Posted inଖେଳ

୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ଆଇପିଏଲ୍‌ ଦଳ

ନୂଆଦିଲ୍ଲୀ,୬।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳଗୁଡିକ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ବୋଲି କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଡ୍ରାଫ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର (ଏସ୍‌ଓପି)ରେ ଖେଳାଳିମାନେ ସେଠାରେ ପହଞ୍ଚିବା ପରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ଉଲ୍ଲେଖ ରହିଛି।ଏଥିସିହିତ ଟିମ୍‌ ଓ ଫ୍ୟାମିଲି ଡିନର ପାଇଁ ଆଗୁଆ ନୋଟିସ୍‌ ଦେବାକୁ ଦଳଗୁଡିକ ବିସିସିଆଇକୁ ଅନୁରୋଧ କରିଛନ୍ତି। ହୋଟେଲରେ ବିନା ସଂସ୍ପର୍ଶରେ ବାହାରୁ ଖାଦ୍ୟ ମଗାଇବାକୁ ଉପରେ ମଧ୍ୟ ଦଳଗୁଡିକ ଗୁରୁତ୍ୱ ଦେଇଛନ୍ତି। ବୁଧବାର ଆଇପିଏଲ୍‌ ଅଧିକାରୀ ଓ ଦଳ ମାଲିକଙ୍କ ମଧ୍ୟରେ ବୈଠକ ବସିବ। ଏଥିରେ ଏ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।
ଗତ ୬ ମାସ ହେବ ଅଧିକାଂଶ ଖେଳାଳିଙ୍କ ମଧ୍ୟରେ ଅଧିକ ସମୟ ନାହିଁ। ତେଣୁ ଏମାନେ ଅଧିକରୁ ଅଧିକ ଅଭ୍ୟାସ କରିବାକୁ ଚାହାନ୍ତି। ତେବେ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ସମ୍ଭବ କି ନୁହେଁ ତାହା ଏହି ବୈଠକରେ ଆଲୋଚନା ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ଅଗଷ୍ଟ ୨୦ ପୂର୍ବରୁ କୌଣସି ଦଳ ୟୁଏଇ ନ ଯିବାକୁ ବିସିସିଆଇ ପୂର୍ବରୁ ନିର୍ଦ୍ଦେଶ ଦେଇ ସାରିଛି। ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସ ଭଳି ଦଳ ଶ୍ରୀଘ୍ର ୟୁଏଇ ଯିବାକୁ ଚାହୁଁଛି, ବିସିସିଆଇର ଏସ୍‌ଓପି ଅନୁସାରେ ଖେଳାଳି ଓ ଦଳ ମାଲିକମାନଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ଜୈବ ସୁରକ୍ଷିତ ପରିବେଶରେ ରହିବାକୁ ହେବ। ଏହାକୁ ନେଇ ବୋର୍ଡ ପୁନର୍ବିଚାର କରିବ ବୋଲି ଦଳଗୁଡିକ ଆଶା ପ୍ରକାଶ କରିଛନ୍ତି। ଏହା ଏକ ଲମ୍ବା ଟୁର୍ନାମେଣ୍ଟ ହୋଇଥିବାରୁ ଦଳଗୁଡିକୁ ଭିନ୍ନ ଭିନ୍ନ ହୋଟେଲରେ ରହିବାକୁ କୁହାଯାଇଛି। ଖେଳାଳିମାନେ ମଧ୍ୟ ସେମାନଙ୍କ ବ୍ୟବସାୟିକ ପ୍ରତିଶ୍ରୁତି ପାଳନ କରିବାର ସ୍ବାଧୀନତା ଚାହୁଥିବା କଥା ଦଳଗୁଡିକ କହିଛନ୍ତି। କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଓ ଦ୍ୱୀପାକ୍ଷିକ ସିରିଜ ଖେଳୁଥିବା ଖେଳାଳିମାନଙ୍କୁ ଶୀଘ୍ର ବୋର୍ଡିଂ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି। ସିପିଏଲ୍‌ ସେପ୍ଟେମ୍ବର ୧୦ ତାରିଖରେ ଶେଷ ହେବ। ସେହପରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେଉଛି। ଏହି ଦୁଇଟି ଇଭେଣ୍ଟରେ ସାମିଲ ଥିବା ପାଖାପାଖି ୨୫ଜଣ ଖେଳାଳି ଆଇପିଏଲ୍‌ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri