କାଳିଆ ଆବେଦନ ଖୋଲାଥିବା କହି ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର

ଭୁବନେଶ୍ୱର,୪ା୯(ବ୍ୟୁରୋ):କାଳିଆ ଯୋଜନାକୁ ନେଇ ସରକାର ରାଜ୍ୟବାସୀଙ୍କୁ ଅନେକ ମିଛ କହିଛନ୍ତି। ୨୦୧୯ ନିର୍ବାଚନ ଜିତିବା ପରଦିନ କାଳିଆ ଅର୍ଥ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। କିନ୍ତୁ ଯୋଗ୍ୟ ଚାଷୀଙ୍କୁ ଏଯାବତ୍‌ କାଳିଆ ଅର୍ଥ ପ୍ରଦାନ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଉ ଏବେ ବାହୁସ୍ଫୋଟ ମାରିବାକୁ କାଳିଆ ପାଇଁ ଆବେଦନ ଖୋଲା ଅଛି କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ସରକାର ଷଡଯନ୍ତ୍ର କରୁଥିବା ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ ଏବଂ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।
ଉଭୟ ନେତା ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ରାଜ୍ୟ ସରକାର କାଳିଆ ଯୋଜନାରେ ୭୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବାର ତତ୍କାଳୀନ କୃଷିମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ପ୍ରଥମ କିସ୍ତିରେ ୩୧ ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିଥିବାବେଳେ ତାହା ବର୍ତ୍ତମାନ ଷଷ୍ଠ କିସ୍ତିରେ ୯ ଲକ୍ଷ ହିତାଧିକାରୀରେ ପହଞ୍ଚିଛି। ରାଜ୍ୟ ସରକାର କାଳିଆ ଯୋଜନାକୁ ଚଲାଇ ନ ପାରିବାରୁ ପିଏମ୍‌ କିଷାନ ନିଧି ଯୋଜନାରେ କାଳିଆ ଯୋଜନାକୁ ସାମିଲ କରିଛନ୍ତି। ପ୍ରତି କିସ୍ତିରେ ପିଏମ୍‌ କିଷାନ ନିଧି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କାହିଁକି ହ୍ରାସ ପାଉଛି। ରାଜ୍ୟବାସୀଙ୍କୁ ମନ୍ତ୍ରୀ ଓ ନେତା ମିଥ୍ୟା କହୁଛନ୍ତି। ସରକାର ୩୦ ଦିନ ଭିତରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରି ତୁରନ୍ତ କେନ୍ଦ୍ରକୁ ତାଲିକା ପ୍ରଦାନ କରନ୍ତୁ ବୋଲି ପୃଥ୍ବିରାଜ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨୦।୧୨: ନ୍ୟାୟ ଦାବିରେ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ବିନୀ ଦାଶଙ୍କ ମୂଳ ପିଟିଶନର ଶୁଣାଣି ସୋମବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ...

ଆଜି ବିରାଜିବେ ଧନଦାତ୍ରୀ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ମା’ ଦୁର୍ଗତିନାଶିନୀଙ୍କ ବିଦାୟ ପରେ ଧରାବତରଣ କରିବାକୁ ଯାଉଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ଧନଧାନ୍ୟରେ ଜନମାନସକୁ ସମୃଦ୍ଧି କରିବାକୁ ପ୍ରତିବର୍ଷ ଧରାପୃଷ୍ଠକୁ ଓହ୍ଲାଇଥାନ୍ତି ମା’...

କାଗଜକଲମରେ ସୀମିତ ଶୌଚାଳୟ ନିର୍ମାଣ

ନୟାଗଡ଼ ଅଫିସ,୧୯।୧୧- ମଙ୍ଗଳବାର ବିଶ୍ୱ ଶୌଚାଳୟ (ପାଇଖାନା) ଦିବସ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଲିଭିଂ ନୋ ୱାନ୍‌ ବିହାଇଣ୍ଡ’। କେହି ଯେମିତି ଶୌଚାଳୟରୁ ବଞ୍ଚତ୍ତ...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଡିପୋଜିଟ ଘଟଣା: ‘ଚିଟ୍‌ଫଣ୍ଡ ଭଳି ମହାପ୍ରଭୁଙ୍କ ଟଙ୍କା ବୁଡ଼ିବ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଥିକ ସ୍ଥିତି ବିପିଏଲ ତଳକୁ ଖସାଇ ଦେଲେଣି। ଠାକୁର ଖାଇ ଖଟୁଲି ଖାଇବାକୁ ବସିଛନ୍ତି। କାଳିଆ ନଁାରେ ବହୁ...

ଏମ୍‌ପି ପଦରୁ ଇସ୍ତଫା ଦେଲେ ସୁବାସ ସିଂ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । କଟକ ମେୟର ହେବା ପରେ ସେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି।...

ହକି ବିଶ୍ୱ କପ୍‌ ପାଇଁ ୬୭ କୋଟି ଖର୍ଚ୍ଚ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍‌ ଆୟୋଜନ କରି ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରୁ ପ୍ରଶଂସା ସାଉଁଟିଲେ। ୨୦୧୮ ନଭେମ୍ବର...

ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ୩୫ଲକ୍ଷ ଲୁଟ୍‌ ଘଟଣା : ୩ ଟିମ୍‌ର ଖୋଳତାଡ଼, ମିଳିଛି ସୁରାକ

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ନିଆଳିସ୍ଥିତ ଇଣ୍ଡିିଆନ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଅତିରିକ୍ତ ପୋଲିସ କମିଶନରଙ୍କ ନେତୃତ୍ୱରେ ୩ଟି ଟିମ୍‌...

କାଲି ବାଘ, ଆଜି ଚିତା ବିରାଡ଼ି

ଭୁବନେଶ୍ୱର, ୨୨।୯(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଡବ୍ଲ୍ୟୁସିସିବି ଓ ବାରିପଦା ବନଖଣ୍ଡ ସୋମବାର ବାରିପଦାଠାରେ ମିଳିତ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବା ସହ ବାଘଛାଲ ଜବତ...

Advertisement
Archives

Model This Week