‘ସୌଭାଗ୍ୟ’ର ଭାଗ୍ୟ ବଦଳୁନି

ପାଟଣା,୧୭।୭(ସ୍ବ.ପ୍ର.)-ବଦଳୁନି ‘ସୌଭାଗ୍ୟ’ ଯୋଜନାରେ ଭାଗ୍ୟ। ଏହି ଯୋଜନାରେ ସାମିଲ ହୋଇ ୨୪ ପରିବାର ବିଜୁଳି ଆଲୁଅରୁ ବଞ୍ଚିତ ହୋଇଛନ୍ତି। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର ବି ଟଣାଯାଇଛି। ହେଲେ ଖୁଣ୍ଟରେ ହିଁ ଝୁଲି ରହିଛି ‘ସୌଭାଗ୍ୟ’ ଯୋଜନା ସହ ହିତାଧିକାରୀଙ୍କ ଭାଗ୍ୟ। ଫଳରେ ଦୀର୍ଘ ୨ବର୍ଷ ହେଲା ସେହି ତାର, ଖୁଣ୍ଟ ଦେଖି ବିଜୁଳି ବଦଳରେ ଡିବିରିରେ କାମ ଚଳାଉଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଶରଧାପୁର ଗ୍ରାମବାସୀ। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ତ୍ୱେ କେହି ଗୁରୁତ୍ୱ ଦେଉ ନ ଥିବା ସେମାନେ କହିବା ସହ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।
ଏନେଇ ଗ୍ରାମର କୀର୍ତ୍ତନ ବିହାରୀ ନାଏକ ଓ ସୁକାନ୍ତ ବେହେରା ପ୍ରମୁଖଙ୍କ ଅଭିଯୋଗ ମୁତାବକ ୨୦୧୮ରୁ ସମସ୍ତ ପରିବାରକୁ ‘ସୌଭାଗ୍ୟ’ ଯୋଜନାରେ ବିଜୁଳି ଯୋଗାଯିବା ଖୁଣ୍ଟ ପୋତାଯାଇ ଟ୍ରାନ୍ସଫର୍ମର ବସାଯାଇଛି। ଏଥିସହ ଘରକୁ ଘର ତାର ମଧ୍ୟ ଟଣାଯାଇଛି। ହେଲେ କାହିଁକି କେଜାଣି କୋଉଠି କାମ ଅଟକିଛି ବିଜୁଳି ଜଳୁନି। କେତେ ବର୍ଷ ପୂର୍ବରୁ ଏକ ସଂସ୍ଥା ସୋଲାର ଲାଇଟ ଦେଇଥିଲା ଯେ ସେସବୁ ଖରାପ ହୋଇଗଲାଣି। ପିଲା ଛୁଆ ଡିବିରି ଆଲୁଅରେ ବହୁତ ହଇରାଣ ହୋଇ ପାଠ ପଢୁଛନ୍ତି। ଏଣେ ଗାଁକୁ ଲାଗି ଜଙ୍ଗଲ ଥିବାରୁ ଅନ୍ଧାରହେଲେ ଜଙ୍ଗଲ ଜନ୍ତୁଙ୍କ ଭୟ ଯୋଗୁ ପଦାକୁ ବାହାରି ହେଉନାହିଁ। ନଳକୂଅ ଖରାପ ହେଲେ କାଞ୍ଝାରି ନଦୀ ବାଲିରେ ଚୁଆ ଖୋଳି ପାଣି ଆଣିବାକୁ ପଡୁଛି। ନଳ ପାଣି ଆସିବ ବୋଲି ପାଇପ ପଡିଥିଲା ଯେ, ପାଇପ ଚୋରି ହୋଇଗଲା ପଛେ ଗାଁ କୁ ପାଣି ଆସି ପାରିଲା ନାହିଁ। ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ବି ହୋଇ ପାରୁନି। ପିଲାମାନଙ୍କୁ ପାଠ ପଢିବା ପାଇଁ ବିଲ ଖମାର ରାସ୍ତା ଡେଇଁ ୨ କି.ମି. ଦୂରରେ ଥିବା ବୟା ମୁଣ୍ଡା ଇରିଙ୍ଗର ସାହି ପ୍ରାଥମିକ ବିଦ୍ୟାଳୟକୁ ଚାଲି ଚାଲି ଯିବାକୁ ପଡୁଛି। ଏଭଳି ଅନେକ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ପାଇବାରୁ ଏହି ସାହିର ପିଲାମାନେ ବଞ୍ଚିତ ହେଉଛନ୍ତି। ସ୍ବାଧୀନତାର ୭୨ ବର୍ଷ ପରେ ବି ଏଠିକାର ଅଧିବାସୀଙ୍କ ବିକାଶ କଥା ଦୂରେ ଥାଉ ମୌଳିକ ସମସ୍ୟା ଗୁଡିକର ସମାଧାନ ଏଯାଏ ହୋଇପାରିନାହିଁ। ଏସମ୍ପର୍କରେ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଏକ ଠିକା ସଂସ୍ଥା ତରଫରୁ ସରକାରଙ୍କ ‘ସୌଭାଗ୍ୟ’ ଯୋଜନାରେ ଉକ୍ତ ଗାଁକୁ ବିଦ୍ୟୁତକରଣ କାର୍ଯ୍ୟ ହାତକୁ ନିଆଯାଇଛି। ପ୍ରାୟ ୯୦% କାମ ସମ୍ପୂର୍ଣ୍ଣ ହୋଇଛି। ସମ୍ପୃକ୍ତ ସଂସ୍ଥା ଯେତେଶୀଘ୍ର କାର୍ଯ୍ୟ ଶେଷ କରି ବିଦ୍ୟୁତ ବିଭାଗକୁ କାଗଜପତ୍ର ହସ୍ତାନ୍ତର କରିବ ସେତେ ଶୀଘ୍ର ବିଦ୍ୟୁତ ସଂଯୋଗ ହୋଇ ପାରିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri