Posted inଫୁରସତ

ତରଳୁଛି ଗ୍ଲେସିଅର, ଯେଉଁଠି ଶୁଟିଂ ହୋଇଥିଲା ଓସ୍କାର ବିଜେତା ଫିଲ୍ମ

ନ୍ୟୁଜିଲାଣ୍ଡ୍‌ର ଗ୍ଲେସିଅର ଅଧାରୁ ଅଧିକ ତରଳି ସାରିଲାଣି। ଯେଉଁଠି ଓସ୍କାର ବିଜେତା ହଲିଉଡ୍‌ ଫିଲ୍ମ ‘ଲଡ୍‌ ଅଫ୍‌ ଦ ରିଙ୍ଗ୍‌ସ’ ଏବଂ ‘ହବିଟ୍‌’ ଶୁଟିଂ ହୋଇଥିଲା। ଏହି ଗ୍ଲେସିଅର ନ୍ୟୁଜିଲାଣ୍ଡ୍‌ର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ଘଟିଛି। ପ୍ରାୟ ୭୮ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏହି ବରଫ ତରଳି ଯାଇଛି।


ଲିଡ୍‌ସ ବିଶ୍ୱବିଦ୍ୟାଳୟର ଏକ ଟିମ୍‌ କରିଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗତ ୪୦୦ ବର୍ଷ ମଧ୍ୟରେ ଏଠାରୁ ୬୨ ପ୍ରତିଶତରୁ ଅଧିକ ବରଫ ତରଳି ସାରିଲାଣି। ଏହି ଟିମ୍‌ର ଗବେଷକ ଡ. ଜୋନାଥନ କାରିଭିକ୍‌ କୁହନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହା ନିକଟରେ ଆଣ୍ଟାର୍କଟିକା ରହିଛି। ଏଠାରୁ ଗତ ୪୦୦ ବର୍ଷ ମଧ୍ୟରେ ୧୧ ପ୍ରତିଶତ ବରଫ ତରଳିଯାଇଛି। କେବଳ ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ହିଁ ଏହା ଘଟୁଛି। ଏହା ସବୁଠୁ ଉଚ୍ଚ ପର୍ବତ। ଏହା ସମୁଦ୍ର ପତ୍ତନଠାରୁ ୧୨,୨୧୮ ଫୁଟ ଉଚ୍ଚରେ ରହିଛି। କିନ୍ତୁ ଏତେ ଉଚ୍ଚତା ବିଶିଷ୍ଟ ହୋଇ ମଧ୍ୟ ବରଫ ତରଳିବାରେ ଲାଗିଲା। ଏଠାରୁ ବହୁତ ବରଫ ତରଳି ସାରିଲାଣି।


ଜୋନାଥନ୍‌ କାରିଭିକ୍‌ କହିଛନ୍ତି, ଆମେ ୩ ଥର ଏହା ଉପରେ ଅଧ୍ୟୟନ କରିସାରିଛୁ। ପ୍ରଥମ ୧୬୦୦ରୁ ୧୯୭୮, ୧୯୭୮ରୁ ୨୦୦୯ ଏବଂ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ। ଯେତେବେଳେ ବୈଜ୍ଞାନିକମାନେ ସେମାନଙ୍କର ତଥ୍ୟ ଦେଲେ ଦେଖାଗଲା ବରଫ ତରଳିବା ଦୁଇଗୁଣ ବଢ଼ିଯାଇଛି। ଗତ ୪୦ ବର୍ଷ ମଧ୍ୟରେ ଏହା ଦ୍ରୁତ ଗତିରେ ତରଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri