ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ‘ସାଇକୋ ଲେଡି’ ପ୍ରସଙ୍ଗରେ ମୁହଁ ଖୋଲିଲେ ଯୁବତୀ

ଭୁବନେଶ୍ୱର,୪।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ମାସ ପାଖାପାଖି ବିତିବାକୁ ବସିଲାଣି। ଜିଆର୍‌ପି ପରେ ମାସେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ମଧ୍ୟ କିଛି ବି ସୁରାକ ମିଳିପାରୁନି। ଏଭଳିସ୍ଥଳେ ବର୍ତ୍ତମାନ ଆଦିତ୍ୟଙ୍କ ମୃତ୍ୟୁ ପଛରେ ‘ସାଇକୋ ଲେଡି’ ଙ୍କ ହାତ ରହିଥିବା ହଠାତ୍‌ ବଡ଼ ଅଭିଯୋଗ ଉଠିଛି। ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସମେତ ବାପା, ମା’ ଓ ସାମାଜିକ କର୍ମୀମାନେ ଏହି ପ୍ରସଙ୍ଗ ଉଠାଇ ହାଇକୋର୍ଟଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଥମେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ସହଯୋଗୀ ବିକାଶ, ପପୁ ଏବଂ ଦୀପକ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ। ଏହାମଧ୍ୟରେ ଅନେକ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଥିଲା। ଘଟଣାର ଏତେଦିନ ପରେ ହଠାତ୍‌ ଏବେ ‘ସାଇକୋ ଲେଡି’ ପ୍ରସଙ୍ଗ ପୂରା ଘଟଣାକୁ ଭିନ୍ନ ମୋଡ଼ ଦେବାରେ ଲାଗିଛି। ଏପରିସ୍ଥଳେ ବାଲେଶ୍ୱରର ଚିନ୍ମୟୀ ମହାପାତ୍ର ନାମକ ଜଣେ ଯୁବତୀ ଗଣମାଧ୍ୟମ ସମ୍ମୁଖକୁ ଆସି ବୟାନ ଦେଇଛନ୍ତି। ତାଙ୍କୁ ସାଇକୋ ଲେଡିର ଆଖ୍ୟା ଦିଆଯାଇ ଆଦିତ୍ୟଙ୍କ ମୃତ୍ୟୁ ସହ ଯୋଡ଼ାଯାଉଥିବାରୁ ସେ ମର୍ମାହତ ଥିବା କହିଛନ୍ତ। ମୋର ସେମିତି କିଛି ସମସ୍ୟା ନାହିଁ ଯେ, ଯେଉଁଥିପାଇଁ ମୋତେ ସାଇକୋ ଲେଡି କୁହାଯିବ। ମୋତେ ମିଛଟାରେ ଯେଉଁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ସେନେଇ ଆଇନର ଆଶ୍ରୟ ନେବି ବୋଲି କହିଛନ୍ତି ଚିନ୍ମୟୀ। ସେ କହିଛନ୍ତି, ଆଦିତ୍ୟଙ୍କ ସହ ଫେସ୍‌ବୁକ୍‌ରୁ ତାଙ୍କର ପବିତ୍ର ପ୍ରେମ ସମ୍ପର୍କ ରହିଥିଲା, କିନ୍ତୁ ଏକତରଫା ନ ଥିଲା। ଏହି ସମ୍ପର୍କ ୪ରୁ ୫ ମାସ ଧରି ଚାଲିଥିଲା। ତେବେ ବାପାଙ୍କର ନିକଟରେ ମୃତ୍ୟୁ ଘଟିଥିବାରୁ ପରିବାର ଲୋକେ ଏତେ ଶୀଘ୍ର ବିବାହ ପାଇଁ ରାଜି ନ ଥିଲେ। ଭୁବନେଶ୍ୱରରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ୨ଥର ଆଦିତ୍ୟଙ୍କ ଆଶ୍ରମକୁ ଯାଇ ତାଙ୍କୁ ଭେଟିଥିଲି। ବିଦ୍ୟାଶ୍ରୀଙ୍କ ସହ ପ୍ରେମ ପୂର୍ବରୁ ଆଦିତ୍ୟ ମୋ ସହ ପ୍ରେମ ସମ୍ପର୍କରେ ଥିଲେ। ମୁଁ ବିବାହ ପାଇଁ ରାଜି ଥିଲି, ହେଲେ କିଛି ସମସ୍ୟା ପାଇଁ ଆମେ ଅଲଗା ହୋଇଯାଇଥିଲୁ। କିନ୍ତୁ ମାର୍ଚ୍ଚ ୫ରେ ମୁଁ ଆଦିତ୍ୟ ଜନ୍ମଦିନ ପାଇଁ ତାଙ୍କୁ ଶେଷଥର ଫୋନ୍‌ କରିଥିଲି। ଏହାପୂର୍ବରୁ ଜାନୁୟାରୀରେ ଆଦିତ୍ୟ ତାଙ୍କୁ କହିଥିଲେ ଯେ, ସେ ମଦ ବିରୋଧୀ ଆନ୍ଦୋଳନ କରୁଥିବାରୁ ତାଙ୍କର କିଛି ବି ହୋଇଯାଇପାରେ। ତେଣୁ ତାଙ୍କୁ ସେଥିରୁ ଦୂରେଇ ଯିବାକୁ କହିଥିଲି। ଏହାପରେ ଆଦିତ୍ୟଙ୍କୁ ବହୁଥର ଫୋନ୍‌ କରିଥିଲେ ମଧ୍ୟ ସେ ଆଉ ଉଠାଇ ନ ଥିଲେ। ତେବେ ହଠାତ ଜାନୁୟାରୀ ୧୨ରେ ଆଦିତ୍ୟ ଫୋନ୍‌ ଉଠାଇ ଅନ୍ୟ ଜଣକ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିବା ଜଣାଇ ପରବର୍ତ୍ତୀ ସମୟରେ ପୂରା ଆଭଏଡ୍‌ କରିଥିଲେ। ତେବେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଚିନ୍ମୟୀ କହିଛନ୍ତି। କୌଣସି ତଦନ୍ତକାରୀ ସଂସ୍ଥା ତାଙ୍କ ସହ ଯୋଗାଯୋଗ କରି ନାହାନ୍ତି। କେବଳ ବିସ୍ମୟ ଦାଶ ନାମକ ବ୍ୟକ୍ତି ଫୋନ୍‌ କରି କ୍ରାଇମ୍‌ବ୍ରାଞ୍ଚରୁ କହୁଥିବା କହିଥିଲେ। କ୍ରାଇମ୍‌ବ୍ରାଞ୍ଚ ଚାହିଁଲେ ସେ ସବୁ ତଦନ୍ତରେ ସହଯୋଗ କରିବେ। ସତ କ’ଣ ସାମ୍ନାକୁ ଆସିବା ଦରକାର। ଆଦିତ୍ୟକୁ ନ୍ୟାୟ ମିଳିବା ଦରକାର। ଅତୀତକୁ ନେଇ ଅଧିକ ଘଣ୍ଟାଚକଟା କରା ନ ଯାଉ ବୋଲି ଚିନ୍ମୟୀ କହିଛନ୍ତି।
ଏପଟେ ଆଦିତ୍ୟଙ୍କ ବାପାଙ୍କ ପରେ ଗୁରୁବାର ମା’ ମଧ୍ୟ ଗଣମାଧ୍ୟମକୁ ସାଇକୋ ଲେଡି ପ୍ରସଙ୍ଗରେ କହିଛନ୍ତି। ସେହି ରହସ୍ୟମୟୀ ଯୁବତୀଜଣକ ଫୋନ୍‌ କରି ବାରମ୍ବାର ଆଦିତ୍ୟଙ୍କୁ ଧମକ ଦେଉଥିଲେ। ତାଙ୍କୁ ବାହା ନ ହେଲେ ସେ ମରିଯିବେ ବୋଲି କହୁଥିଲେ। ଏପରି କି ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ନିର୍ବନ୍ଧ ପରେ ଓ ବାହାଘରର ୧୨ଦିନ ପୂର୍ବରୁ ଧମକ ଆସିଥିଲା। ଠିକ୍‌ ସମୟରେ ଲୋକେ ଯାଇ ଉଚିତ ଜବାବ ଦେବେ ବୋଲି ଯୁବତୀ ଜଣକ କହିଥିଲେ। ଏପରି କି ଟିକ୍‌ଟକ୍‌ରେ ଭିଡିଓ କରି ଆଦିତ୍ୟଙ୍କୁ ଧମକ ଦେଉଥିଲେ। ଧମକର ଅଡିଓ ଓ ଭିଡିଓ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ତାଙ୍କ ମା’କହିଛନ୍ତି।
ବିଦ୍ୟାଶ୍ରୀ କହିଛନ୍ତି, ଉକ୍ତ ଯୁବତୀଙ୍କର ସାଇକୋ ସମସ୍ୟା ପାଇଁ ଆଦିତ୍ୟଙ୍କ ସହ ତାଙ୍କ ସମ୍ପର୍କର ବ୍ରେକ୍‌ଅପ୍‌ ହୋଇଥିଲା। କଥା କଥାକେ ହାତ କାଟିଦେବି, ଗୋଡ଼ କାଟିଦେବି ବୋଲି କହୁଥିଲେ। ଆଦିତ୍ୟଙ୍କୁ ଫ୍ୟାନ୍‌ ଓ ଫଲୋୟରଙ୍କ ସହ ଦେଖିଲେ ସେ ସହିପାରୁ ନ ଥିଲେ। ଏନେଇ ଆଦିତ୍ୟ ତାଙ୍କୁ ଓ ପରିବାର ଲୋକଙ୍କୁ ସେହି ଯୁବତୀଙ୍କ କଥା କହିଥିଲେ ବୋଲି ବିଦ୍ୟାଶ୍ରୀ କହିଛନ୍ତି।

ତଦନ୍ତ ବାଟବଣା ପାଇଁ ପ୍ରଚ୍ଛଦପଟ ଉଦ୍ୟମ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଧୀରେ ଧୀରେ ଅଡୁଆ ସୂତାରେ ଛନ୍ଦି ହୋଇଯାଉଛି। କେହି ଜଣେ ପ୍ରଚ୍ଛଦପଟ୍ଟରେ ରହି ଗୋଟି ଚାଳନା କରୁଛି। ଗୋଟିକ ପରେ ଗୋଟିଏ ଇସ୍ୟୁ ସୃଷ୍ଟି କରି ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛି। ସେ ହିଁ ଆଦିତ୍ୟ ମୃତ୍ୟୁର ଅସଲ ଖଳନାୟକ ବୋଲି ଚର୍ଚ୍ଚା ହେଉଛି। କ୍ରାଇମବ୍ରାଞ୍ଚ ହତ୍ୟାର ପର୍ଦ୍ଦାଫାଶ କରି ହତ୍ୟାକାରୀଙ୍କୁ ଗିରଫ କରୁ ବୋଲି କେତେକ ସୋସିଆଲ ମିଡିଆରେ ଆଦିତ୍ୟଙ୍କ ସମର୍ଥକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri