟା

ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ...

‘ଆର୍‌ଏକ୍ସ ୧୦୦’ର ହିନ୍ଦୀ ରିମେକ୍‌ ଅକ୍ଟୋବରରେ: ତାରା

ମୁମ୍ବାଇ: ବଲିଉଡ୍‌ ନାୟିକା ତାରା ସୁତାରିୟା ଏବେ ତାଙ୍କ ଅପ୍‌କମିଂ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି। ଏବେ ସେ ତେଲଗୁ ହିଟ୍‌ ଫିଲ୍ମ ‘ଆର୍‌ଏକ୍ସ ୧୦୦’ର...

Coronavirus Update


Archives

Model This Week

Why Dharitri