ଏହି ୧୦ ଗୁଣ ଥିଲେ କର୍ମକ୍ଷେତ୍ରରେ ହୋଇପାରିବେ ସଫଳ: ନିଜକୁ ପରଖି ନିଅନ୍ତୁ…

ଚାକିରି, କେତେଜଣ ଏହାକୁ ଖୁସିରେ କରିଥାନ୍ତି ତ ଆଉ କେତେକ ବାଧ୍ୟରେ। ହେଲେ ଯେଉଁ ବି କାମ ଆମେ କରୁଛେ ତାକୁ ମନଲଗାଇ କଲେ ସେଥିରେ ସଫଳତା ମିଳିଥାଏ। ଚାକିରି ମଧ୍ୟ ସେମିତି। ମନଲଗାଇ କଲେ ସେଥିରେ ସଫଳତା ନିଶ୍ଚୟ ମିଳିଥାଏ। ତେବେ ଯେକୌଣସି ଚାକିରି ହେଉ ନା କାହିଁକି ଜଣେ କର୍ମଚାରୀ ମଧ୍ୟରେ ଏହି ୧୦ଟି ଗୁଣ ରହିଥିଲେ ସେ ନିଶ୍ଚୟ ସଫଳତା ପାଇପାରିବେ। ଜାଣବା ସେଇ ଗୁଣ ବିଷୟରେ….

ସଚ୍ଚୋଟ: କୌଣସି ବି କାମ କରିବା ପାଇଁ ହେଲେ ସର୍ବପ୍ରଥମେ ସଚ୍ଚୋଟ ହେବା ଦରକାର। କାରଣ ସତ ସମ୍ପର୍କ ବେଶିଦିନ ତିଷ୍ଠି ରହିଥାଏ। ସଚ୍ଚୋଟ ହୋଇଥିଲେ ଆପଣ କର୍ମକ୍ଷେତ୍ରରେ ଅନେକ ସଫଳତା ପାଇପାରିବେ।
କାମକୁ କହିବା ଶିଖନ୍ତୁ: କମ୍ୟୁନିକେଶନ ସବୁଠାରୁ ଜରୁରି। କିଛି ଲୋକ ଅଛନ୍ତି ବହୁତ କାମ କରନ୍ତି, ହେଲେ ନିଜ କାମ ବିଷୟରେ ଅନ୍ୟକୁ କହିପାରି ନ ଥାନ୍ତି। ଫଳରେ ସେମାନଙ୍କ କାମ ସମ୍ମୁଖକୁ ଆସିପାରି ନଥାଏ। ତେଣୁ ନିଜେ କ’ଣ କାମ କରୁଛନ୍ତି ତାହାକୁ ଲେଖି ଏବଂ ପଢ଼ି ଅନ୍ୟଆଗରେ ଉପସ୍ଥାପିତ କରିପାରୁଥିବା ଦରକାର।
ମଲ୍ଟିଂଟାସ୍କିଂ : ଏଇଟା ମୋ କାମ ନୁହେଁ, ଏପରି କହିବା ସବୁଠାରୁ ବଡ଼ ମୁର୍ଖାମୀ। କାରଣ ଏବେ ନୂଆ ନୂଆ ଜିନିଷ ବିଷୟରେ ଶିଖିବାର ସମୟ। ନିଜକୁ ସବୁବେଳେ ଅପ୍‌ଡେଟ୍‌ କରିବା ଦରକାର। ସବୁ ପ୍ରକାର କାମ କରିପାରୁଥିବା ଉଚିତ୍‌। ଯିଏ ନିଜ କାମ କରି ଅନ୍ୟ ସବୁ ପ୍ରକାରର କାମ କରିପାରୁଛି ବର୍ତ୍ତମାନ ତା’ର ସବୁଠାରୁ ବେଶି ଚାହିଦା।
ନିଜକୁ ପ୍ରସ୍ତୁତ କରନ୍ତୁ: ବତ୍ତର୍ମାନ ସମୟ ସହ ଖାପଖୁଆଇ ନିଜକୁ ଚାଲି ଶିଖିବା ଦରକାର। ନଚେତ୍‌ ଆମେ ପଛରେ ପଡ଼ିଯିବା।
ସକାରାତ୍ମକ ମନୋଭାବ: ଏହି କାମ ମୁଁ ଜାଣିନାହିଁ, ଏହା କିପରି ହେବ ଆଦି କହିବା ସବୁଠାରୁ ବଡ଼ ମୁର୍ଖାମୀ। କହିବା ଦରକାର ଏହାକୁ ମୁଁ ଶିଖିପାରିବି, ଟିକେ ଟାଇମ୍‌ ଲାଗିବ। ସବୁବେଳେ ସକାରାତ୍ମକ ମନୋଭାବ ରହିବା ଦରକାର।
ବନ୍ଧୁତ୍ୱପୂର୍ଣ୍ଣ: ଆମକୁ ଡିଜିଟାଲ ହେବା ଦରକାର। ସୋସିଆଲ ମିଡିଆର ଲାଭ ଏବଂ କ୍ଷତି ବିଷୟରେ ଜାଣିବା ଦରକାର। ଯାହାଫଳରେ ଆମେ ଆମ କାମ ଅନୁସାରେ ତାର ବ୍ୟବହାର କରିପାରିବା।
ସମୟ ସହ ପରିବର୍ତ୍ତନ: ସର୍ବପ୍ରଥମେ ଆମକୁ ଯୋଗ୍ୟ କର୍ମଚାରୀ ବୋଲି ପ୍ରମାଣ କରି ଦେଖାଇବାକୁ ପଡ଼ିବ। ସମୟ ଯାହାବି ହେଇଥାଉ ନା କାହିଁକି, କାମ ଉପରେ ଏହାର ପ୍ରଭାବ ପଡିବା ଅନୁଚିତ୍‌।
ଡରିବାନି ଲଢ଼ିବା: ଜୀବନରେ ଉତ୍‌ଥାନ-ପତନ ଲାଗିରହିଥାଏ। ଏହା ସତ୍ତ୍ୱେ ମଧ୍ୟ ଆମେ ଜଦି ଠିକ୍‌ ଭାବେ କାମ କରିପାରୁଛୁ ତେବେ ଆମେ ଯେଉଁଠାରେ ଥିଲେ ବି ବେଷ୍ଟ କର୍ମଚାରୀ ହୋଇପାରିବା।
ପ୍ଲାନିଂ ଜରୁରୀ: କାମରେ ଜଦି ପ୍ଲାନିଂ ନ ଥିବ ତେବେ କାମ କଷ୍ଟ ଲାଗିବ। ତେଣୁ ପ୍ରଥମେ ପ୍ଲାନିଂ କରିବା ଉଚିତ୍‌। ଏହା ଦ୍ୱାରା ଠିକ୍‌ ଭାବେ କାମ ହେବା ସହ ବହୁତ କିଛି ଶିଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?