ପଥରରେ ଛେଚିଥିଲେ ସାଙ୍ଗର ଭାଇ

ଛେଣ୍ଡିପଦା,୯ା୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ମାନସ ସାହୁଙ୍କୁ ଶୋଇଥିବା ଅବସ୍ଥାରେ ଗତ ମେ ୨୦ ତାରିଖରେ ପଥରରେ ଛେଚି ଦିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମାନସଙ୍କ ମୃତ୍ୟୁ ହୋଇଯାଇଥିଲା। ଦୀର୍ଘ ଦେଢ଼ ମାସ ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିବା ସହ ମାନସଙ୍କ ସାଙ୍ଗର ଭାଇ ଅଭିଯୁକ୍ତ ଅମର ନାଥ ମାଝିଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି।
ପୋଲିସ କହିଛି, ମାନସଙ୍କ ସାଙ୍ଗ ହେଉଛନ୍ତି ସେହି ଗ୍ରାମର ଦେବାନନ୍ଦ ମାଝି। ଅତି ଘନିଷ୍ଠ ହୋଇଥିବାରୁ ଦେବାନନ୍ଦଙ୍କ ଘରକୁ ମାନସ ଯିବା ଆସିବା କରନ୍ତି। କିନ୍ତୁ ଏହାକୁ ଦେବାନନ୍ଦଙ୍କ ବାପା ପସନ୍ଦ କରୁ ନ ଥିଲେ। ସେ ବାରଣ କରିଥିଲେ ମଧ୍ୟ ମାନସ ଯିବାଆସିବା ଜାରି ରଖିଥିଲେ। ଏହାକୁ ନେଇ ଦେବାନନ୍ଦଙ୍କ ସାନଭାଇ ତଥା ଅଭିଯୁକ୍ତ ଅମରନାଥ ମାଝି ଓ ମାନସଙ୍କ ମଧ୍ୟରେ ଅନେକଥର ବଚସା ହୋଇଥିଲା। ଏପରି କି ଦୁହେଁ ପରସ୍ପରକୁ ମାରିଦେବା ପାଇଁ ଧମକ ଦେଇଥିଲେ। ମେ ୨୦ ତାରିଖ ବିଳମ୍ବିତ ରାତିରେ ଅମରନାଥ ଫେରିବାବେଳେ ମାନସ ଦୋଳ ମଣ୍ତପ ପଡିଆ କୋଠଘରେ ଶୋଇଥିବା ଦେଖିବାକୁ ପାଇଥିଲେ। ତେଣୁ ପୂର୍ବ ରାଗକୁ ନେଇ ଅମରନାଥ ଏକ ପଥରରେ ମାନସଙ୍କ ମୁଣ୍ତକୁ ଛେଚି ଫେରାର ହୋଇଯାଇଥିଲେ। ମାନସଙ୍କୁ ପରିବାର ଲୋକେ ପ୍ରଥମେ ଅନୁଗୋଳ ଓ ପରେ କଟକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ମାସାଧିକ କାଳ ଚିକିତ୍ସା ସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଛେଣ୍ଡିପଦା ପୋଲିସ ନଂ ୨୪୬/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। କିଶୋରନଗର ବ୍ଲକ ହଣ୍ଡପା ଥାନା ଜିଞ୍ଜିରିଡା ଅଞ୍ଚଳରେ ଅମରନାଥ ଲୁଚିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ପୋଲିସ ସେଠାରେ ଚଢାଉ କରି ଅମରନାଥଙ୍କୁ ଗିରଫ କରିଥିଲା। ଅମରନାଥ ପଥରରେ ଛେଚି ମାନସଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ବୋଲି ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri